ପଥ ପ୍ରାନ୍ତ ନାଟକ ପାଲା ଓ ଦାସକାଠିଆ ମାଧ୍ୟମରେ ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି:୫/୬(ଗରୁଡ଼ ଧ୍ଵଜ ଚୌଧୁରୀ)ଗଜପତି ଜିଲ୍ଲାରେ ସ୍ଵତନ୍ତ୍ର ସଘନ ସଂଶୋଧନ (SIR) ସଚେତନତା କାର୍ଯ୍ୟକ୍ରମ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଉଛି । ଏହି ଅବସରରେ ଆଜି ସକାଳେ ପାରଳାଖେମୁଣ୍ଡି ସଦର ମହକୁମା ରାଜନଗର ନିକଟରେ ସ୍ୱତନ୍ତ୍ର ସଘନ ସଂଶୋଧନ (SIR)ସଚେତନତା ପାଲା ନାଟକ ମାଧ୍ୟ୍ୟମରେ ସଚେତନତା ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ ମୁନୀଦ୍ର ହୋନନାଗା, ଉପଜିଲ୍ଲାପାଳ ପାରଳାଖେମୁଣ୍ଡି ଅନୁପ ପଣ୍ଡା, ଡେପୁଟି କଲେକ୍ଟର ସୁଚିସ୍ମିତା ମାଝୀ, ପାରଳା ପୌର ପରିଷଦ ନିର୍ବାହୀ ଅଧିକାରୀ ଲକ୍ଷ୍ମଣ କୁମାର ମୁର୍ମୁ, ସହକାରୀ ଜିଲ୍ଲାପାଳ ମନୋଜ କୁମାର ପଟ୍ଟନାୟକ, ଜିଲ୍ଲା ସଂସ୍କୃତି ଅଧିକାରୀ ସୁଶ୍ରୀ ଅର୍ଚ୍ଚନା କୁମାରୀ ମଙ୍ଗରାଜ ଉପସ୍ଥିତିରେ ସ୍ଥାନୀୟ କଳାକାର ହରେକୃଷ୍ଣ ବିଶ୍ୱାଳ ଓ ତାଙ୍କ ସହଯୋଗୀଙ୍କ ମାଧ୍ୟମରେ ଦାସକାଠିଆ ନାଟକ ମାଧ୍ୟମରେ ସ୍ୱତନ୍ତ୍ର ସଘ ସଂଶୋଧନ ଉପରେ ସଚେତନତା କରାଯାଇଛି।
