July 1, 2024

କୋରାପୁଟ ଲୋକସଭା ସହିତ ରାୟଗଡା ଜ଼ିଲ୍ଲା ର 3 ଗୋଟି ବିଧାନସଭା କ୍ଷେତ୍ରକୁ ଦଖଲ କରିଲା କଂଗ୍ରେସ

Share


ରାୟଗଡା : ଜୋରପୁଟ ଲୋକସଭା ସାଂସଦ ଭାବେ ସପ୍ତଗିରି ଉଲାକା ଓ ରାୟଗଡା ଜ଼ିଲ୍ଲା ର ତିନି ଗୋଟି ବିଧାନସଭା କ୍ଷେତ୍ର ର ଗୁଣୁପୁର ରୁ ସତ୍ୟଜିତ ଗମାଙ୍ଗ, ବିଷମକଟକ ରୁ ନୀଳମାଧଵ ହିକକା ଓ ରାୟଗଡା ରୁ ଆପଲ ସ୍ୱାମୀ କାଡ୍ରକାକଂଗ୍ରେସ ଦଳରୁ ବିଜୟ ହାସଲ କରିଛନ୍ତି l
ସୂଚନା ଯୋଗ୍ୟଯେ କୋରାପୁଟ ସାଂସଦ ଭାବେ ସପ୍ତଗିରି ଉଲାକା ଦ୍ୱତୀୟ ଥର ବିଜୟ ହୋଇଛନ୍ତି ଉଲାକା ନିଜର ନିକଟ ତମ ପ୍ରତିଦ୍ବନ୍ଦୀ ବିଜେଡି ର କୌଶଲ୍ୟା ହିକକା ଙ୍କୁ 147744 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟ ହୋଇଛନ୍ତି l ରାୟଗଡା ବିଧାନସଭା କ୍ଷେତ୍ର ରୁ ଆପାଲସ୍ୱାମୀ କାଡ୍ରକା ବିଜେଡି ର ଅନୁସୟା ମାଝୀ ଙ୍କୁ 29085 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରିଥିବା ବେଳେ ଗୁଣୁପୁର ବିଧାନସଭା କ୍ଷେତ୍ର ରୁ ସତ୍ୟଜିତ ଗମାଙ୍ଗ ବିଜେଡି ର ରଘୁନାଥ ଗମାଙ୍ଗ ଙ୍କୁ 29885 ଖଣ୍ଡ ଭୋଟ ବ୍ୟବଧାନ ରେ ପରାସ୍ତ କରି ବିଜୟ ହୋଇଛନ୍ତି ଠିକ ସେହିପରି ବିଷମକଟକ ବିଧାନସଭା କ୍ଷେତ୍ର ରୁ ନୀଳମାଧବ ହିକକା ବିଜେଡି ର ଜଗନ୍ନାଥ ସାରକା ଙ୍କୁ 9403 ଖଣ୍ଡ ଭିତରେ ବ୍ୟବଧାନ ରର ପରାସ୍ତ କରି ବିଜୟ ହୋଇଛନ୍ତି ଲ ଉଭୟ ଗୁଣୁପୁର ଓ ବିଷମକଟକ ବିଜେଡି ଦାଖଲ ରେ ରହିଆସିଥିଲା ଓ ରାୟଗଡା ସ୍ୱାଧୀନ ପ୍ରାର୍ଥୀ ଙ୍କ ଅଧୀନରେ ଥିଲା କିନ୍ତୁ ବର୍ତ୍ତମାନ ଏହି ତିନିଗୋଟି ଆସନ କୁ କଂଗ୍ରେସ ନିଜ ଅକ୍ତିଆର କୁ ଆଣିବାରେ ସକ୍ଷମ ହୋଇପାରିଛି l ରାୟଗଡା ଜ଼ିଲ୍ଲା ଟେ ବିଜେଡି ର ପରାଜୟ ପାଇଁ ବିଜେଡି ଦକର ଗୋଷ୍ଠି କନ୍ଦଳ ମୁଖ୍ୟତଃ ଦାଈ ବୋଲି ଆଲୋଚନା ଚାଲିଛି l ରାୟଗଡା ଜ଼ିଲ୍ଲା ବିଜେଡି ପ୍ର୍ୟବେକ୍ଷକ ଅତୁନ ସବ୍ୟସାଚୀ ନାୟକ ରାୟଗଡା ଜ଼ିଲ୍ଲା ରର ବିଜେଡି ର ପରାଜୟ ନିମନ୍ତେ ପୋରକ୍ଷ ରେ ଦାଈ ବୋଲି ଦଳର ବହୁ କର୍ମୀ ନେତା ଓ ଜନସାଧାରଣ ଚର୍ଚ୍ଚା କରିବାରେ ଲାଗିଛନ୍ତି l ଜ଼ିଲ୍ଲା ପ୍ର୍ୟବେକ୍ଷକ ନିଜ ଦାୟିତ୍ୱ ଠିକ ରୂପେ ନ ତୁଲାଇ ରାୟଗଡା ଜ଼ିଲ୍ଲା ବିଜେଡି ରେ ଯେଉଁ ଗୋଷ୍ଠି କନ୍ଦଳ ଚାଲିଥିଲା ସେଥିରେ ନିଜର ସ୍ୱାର୍ଥ ହାସଲ କରିବା ସହିତ ବିଜେଡି ଦଳ କୁ ବିପଦ ମୁହ କୁ ଠେଲିଦେଇ ଥିଲେ ଯୋଦ୍ୱାର ଆଜି ରାୟଗଡା ଜ଼ିଲ୍ଲା ରେ ବିଜେଡି କୁ ପରାଜୟ ର ମୁହ ଦେଖିବାକୁ ପଡିଲା ବୋଲି ବିଜେଡି ଦଳର କର୍ମୀ ମୋହଲ ରେ ଆଲୋଚନା ଚାଲିଛି l ରାୟଗଡା ବିଜେଡି ଗୋଷ୍ଠି କନ୍ଦଳ କୁ ଦୂର କରିବା ପରିବର୍ତ୍ତେ ଦଳକୁ ବିପଦଗାମୀ ମୁହ କୁ ଠେଲି ଦେଇଥିଲେ ସେଥିପାଇଁ ଆଜି ଦଳର ଏହି ଅବସ୍ଥା l ଅତୁନ ଙ୍କ ବ୍ୟକ୍ତିଗତ ଫାଇଦା ପାଇଁ ଆଜି ରାୟଗଡା ଜ଼ିଲ୍ଲା ରେ ବିଜେଡି ପରାଜୟ କରିଲା ଠିକ ସେହିପରି ଉପର ଵାଲା ମଧ୍ୟ୍ୟ ଅତୁନ ଙ୍କୁ ତାଙ୍କ ନିଜ ନିର୍ବାଚନ ମଣ୍ଡଳୀ ମହାକାଳପଡ଼ା ରେ ପରାଜୟ ର ରାସ୍ତା ଦେଖାଇଦେଲେ ବୋଲି ରାୟଗଡା ବିଜେଡି ର ବହୁ ନେତା କର୍ମୀ ଆଲୋଚନା କରିବାରେ ଲାଗିଛନ୍ତି l
(ରାୟଗଡା ରୁ ଅମୁଲ୍ୟ ନିଷଙ୍କ ଙ୍କ ରିପୋର୍ଟ)

You may have missed