March 11, 2026

ବରିଷ୍ଠ ଓ ପୁରାତନ କାର୍ଯ୍ୟକର୍ତ୍ତା ବୈଠକ ଅନୁଷ୍ଠିତ

fcc2ec34-becd-4ed7-bdf3-39e9727e634e
Share

(ଉମରକୋଟ ରୁ ଏମ୍.ଦିନା°ଶୁ ଆଚାରୀ ଙ୍କ ରିପୋର୍ଟ)

ଉମରକୋଟ ତା 5.7.23 – ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ଙ୍କ ପ୍ରୟାସ ରେ ଗୁରୁ ପୂର୍ଣ୍ଣିମା ଅବସରରେ ଉମରକୋଟ ନିର୍ବାଚନ ମଣ୍ଡଳୀ ର ଭାରତୀୟ ଜନତା ପାର୍ଟି ର ପୁରାତନ କାର୍ଯ୍ୟକର୍ତ୍ତା ଙ୍କ ଏକ ବୈଠକ ଭାଲୁଗୁଡା କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି. ଏଥିରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ନେତା ଜୟଦେବ ପରିଡା ଯୋଗଦାନ କରିଥିଲେ. ବିଜେପି ର ଆରମ୍ଭ ଠାରୁସଂଗଠନ ସହ ଜଡିତ ପୁରୁଖା ନେତା ଯୋଗଦାନ କରି ଗତ ଦିନର ସ୍ମୃତି ଚାରଣ କରିଥିଲେ. ରମେଶ ସାହୁ, ତପନ ଦେବନାଥ, ଜଗଦୀଶ ସରକାର, କମଲ ବଛାଡ଼, କମଲ ଗାଇନ, ବିଜୟ ଦାସ, ସଂଜିତ ବିଶ୍ୱାସ, ସଂଜିତ ମଣ୍ଡଳ, ଦେବୁ ଢ଼ାଲି, ବିଦ୍ୟୁତ ପାତ୍ର, ଗଣେଶ ପାଢ଼ୀ ପ୍ରମୁଖ ଶତାଧିକ ପୁରାତନ କାର୍ଯ୍ୟକର୍ତ୍ତା ଏଥିରେ ଯୋଗଦେଇ ଥିଲେ. କାର୍ଯ୍ୟକ୍ରମ ପରିଚାଳନା ନିର୍ବାଚନ ମଣ୍ଡଳୀ ସଂଯଜୋକ ସୁରେଶ ଆଚାର୍ଯ୍ୟ କରିଥିଲେ. ପୁରାତନ କାର୍ଯ୍ୟକର୍ତ୍ତା ଙ୍କୁ ସମ୍ମାନ ପ୍ରଦର୍ଶନ କରିବାର ପ୍ରୟାସ କୁ ସମସ୍ତେ ପ୍ରଶଂସା କରିଥିଲେ.