ବନ ମହୋତ୍ସବ ପାଳନ
ବେଲଗୁଣ୍ଠା, ୦୫/୦୭, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ ନାଟଙ୍ଗା ଦୀନବନ୍ଧୁ ବିଦ୍ୟାପୀଠ ରେ ଜାତୀୟ ସବୁଜ ବାହିନୀ ଆନୁକୂଲ୍ୟରେ ମା ପାଇଁ ଗଛଟିଏ ବୃକ୍ଷରୋପଣ କାଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l
ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଡୋକି ସରୋଜିନୀଙ୍କ ପୌରୋହିତ୍ୟରେ ଏକ ସଚେତନତା ରାଲି, ବୃକ୍ଷରୋପଣ କାର୍ଯ୍ୟକ୍ରମ ଏବଂ ପରିବେଶ ସଚେତନତା ସଭା ଆୟୋଜିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ବ୍ଲକ ଶିକ୍ଷା ଅଧିକାରୀ ତଥା ଜିଲ୍ଲା ଇକୋ କ୍ଲବ ସଂଯୋଜକ ଡା ଶଙ୍କର ନାରାୟଣ ବେଜ ଯୋଗଦେଇ ବୃକ୍ଷରୋପଣର ଆବଶ୍ୟକତା, ପରିବେଶ ସଂରକ୍ଷଣ, ଜଳବାୟୁ ପରିବର୍ତ୍ତନର ମୁକାବିଲା ଏବଂ ସବୁଜ ପରିବେଶ ଗଠନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ସେ ଛାତ୍ରଛାତ୍ରୀଙ୍କୁ ପ୍ରତ୍ୟେକେ ଅତି କମରେ ଗୋଟିଏ ଗଛ ରୋପଣ କରି ତାହାର ନିୟମିତ ଯତ୍ନ ନେବା ପାଇଁ ଆହ୍ୱାନ ଜଣାଇଥିଲେ।
ଇକୋ କ୍ଲବ ଏବଂ ଏନର୍ଜି କ୍ଲବର ଦାୟିତ୍ୱପ୍ରାପ୍ତ ଶିକ୍ଷକ ପ୍ରଭାତ କୁମାର ଗୌଡ଼ଙ୍କ ସଂଯୋଜନାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ସଚେତନତା ରାଲି ମାଧ୍ୟମରେ ବୃକ୍ଷରୋପଣ, ବନ ସଂରକ୍ଷଣ, ପରିବେଶର ସନ୍ତୁଳନ ରକ୍ଷା, ପ୍ଲାଷ୍ଟିକ ବ୍ୟବହାର ହ୍ରାସ ଏବଂ ଅଧିକରୁ ଅଧିକ ଗଛ ଲଗାଇବାର ବାର୍ତ୍ତା ଜନସାଧାରଣଙ୍କ ନିକଟରେ ପହଞ୍ଚାଯାଇଥିଲା।
ଶେଷରେ ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ବିଦ୍ୟାର୍ଥୀମାନଙ୍କ ମନରେ ପରିବେଶ ସୁରକ୍ଷା ପ୍ରତି ଦାୟିତ୍ୱବୋଧ ସୃଷ୍ଟି କରିବା ସହିତ ଏକ ସବୁଜ, ସ୍ୱଚ୍ଛ ଓ ସୁସ୍ଥ ପରିବେଶ ଗଠନର ସଂକଳ୍ପକୁ ସୁଦୃଢ଼ କରିଥିଲା।ବେଲଗୁଣ୍ଟା,ରିପୋଟର,ପଞ୍ଚାନନ,ସାହୁ
