July 1, 2024

ପୋଲସରା ନିର୍ବାଚନ ମଣ୍ଡଳୀରେ ଗୋକୁଳାନନ୍ଦଙ୍କ ବାଜିମାତ୍

Share

ବୁଗୁଡ଼ା : ତା ୦୪/୦୬/୨୪ : ସାରା ରାଜ୍ୟରେ ପ୍ରବାହିତ ପରିବର୍ତ୍ତନର ହାଓ୍ବାରେ ବିଜେଡି ସରକାରର ୨୪ ବର୍ଷର ଶାସନର ଅନ୍ତ ଘଟିବା ସାଙ୍ଗକୁ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀରେ ତାହାର ପ୍ରଭାବ ଦେଖିବାକୁ ମିଳିଛି । ଏହି ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦୀ ବିଜେଡିର ଶ୍ରୀକାନ୍ତ ସାହୁଙ୍କୁ ୨୦,୯୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାଜିତ କରି ବିଜୟ ମୁକୁଟ ପିନ୍ଧିଛନ୍ତି । ଫଳରେ ବିଜେଡିର ଗଡ ଭାବେ ପରିଚିତ ଏହି ପୋଲସରା ନିର୍ବାଚନ ମଣ୍ଡଳୀର ପ୍ରଥମ ଭାଜପା ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ଯପକ୍ଷରେ ପୋଲସରା ବିଧାନସଭା ନିର୍ବାଚନ ମଣ୍ଡଳୀ ଗଠନ ହେବା ପରଠୁ ପ୍ରତ୍ଯେକ ଥର ପୋଲସରା ଅଞ୍ଚଳର ଜଣେ ନେତା ହିଁ ନିର୍ବାଚିତ ହୋଇଆସୁଥିଲା ବେଳେ ଏଥର ଏଥିରେ ବ୍ଯତିକ୍ରମ ଘଟିଥିବା ଯୋଗୁଁ ବୁଗୁଡା ଅଞ୍ଚଳର ଜଣେ ନେତାଙ୍କୁ ଲୋକେ ବିଧାୟକ ରୂପେ ଦେଖିବାକୁ ପାଇଛନ୍ତି । ବିଧାୟକ ଭାବେ ଗୋକୁଳାନନ୍ଦ ନିର୍ବାଚିତ ହେବା ନେଇ ଘୋଷଣା ହେବା ପରଠୁ ବୁଗୁଡା ଅଞ୍ଚଳର ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଛି । ଏଥି ସହ ସ୍ଥାନୀୟ ଭାଜପା କାର୍ଯ୍ୟାଳୟ ଉତ୍ସବମୁଖର ହୋଇ ପଡିଥିବା ବେଳେ ବିଭିନ୍ନ ମହଲରୁ ନବ ନିର୍ବାଚିତ ବିଧାୟକ ଗୋକୁଳାନନ୍ଦଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଥିବା ଦେଖିବାକୁ ମିଳିଛି ।

You may have missed