March 11, 2026

ବିପଦର ବନ୍ଧୁ ତରଫରୁ ଛାତ୍ର ସୁମିତି ଦାସ ଙ୍କୁ ସମ୍ବର୍ଦ୍ଧନା କଲେ l

df9aaa3c-a7a8-427f-84f1-e40ad8859ad2
Share

ଆଡବା /ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଗୁଣ୍ଡିମା ଓଡିଶା ଆଦର୍ଶ ବିଦ୍ୟାଳୟ ରେ 2022-2023 ଶିକ୍ଷା ବର୍ଷ ର ମାଟ୍ରିକ ପରୀକ୍ଷା ରେ ଗଜପତି ଜିଲ୍ଲା ରେ ପ୍ରଥମ ସ୍ଥାନ ଅଧିକାର କରିଥିଵା ସେହି ବିଦ୍ୟାଳୟ ର ଛାତ୍ର ଶ୍ରୀମାନ ସୁମିତ ଦାଶ ଙ୍କୁ ବିପଦର ବନ୍ଧୁ ଓଡିଶା (ଗଜପତି ଶାଖା) ତରଫରୁ ସମ୍ବର୍ଦ୍ଧିତ କରାଗଲା l ସୁମିତ ହେଉଛନ୍ତି ଅଡବା ନିବାସୀ ଶ୍ରୀମତୀ କବିତା ଦାଶ ଓ ଶ୍ରୀ ମନୋରଞ୍ଜନ ଦାଶ ଙ୍କ ପୁତ୍ର ଅଟନ୍ତି l ବିଦ୍ୟାଳୟ ର ପ୍ରିନ୍ସପାଲ ଶ୍ରୀମତୀ ପ୍ରିୟଙ୍କା କୋଟାଇ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇଛି, ଏହି କାର୍ଯ୍ୟକ୍ରମ ରେ ଅଡବା ଥାନାଧିକାରୀ ଶ୍ରୀଶୁଭ୍ରାନ୍ତ ପଣ୍ଡା ମୁଖ୍ୟ ଅତିଥି, ମୁଖ୍ୟ ବକ୍ତା ଭାବେ ମୋହନା ଗୋଷ୍ଠି ସହ ଶିକ୍ଷାଧିକାରୀ ଶ୍ରୀ ଦୁର୍ଗା ପ୍ରସାଦ ପାତ୍ର , ସମ୍ମାନିତ ଅତିଥି ଭାବେ ବିପଦର ବନ୍ଧୁ ଓଡିଶା ର ଉପଦେଷ୍ଟା ଶ୍ରୀ ଗୌରହରି ପୋଲାଈ ଯୋଗଦେଇଥିଲେ l ସମସ୍ତ ଅତିଥି ବିପଦର ବନ୍ଧୁ ର କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ l ଶ୍ରୀ ପାତ୍ର ବିପଦର ବନ୍ଧୁ ର ଜନହିତକର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ l ଶ୍ରୀମତୀ କୋଟାୟୀ ସୁମିତ ପରି ପାଠ ପଡି ବିଦ୍ୟାଳୟ ର ଟେକ ରଖିବା ପାଇଁ ପିଲାଙ୍କୁ ଉପଦେଶ ଦେଇଥିଲେ,ଶ୍ରୀ ପଣ୍ଡା ଜଣେ ଶିକ୍ଷାର୍ଥୀ ର ପ୍ରସ୍ତୁତି କିପରି ହେବା ଆବଶ୍ୟକ ତା ଉପରେ ପିଲାଙ୍କୁ ବୁଝାଇଥିଲେ l ଶ୍ରୀ ପୋଲାଈ ବିପଦର ବନ୍ଧୁ ଓଡିଶା ସଂଗଠନ କିପରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବିକା ଉପରେ କାର୍ଯ୍ୟ କରେ ଓ ଦରିଦ୍ରତା ସଫଳତା ପାଇଁ କୌଣସି ପ୍ରତିବନ୍ଧକ ନୁହେଁ ତାହା ତାଙ୍କ ଅଭିଭାଷଣ ରେ ସ୍ଥାନ ଦେଇଥିଲେ l ଏହି ବିଦ୍ୟାଳୟ ର ଦ୍ୱାଦଶ ଶ୍ରେଣୀ ରେ ଉତୀନ୍ନ ହୋଇଥିବା ଛାତ୍ର ନିର ମଲ୍ଲିକ କୁ ପୋଷ୍ୟ ଭାବେ ଗ୍ରହଣ କରି ଏହି ସ୍ବେଛାସେବୀ ଅନୁଷ୍ଠାନ ବ୍ରହ୍ମପୁର ଏକ ଘରୋଇ ଶିକ୍ଷା ଅନୁଷ୍ଠାନ ରେ ମେଡିକାଲ କୋଚିଙ୍ଗ ପାଇଁ ନାମ ଲେଖାଇଛନ୍ତି l ପରିଶେଷରେ ବିଦ୍ୟାଳୟ ର ସମସ୍ତ ବିଦ୍ୟାର୍ଥୀ ଙ୍କୁ ମିଷ୍ଟାନ ବଣ୍ଟନ କରାଗଲା l ସୁମିତ ଙ୍କୁ ସ୍ବେଛାସେବୀ ଅନୁଷ୍ଠାନ ତରଫରୁ ମାନପତ୍ର, ପୁରସ୍କାର ସହ ଆର୍ଥିକ ରାଶି ପ୍ରଦାନ କରାଗଲା l ବିଦ୍ୟାଳୟ ର ଇଂରାଜୀ ଶିକ୍ଷକ ଶ୍ରୀ ଶେଷଦେବ ସାହୁ ସଭା ପରିଚାଳନା କରିଥିଲେ, ଏଥିରେ ବିଦ୍ୟାଳୟ ର ସମସ୍ତ ଶିକ୍ଷୟତ୍ରୀ, ଶିକ୍ଷକ ଓ ବିପଦର ବନ୍ଧୁ ଗଜପତି ଶାଖାର ସଦସ୍ୟ ମାନେ ସହଯୋଗ କରିଥିଲେ l