ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟରେ ବିଶ୍ୱ ପରିବେଶ ଦିବସ ପାଳିତ

ବେଗୁନିଆ,୦୫/୦୬(ଉପାନ୍ତ ଖବର।):ଗୁରୁବାର ଦିନ ଗୋପବନ୍ଧୁ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପ୍ରମୋଦ କୁମାର ସ୍ୱାଇଁଙ୍କ ପୌରୋହିତ୍ୟ ଓ ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ରଙ୍କ ସଂଯୋଜନାରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି । ଶିକ୍ଷକ ଅଜିତ କୁମାର ପୁରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ବେଗୁନିଆ ଥାନା ଆରକ୍ଷୀ ନିରୀକ୍ଷକ ଜ୍ୟୋତି ପ୍ରକାଶ ପଣ୍ଡା ମୁଖ୍ୟ ଅତିଥି, ଇଂ. ରାମ ମାନସ ପଣ୍ଡା ମୁଖ୍ୟ ବକ୍ତା,ପ୍ରାକ୍ତନ ଶିକ୍ଷୟିତ୍ରୀ ପ୍ରତିମା ଷଡ଼ଙ୍ଗୀ, ବିଦ୍ୟାଳୟ ପରିଚାଳନା ପରିଷଦର ଅଧ୍ୟକ୍ଷ ଶିବ କୁମାର ମୁନି, ପଂଚାୟତ ସମିତି ସାଧାନ କେନ୍ଦ୍ର ସଂଯୋଜକ ସୂର୍ଯ୍ୟ ନାରାୟଣ ପଣ୍ଡା, ବିଦ୍ୟାଳୟ ପଞ୍ଚସଖା ଶିକ୍ଷାସେତୁ ସଂଗଠନର ସମ୍ପାଦକ ଇଂ. ଦେବାଶିଷ ସାହୁ ସମ୍ମାନିତ ଅତିଥି ରୂପେ ଯୋଗଦାନ
କରିଥିଲେ।ମୁଖ୍ୟ ଅତିଥି ନିଜ ବାସସ୍ଥାନ ଓ ବିଦ୍ୟାଳୟକୁ ପ୍ଳାଷ୍ଟିକ ମୁକ୍ତ ରଖିବାକୁ ପରାମର୍ଶ ଦେଇଥିଲେ । ମୁଖ୍ୟ ବକ୍ତା ପରିବେଶ ସୁରକ୍ଷା ନିମିତ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ର ଛାତ୍ରୀଙ୍କ କର୍ତ୍ତବ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ।ଶିକ୍ଷକ ଶ୍ରୀକାନ୍ତ ପଣ୍ଡାଙ୍କ ତତ୍ୱାବଧାନରେ ଏନସିସି, ରେଡକ୍ରସ, ସ୍କାଉଟ ଓ ଗାଇଡ ବିଦ୍ୟାର୍ଥୀ ଅତିଥିମାନଙ୍କ ସହ ସଚେତନତା ରାଲିରେ ବେଗୁନିଆ ବଜାର ପରିକ୍ରମା କରିଥିଲେ। ଶିକ୍ଷକ ସୂର୍ଯ୍ୟକାନ୍ତ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିବା ବେଳେ ବରିଷ୍ଠ ଶିକ୍ଷୟିତ୍ରୀ ସ୍ମୃତିସ୍ମିତା ବେହେରା ଅତିଥି ପରିଚୟ ପ୍ରଦାନ କରିଥିଲେ।
ପ୍ରଧାନ ଶିକ୍ଷକ ଶ୍ରୀ ସ୍ବାଇଁଙ୍କ ରଚନା ଏବଂ ଶିକ୍ଷୟିତ୍ରୀ ସୁରଜିତା ଦଳାଇଙ୍କ
ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀ ପରିବେଶ ସମ୍ବନ୍ଧୀୟ ନାଟକ ‘ଧର୍ମ ବିଚାର ‘ମଞ୍ଚସ୍ଥ କରିଥିଲେ ।
ବିଦ୍ୟାଳୟ କର୍ମଚାରୀ ବିରଞ୍ଚି ନାରାୟଣ ସାହୁ ଓ ବିଶ୍ୱରଞ୍ଜନ ପରିଡାଙ୍କ ସହଯୋଗରେ ଅତିଥି ଓ ବିଦ୍ୟାର୍ଥୀମାନେ ବିଦ୍ୟାଳୟ ହତାରେ
ବୃକ୍ଷ ରୋପଣ କରିଥିଲେ ।
‘ପରିବେଶ ସୁରକ୍ଷା ଜୀବନ ରକ୍ଷା ‘
ପ୍ରସଙ୍ଗ ଉପରେ ବକ୍ତୃତା ପ୍ରତିଯୋଗିତାରେ ରିସ୍ମାରଶ୍ମି ପାଇକରାୟ ଓ ସୁନିତା ପୃଷ୍ଟି, ଚିତ୍ରାଙ୍କନ ପ୍ରତିଯୋଗିତାରେ ଶୁଭଲଷ୍ମୀ ସାହୁ ଓ ପ୍ରଭାତ କୁମାର
ନିଃଶଙ୍କ, ନାଟକରେ ସସ୍ମିତା ସାହୁ ଓ ମୋହିନୀକାନ୍ତି ଦାଶ ବିଚାରକ
ରୂପେ ଚୟନ କରିଥିବା କୃତୀ ପ୍ରତିଯୋଗୀମାନଙ୍କୁ ପ୍ରମାଣ ପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା ।
ଛାତ୍ରୀମାନେ ନୃତ୍ୟ ପରିବେଷଣ କରିଥିଲେ ।ପରିଶେଷରେ ଶିକ୍ଷକ ସୌମ୍ୟରଂଜନ ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
ରିପୋର୍ଟ-ମାନସ ରଂଜନ କର।
