April 28, 2026

ନବରଙ୍ଗପୁର ଜିଲ୍ଲାରେ ସାଂସଦ ସହ ତିନି ବିଧାନସଭା ଆସନ ହାତେଇଛି ବିଜେପି ଓ ଗୋଟିଏ ଆସନ ରେ ବିଜେଡି….

IMG-20240605-WA0003
Share

 

ନବରଙ୍ଗପୁର:-ନବରଙ୍ଗପୁର ଜିଲ୍ଲା ର ଚାରି ବିଧାନସଭା ଆସନ ରୁ ତିନୋଟି ଆସନ ହାତେଇବାରେ ସଫଳ ହୋଇଛି ବିଜେପି । ନବରଙ୍ଗପୁର, ଉମରକୋଟ ଓ ଝରିଗାଁ ନିର୍ବାଚନ ମଣ୍ଡଳୀ ବିଜେପି ହାତକୁ ଯାଇଥିବା ବେଳେ ଏକ ମାତ୍ର ଆସନ ଡାବୁଗାଁ ନିର୍ବାଚନ ମଣ୍ଡଳୀ କୁ ପୁଣି ଥରେ ହାତେଇଛି ବିଜେଡି । ଡାବୁଗାଁ ନିର୍ବାଚନ ମଣ୍ଡଳୀ ରେ ବିଜେଡି ବିଧାୟକ ପ୍ରାର୍ଥୀ ମନୋହର ରନ୍ଧାରୀ ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ କଂଗ୍ରେସ ପ୍ରାର୍ଥୀ ଡ଼ଃ ଲିପିକା ମାଝୀଙ୍କ ଠାରୁ ୨୧୫୪୯ଭୋଟ ବ୍ୟବଧାନରେ ବିଜୟୀ ହୋଇଛନ୍ତି। ଉମର କୋଟ ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ନିତ୍ୟନନ୍ଦ ଗଣ୍ଡ ବିଜୟୀ ହୋଇଥିବା ବେଳେ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର ନବିନା ନାୟକ ଙ୍କୁ ୧୦୧୯୭ଭୋଟ ରେ ପରାସ୍ତ କରିଛନ୍ତି ।ନବରଙ୍ଗପୁର ନିର୍ବାଚନ ମଣ୍ଡଳୀର ବିଜେପି ପ୍ରାର୍ଥୀ ଗୌରୀଶଙ୍କର ମାଝୀ ବିଜୟୀ ହୋଇ ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ର କୌଶଲ୍ୟା ପ୍ରଧାନୀ ଙ୍କୁ ୨୪୬୯୯ଭୋଟ ରେ ପରାସ୍ତ କରିଛନ୍ତି । ସେପରି ଝରିଗାଁ ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ବିଜେପି ପ୍ରାର୍ଥୀ ନରସିଂହ ଭତ୍ରା ତାଙ୍କ ନିକଟତମ ପ୍ରତିଦ୍ବନ୍ଦୀ ରମେଶ ମାଝୀ ଙ୍କୁ ୩୨୭୮ଖଣ୍ଡ ଭୋଟ ରେ ପରାସ୍ତ କରି ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି। ସେହିଭଳି
ବିଜେପି ର ବଳଭଦ୍ର ମାଝୀ ବିଜେଡି ପ୍ରାର୍ଥୀ ପ୍ରଦୀପ ମାଝୀ ଙ୍କୁ ହରାଇ ସାଂସଦ ଭାବେ ନିର୍ବାଚିତ ହୋଇଛନ୍ତି । ସମସ୍ତେ ନିଜ ନିର୍ବାଚନ ମଣ୍ଡଳୀର ଅଧୁରା କାମ ସହ ଲୋକଙ୍କ ଆସ୍ଥାଭାଜନ ହେବେ ବୋଲି କହିଛନ୍ତି । ବିଜେପି ପ୍ରାର୍ଥୀ ମାନେ ଏ ଶ୍ରେୟ ଭୋଟରଙ୍କୁ ଦେବାସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦେଇଛନ୍ତି ।:-(ଏମ.ଦିନା°ଶୁ ଆଚାରୀ)