April 28, 2026

ଋଷିକୂଲ୍ୟା ନଦୀ ସୁରକ୍ଷା ସତ୍ୟାଗ୍ରହ ରେ ପିପଲପଙ୍କା ଡ୍ୟାମ ପ୍ରକଳ୍ପ ପ୍ରତ୍ୟାହାର ଓ ବାଲି ଚୋରା ଚାଲାଣ ବନ୍ଦ କରିବାକୁ ଆହ୍ବାନ

IMG-20240605-WA0004
Share

 

ବ୍ରହ୍ମପୁର ( ନୁରୁଲ୍ ମଲ୍ଲିକ)ଗଞ୍ଜାମ ,୫ଜୁନ
ଆଜି ବିଶ୍ୱ ପରିବେଶ ଦିବସରେ ଋଷିକୂଲ୍ୟା ନଦୀ ତଟ ଗ୍ରାମ ବିଞ୍ଚନାପଲି ଠାରେ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ସତ୍ୟାଗ୍ରହ କରାଯାଇଛି।ଗତକାଲି ଠାରୁ ବିଶିଷ୍ଠ ପରିବେଶବିତ୍ ପ୍ରଫୁଲ୍ଲ ସମନ୍ତରା ଉପବାସରଖି ଆଜି ଶେଷ କରି ସତ୍ୟାଗ୍ରହ ସ୍ଥଳରେ ଉପସ୍ଥିତ ଅଞ୍ଚଳ ବାସୀଙ୍କୁ ଏକାଠି ହୋଇ ନଦୀ ପ୍ରତି ଦେଖାଦେଇଥିବା ବିପତି କୁ ଅଟକାଇବାପାଇଁ ଆନ୍ଦୋଳନ କରିବାକୁ ନିବେଦନ କରିଛନ୍ତି।ନଦୀର ଏକମାତ୍ର ମୂଳ ସ୍ରୋତ ଜଳଧର୍କୁ ଅଟକାଇ ପିପଳପଙ୍କା ରେ ଜଳଭଣ୍ଡାର ନିର୍ମାଣ କରିବାକୁ ସରକାର ଯୋଜନା କରିଛି ଯାହାଦ୍ଵାରା ବର୍ଷାଦିନ ପରେ ଜୁନ୍ ମାସ ପର୍ଯ୍ୟନ୍ତ ଟୋପାଏ ପାଣି ବହିବ ନାହିଁ।ନଦୀ ଶୁଖିଯିବ ,ଗଞ୍ଜାମ ସମୁଦ୍ର ମୁହାଣ ପ୍ରଭାବିତ ହେବ ,ସମୁଦ୍ରଭିତରୁ ପାଣି ପଶିବ।ଲୋକେ ପିଇବା ପାଣିରୁ ବଞ୍ଚିତ ହେବେ।ସେହିପରି ନଦୀରୁ ଅତ୍ୟଧିକ ବାଲି ଚାଲାଣ ଚୋରାରେ ଚାଲିଛି ଯାହା ନଦୀର କ୍ଷତି କରୁଛି। ଏବେ ଲୋକେ ଲୁଣିଆ ପାଣି ପାଉଛନ୍ତି।ମାଛ ବି ମିଳିବେ ନାହିଁ।ସରକାର ନଦୀର ସୁରକ୍ଷା ପାଇଁ ପିପଲପଙ୍କା ପ୍ରକଳ୍ପ ପ୍ରତ୍ୟାହାର କରିବାକୁ ସତ୍ୟାଗ୍ରହରେ ଯୋଗ ଦେଇଥିବା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ବିଜୟ ବିଶ୍ଵାଳ, ଋଷିକୁଲ୍ୟ ବଞ୍ଚାଅ ଏକ୍ସନ୍ କମିଟି ଅଧ୍ୟକ୍ଷ ସୁଧୀର ରାଉତ, ବରିଷ୍ଠ ସମଦିକ ରବି ରଥ ,ପୂର୍ବତନ ବିଧାୟକ ଅଶୋକ ଚୌଧୁରୀ,କୃଷକ ନେତା ଭାଲଚନ୍ଦ୍ର ଷଡଙ୍ଗୀ ,ପ୍ରଫେସର ଉଷାରାଣୀ ଆଚାର୍ଯ୍ୟ ,ହେତୁବାଦୀ ଇ ଟି ରାଓ ପ୍ରମୁଖ ବ୍ୟକ୍ତିମାନେ ଦାବି କରିଛନ୍ତି।
ଋଷିକୂଲ୍ୟା ରୟତ ମହାସଭା ର ସମ୍ପାଦକ ସିମଞ୍ଚଳ ନାହାକ ସତ୍ୟାଗ୍ରହ କାର୍ଯକ୍ରମ କୁ ସଂଯୋଜନା କରିଥିଲେ।