ଶ୍ରୀଅରବିନ୍ଦ ପୂଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ରେ ବନ ମହୋସ୍ଚବ ପାଳିତ। ଗଛ ହିଁ ଜଳବାୟୁ ପରିବର୍ତ୍ତନ କାରଣ।

ଖୋର୍ଦ୍ଧା- (ପ୍ରିୟଙ୍କା ମହାପାତ୍ର) ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ସ୍ଥିତ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା ଓ ଗବେଷଣା କେନ୍ଦ୍ର ପରିସରରେ ବନ ମହୋତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି। ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀ ର ଆବଶ୍ୟକତା ଅନସ୍ବୀକାର୍ଯ୍ୟ। ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ , ତେଣୁ ବୃକ୍ଷଲତା ବିନା ପ୍ରାଣୀ ଜଗତ ତିଷ୍ଠି ରହିବା ଅସମ୍ଭବ। ତେଣୁ ବୃକ୍ଷ ଲତାର ଯତ୍ନ ନେବା ପାଇଁ ଭାରତ ସରକାର ୧୯୫୦ ମସିହାରୁ ଜାତୀୟ ସ୍ତରରେ “ବନ ମହୋତ୍ସବ” ପାଳିତ ହୋଇଆସୁଛି। ଶିକ୍ଷାନୁଷ୍ଠାନର ସଭାପତି ଗୋପିନାଥ ଖାଡଙ୍ଗା ଙ୍କ ସଭାପତିତ୍ୱରେ ମୁଖ୍ଯ ଅତିଥି ଭାବେ ବୋଲଗଡ଼ ଐତିହାସିକ ରବିନ୍ଦ୍ର ପରିଡ଼ା ଓ ସମ୍ମାନୀତ ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ ତଥା କବୟିତ୍ରୀ ସେବତୀ ପରିଡ଼ା ଯୋଗ ଦେଇଥିଲେ। ଶିକ୍ଷାକେନ୍ଦ୍ରର ଅଧ୍ଯକ୍ଷା ଅରୋସ୍ମିତା ସାହୁଙ୍କ ଅଧ୍ଯକ୍ଷତାରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ପ୍ରଥମେ ପରିବେଶ ଆଧାରିତ ଏକ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ପରେ ପରେ ବିଦ୍ୟାଳୟ ପରିସରରେ ଏକ ସଭାର ଆୟୋଜନ ହୋଇଥିଲା। ଏହି ସଭାରେ ଉପସ୍ଥିତି ଅତିଥି ମାନେ ଗଛ ଲଗାଇବାକୁ ପ୍ରେରଣା ଯୋଗାଇଥିଲେ। ତାଳ ଗଛ ଲଗାଇବା ଦ୍ୱାରା ବିଜୁଳି, ଘଡଘଡି ଭଳି ବିପଦରୁ ରକ୍ଷା କରିବା ସହିତ ପ୍ରାକୃତିକ ପରିବେଶ କୁ ସୁରକ୍ଷା ଯୋଗାଇଥାଏ, ନିଜ ଗ୍ରାମରେ ବହୁ ସଂଖ୍ଯାରେ ତାଳଚାରା ଲଗାଇବା ବୋଲି ଐତିହାସିକ ରବୀନ୍ଦ୍ର ପରିଡ଼ା କହିଥିଲେ । ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଉକ୍ତ କାର୍ଯ୍ୟରେ ଉତ୍ସାହିତ ହୋଇ ଯୋଗ ଦେଇଥିଲେ। ଲିମ୍ୱ,କରଞ୍ଜି,କଦମ୍ବ, ଅଶ୍ବଥ୍ଥ, ପଟାସ,ତାଳ ଇତ୍ୟାଦି ଚାରା ଗୁଡିକ ବୋଲଗଡ଼ – ଘୋରଡିଆ ରାସ୍ତା କଡରେ ବହୁ ସଂଖ୍ଯା ରେ ରୋପଣ କରାଯାଇଥିଲା।
ବିଦ୍ୟାଳୟ ର ସହଶିକ୍ଷୟତ୍ରୀ ଦେବଶ୍ରୀ ପଣ୍ଡା, ଦୌପଦୀ ମହାପାତ୍ର ରଶ୍ମିତା ବେହେରା ପ୍ରମୁଖ ବନ ମହୋସ୍ଚବ କାଯ୍ୟକ୍ରମରେ ସାହାଯ୍ୟ ସହଯୋଗ କରିଥିଲେ।
ପରିଶେଷରେ ବିଦ୍ୟାଳୟ ର ସମ୍ପାଦକ ବିଶ୍ବଜିତ ମହାପାତ୍ର ଉପସ୍ଥିତ ସମସ୍ତ ଅତିଥି, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କୁ ଧନ୍ଯବାଦ ଅର୍ପଣ କରିଥିଲେ।
