April 27, 2026

ପିଏମ ଶ୍ରୀ ଗୋପବଂଧୁ ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

IMG-20250705-WA0012
Share

ବେଗୁନିଆ, ତା 04/07:ବେଗୁନିଆସ୍ଥିତ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର 2024-25 ଶିକ୍ଷାବର୍ଷର ବାର୍ଷିକ ଉତ୍ସବ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ଶିକ୍ଷାଧିକାରିଣୀ ଶ୍ରୀମତୀ ସୋନାମିକା ରାୟ ମୁଖ୍ୟ ଅତିଥି, ବେଗୁନିଆ ମଣ୍ଡଳ ଉନ୍ନୟନ ଅଧିକାରୀ ସନ୍ତୋଷ କୁମାର ଜେନା ମୁଖ୍ୟବକ୍ତା, ବନାଞ୍ଚଳ ଅଧିକାରୀ ଜୟକୃଷ୍ଣ ପଣ୍ଡା, ବେଗୁନିଆ ଗୋଷ୍ଠୀ ଶିକ୍ଷାଧିକାରୀ ଭାସ୍କର ଲେଙ୍କା, ଉକ୍ତ ବିଦ୍ୟାଳୟର ସେବାନିବୃତ୍ତ ପ୍ରଧାନ ଶିକ୍ଷକ ବାସୁଦେବ ବେହେରା, ବିଦ୍ୟାଳୟ ପରିଚାଳନା ପରିଷଦର

ଅଧ୍ୟକ୍ଷ ଶିବ କୁମାର ମୁନି, ପଞ୍ଚସଖା

ଶିକ୍ଷାସେତୁ ସଂଗଠନର ସମ୍ପାଦକ

ଦେବାଶିଷ ସାହୁ ସମ୍ମାନିତ ଅତିଥି

ରୂପେ ଯୋଗଦାନ କରିଥଲେ ।ବିଜ୍ଞାନ ଶିକ୍ଷକ ଅଜିତ କୁମାର ପୁରୀ ସ୍ୱାଗତ ଭାଷଣ ଦେଇଥିବା ବେଳେ ଏନସିସି ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ଅତିଥିମାନଙ୍କ

ପରିଚୟ ପ୍ରଦାନ କରିଥିଲେ । ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ବିଦ୍ୟାଳୟ ବିବରଣୀ ପଠନ କରିଥିଲେ ।ବାର୍ଷିକ ଉତ୍ସବ ସମୟରେ ବିଦ୍ୟାର୍ଥୀମାନଙ୍କ ଅନ୍ତର୍ନିହିତ ପ୍ରତିଭା ଅନ୍ୱେଷଣ କରିବାକୁ ମୁଖ୍ୟ ଅତିଥି ଶ୍ରୀମତୀ ରାୟ ଉପସ୍ଥିତ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଥିଲେ ।ଛାତ୍ରଛାତ୍ରୀଙ୍କ ଦ୍ୱାରା ଶୁଭଲକ୍ଷ୍ମୀ ସାହୁଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ସାମାଜିକ ନାଟକ ‘ବୋଉ ଦେଖିଲାନି ଝିଅର ଖୁସି’ସୁରଜିତା

ଦଳେଇଙ୍କ ନିର୍ଦ୍ଦେଶନାରେ ପରିବେଷିତ ସଚେତନତା ମୂଳକ

ସମ୍ବଲପୁରୀ ନୃତ୍ୟ, ସୁନିତା ପୃଷ୍ଟିଙ୍କ

ନିର୍ଦ୍ଦେଶନାରେ ପ୍ରଦର୍ଶିତ ଦଳୀୟ ନୃତ୍ୟରେ ବସନ୍ତ ପ୍ରହରାଜ, ରାମ ମାନସ ପଣ୍ଡା ଓ ହିମାଂଶୁ ଭୂଷଣ ସ୍ୱାଇଁ ବିଚାରକ ରୂପେ କୃତୀ ପ୍ରତିଯୋଗୀ ଚୟନ କରିଥିଲେ ।

ଶିକ୍ଷକ ସୌମ୍ୟ ରଞ୍ଜନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ସସ୍ମିତା ସାହୁ, ରିସ୍ମା

ରଶ୍ମି ପାଇକରାୟ, ଆଶା ମୁର୍ମୁ, ମୋହିନୀ କାନ୍ତି ଦାସ, ଲକ୍ଷ୍ମୀପ୍ରିୟା

ତ୍ରିପାଠୀ, ଶିକ୍ଷକ ପ୍ରଭାତ ନିଶଙ୍କ, ଶ୍ରୀକାନ୍ତ ପଣ୍ଡାଙ୍କ ସମେତ ବିଶ୍ୱରଞ୍ଜନ ପରିଡ଼ା, ବିରଞ୍ଚି ନାରାୟଣ ସାହୁ, ଆନନ୍ଦ ସେନାପତି,

ଶ୍ରୀକାନ୍ତ ଦାସ ଓ କିରଣବାଳା ଜେନା ସହଯୋଗ କରିଥିଲେ । ରିପୋର୍ଟର ମାନସ ରଞ୍ଜନ କର