April 30, 2026

ଉଜ୍ୱଳ ଭବିଷ୍ୟତ ମାର୍ଗଦର୍ଶକ ଗୁରୁ

IMG-20230905-WA0057
Share

ଉଜ୍ୱଳ ଭବିଷ୍ୟତ ମାର୍ଗଦର୍ଶକ ଗୁରୁ

—————————————-

ଗଞ୍ଜାମ : ପ୍ରଦୀପ କୁମାର ପଣ୍ଡା

ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତ ର ଖଟୁଆକୁଦା ଗ୍ରାମ ସ୍ଥିତ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ 135 ତମ ଗୁରୁଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ସର୍ବପଲ୍ଲୀ ଡ଼ଃ ରାଧା କ୍ରିଷ୍ଟନ ଙ୍କ ଫୋଟଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା l ପ୍ରାରମ୍ଭ ରେ ସ୍କୁଲ ପରିସରରେ ବିଭିନ୍ନ କିସମର ବୃକ୍ଷ ରୋପଣ କରାଯାଇ ପରିବେଶ ସୁରକ୍ଷା ନେଇ ସମାଜକୁ ସଚେତନତା ବାର୍ତ୍ତା ଦିଆଯାଇଥିଲା l ସ୍କୁଲ ପରିଚାଳନା କମିଟି ସଭାପତି ଶବର କୁମାର ତରାଇ ଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ବିଜୟ କୁମାର ବେହେରା,ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପଞ୍ଚାନନ ମାହାଳିକ,ପୂର୍ଵତନ ସି ଆର ସି ସି ରବିନ୍ଦ୍ର ସେଠୀ, ସହକାରୀ ଶିକ୍ଷକ ଦିବ୍ୟସିଂହ ପଲାଇ, ସ୍ୱପ୍ନାରାଣୀ ପଲାଇ,ରଘୁନାଥ ସାହୁ, ପ୍ରମିଳା ଶବର,ପ୍ରିୟଙ୍କା ପଲାଇ ପ୍ରମୁଖ ଶିକ୍ଷକ, ଶିକ୍ଷୟିତ୍ରୀ ଙ୍କୁ ଏହି ଅବସରରେ ସମର୍ଦ୍ଧିତ କରାଯାଇଥିଲା l ଅତିଥି ମାନେ ଗୁରୁ ଶିଷ୍ୟ ଙ୍କ ଆଭିମୁଖ୍ୟ ଉପରେ ବକ୍ତବ୍ୟ ପ୍ରଦାନ କରିବା ସହ ଛାତ୍ର ଛାତ୍ରୀ ମାନଙ୍କ ଉଜ୍ଜଳ ଭବିଷତ କାମନା କରିଥିଲେ l ଗ୍ରାମ୍ୟ କମିଟି ସଭାପତି ବୃନ୍ଦାବନ ପ୍ରଧାନ , ପ୍ରମୋଦ ପ୍ରଧାନ, ସମ୍ବାରିଆ ସାହୁ,ପ୍ରମୁଖ ମଂଚାସୀନ ଥିଲେ l ପୂର୍ବରୁ ବିଭିନ୍ନ ପ୍ରତିଯୋଗିତାରେ କୃତି ଛାତ୍ରୀ ଛାତ୍ରଙ୍କୁ ଅତିଥି ମନେ ପୁରସ୍କାର ପ୍ରଦାନ କରିଥିଲେ l ଧନୁ ସାହୁ, ବିପ୍ର ଚରଣ ସାହୁ,ଅଜୟ, ବିଷ୍ଣୁ, ବଳିଆ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ l