ଗୁରୁଦିବସ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ
ଗୁରୁଦିବସ ଅବସରରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରବାହଲ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଥମେ ପାଇକମାଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ , ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ରାଧେଶ୍ୟାମ ମେହେର ଓ ଅବସରପ୍ରାପ୍ତ ସି.ଆ.ସି.ସି. ଶ୍ରୀ ରାଧେଶ୍ୟାମ ସାହୁ ଗୁରୁବୃନ୍ଦ ଦୀପ ପ୍ରଜ୍ଜ୍ଵଳନ କରି ଗୁରୁ ରାଧାକୃଷ୍ଣନଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ଗୋଷ୍ଠୀ ଶିକ୍ଷା ଅଧିକାରୀ ଶ୍ରୀ ଚୁଡ଼ାମଣି ବାରିକ ଙ୍କ ସଭାପତିତ୍ଵ ରେ ମୁଖ୍ୟମନ୍ତ୍ରୀ ପୁରସ୍କାର ର ବିଶଦ ଆଲୋଚନା କରାଯାଇଥିଲା । ପାଇକମାଳ ବ୍ଲକ ଅନ୍ତର୍ଗତ ଶିକ୍ଷା କ୍ଷେତ୍ରରେ , ଶିକ୍ଷାର୍ଥଙ୍କ ଦକ୍ଷତା ଅଭିବୃଦ୍ଧି ତଥା ଏକ ଉତ୍ତମ ବିଦ୍ୟାଳୟ ଗଠନ କ୍ଷେତ୍ର ସଫଳତା ପ୍ରାପ୍ତ କରିଥିବା ସାତ ଜଣ ଶିକ୍ଷକ ଶିକ୍ଷୟତ୍ରୀ ଯଥା ଶ୍ରୀ ରାଜେଶ କୁମାର ଚାନ୍ଦ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ) ସରକାରୀ ପ୍ରାଥମିକ ବିଦ୍ୟାଳୟ ବୁଟ୍ରାଖମାର, ଶ୍ରୀମତୀ ଲବଙ୍ଗ ନାଗ (ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ) ସରକାରୀ ପ୍ରାଥମିକ ବିଦ୍ୟାଳୟ ପାଇକମାଳ, ଶ୍ରୀମତୀ କାଞ୍ଚନ ମଞ୍ଜରୀ ଶ୍ରିଚୁହାନ(ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ )ସରକାରୀ ପ୍ରାଥମିକ ବିଦ୍ୟାଳୟ ନୃସିଂହପଡ଼ା, ଶ୍ରୀମତୀ ସୁଶୀଳା କଲାରଙ୍ଗିଆ (ସହକାରୀ ଶିକ୍ଷୟତ୍ରୀ) ସରକାରୀ ପ୍ରାଥମିକ ବିଦ୍ୟାଳୟ କର୍ଲାମାଲ, ଶ୍ରୀ କୃଷ୍ଣଚନ୍ଦ୍ର ସାହୁ ( ପ୍ରଧାନ ଶିକ୍ଷକ) ସରକାରୀ ପ୍ରାଥମିକ ବିଦ୍ୟାଳୟ ଫଲାସାନି,ଶ୍ରୀମତୀ ହରିପ୍ରୀୟା ପୋଡ଼ (ସହକାରୀ ଶିକ୍ଷୟତ୍ରୀ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଫ୍ରେଜରପୁର ,ଶ୍ରୀ ସୁଦାମ କନ୍ଧେର (ସହକାରୀ ଶିକ୍ଷକ) ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଡୁମେରବାହାଲ ଆଦି ଙ୍କୁ
ଆଦର୍ଶ ଶିକ୍ଷକ ଭାବରେ ସମ୍ମାନୀତ କରି ମାନପତ୍ର ପ୍ରଦାନ କରିଥିଲେ । ଏହି ସଭାରେ ପନ୍ଦର ଗୋଟି କ୍ଲଷ୍ଟରର ସମସ୍ତ ସି.ଆର୍. ସି.ସି. ଯଥା ଶ୍ରୀ ଚକ୍ରଧର ଅଜଗର, ଶ୍ରୀ ବୈଷ୍ଣବ ପଣ୍ଡା, ଶ୍ରୀ ସନ୍ତୋଷ କୁ. ମେହେର , ଋଷବ ସାହୁ , ଶ୍ରୀ ଡୋଲାମଣୀ ମାହାର, ଶ୍ରୀ ମନୋରଞ୍ଜନ ପଟେଲ, ଶ୍ରୀ ରଞ୍ଜନ ବାଗ,ଶ୍ରୀ ମହେଶ୍ୱର ହରିପାଲ,ଶ୍ରୀ ବ୍ରଜକିଶୋର ଜେନା,ଶ୍ରୀ କେଦାରନାଥ ରାଉତ, ଶ୍ରୀ ଉଗ୍ରେଶନ ପ୍ରଧାନ, ଶ୍ରୀ ରାଧାକୃଷ୍ଣ ସାହା, ଶ୍ରୀ ନିରଞ୍ଜନ ହରିଜନ ଓ ଶ୍ରୀ ବିକାଶ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ । ମଞ୍ଚ ପରିଚାଳନା କରିଥିଲେ ମଣ୍ଡିଆଢିପା କ୍ଲଷ୍ଟର ର ସି.ଆର୍. ସି.ସି ଶ୍ରୀ ଡୋଳାମଣୀ ମାହାର ଏବଂ ଧନ୍ୟବାଦ୍ ଅର୍ପଣ କରି ଥିଲେ ଡୁମେରବାହାଲ ର ପ୍ରଧାନ ଶିକ୍ଷକ ଶ୍ରୀ ହୃଷୀକେଶ ବାଗ ।