July 14, 2026

ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ

IMG-20240705-WA0048
Share

 

ପାରଳାଖେମୁଣ୍ଡି, ତା.୦୫.୦୭.୨୦୨୪

 

ଓଡ଼ିଶା ସାହିତ୍ୟ ଏକାଡେ଼ମୀ ସ୍ୱନକ୍ଷତ୍ର ଦିବସ ୨୫ ଜୁଳାଇ ୨୦୨୪ରେ ପାଳନ ଉପଲକ୍ଷେ ଚଳିତବର୍ଷ ଜିଲ୍ଲାସ୍ତରୀୟ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପାରଳାଖେମୁଣ୍ଡି ଠାରେ ଜିଲ୍ଲା ସଂସ୍କୃତି ବିଭାଗ ତରଫରୁ ବିଭିନ୍ନ ପ୍ରତିଯୋଗିତା ତଥା ପ୍ରବନ୍ଧ,ବକୃତା, କବିତା ଆବୃତ୍ତି ଓ ସାହିତ୍ୟ ସମ୍ପର୍କିତ ସାଧାରଣ ଜ୍ଞାନ ତଥା ଇଂରାଜୀରୁ ଓଡ଼ିଆ ଅନୁବାଦ ଆଦି ଅନୁଷ୍ଠିତ ହୋଇଯାଇଅଛି। ଏହି ଅବସରରେ ସମସ୍ତ ବ୍ଲକର ଉକ୍ତ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା କନିଷ୍ଠ ଓ ବରିଷ୍ଠ ବର୍ଗର ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ବିଭାଗରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ, ଅଧ୍ୟକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୨ ଜଣ ବିଚାରକ ମଣ୍ଡଳୀ ବିଭିନ୍ନ ପ୍ରତିଯୋଗିତାର କାର୍ଯ୍ୟ ସମ୍ପାଦନ କରିଥିଲେ। ଏହି କାର୍ଯ୍ୟକ୍ରମକୁ ସ୍ଥାନୀୟ ପ୍ରଧାନ ଶିକ୍ଷକ ଓ ବିଭାଗୀୟ କର୍ମଚାରୀ ମାନେ ସହଯୋଗ କରିଥିଲେ ।

You may have missed