April 30, 2026

କୋଟପାଡ଼ ଶ୍ରୀଜୀଉଙ୍କ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ।

WhatsApp Image 2023-06-05 at 19.02.13
Share

ଆଜି କୋଟପାଡ଼ ଶ୍ରୀ ଜଗନ୍ନାଥ ମନ୍ଦିରରେ ସ୍ନାନମଣ୍ଡପକୁ ପହଣ୍ଡି କରାଯାଇ ତିନି ଠାକୁରଙ୍କୁ ଜଳଲାଗି କରାଯାଇଛି ।ପବିତ୍ର ଦେବସ୍ଥାନ ପୂର୍ଣ୍ଣିମା ଅବସରରେ ସଅଳ ଠାକୁରଙ୍କ ଅଙ୍ଗଲାଗି ସେବକ, ବ୍ରାହ୍ମଣ ମାନେ ସଂକୀର୍ତ୍ତନ, ଘଣ୍ଟ ବାଜା ସହିତଚତୁର୍ଦ୍ଧା ମୂର୍ତ୍ତିଙ୍କୁ ପହଣ୍ଡି ବିଜେ କରାଇ ଥିଲେ ।ଚମ୍ପାଘାଟରୁ ୧୦୮ ଗରା ପାଣି ଆଣି ଶ୍ରୀ ଜୀଉମାନଙ୍କୁ ସ୍ନାନ କରାଯାଇଥିଲା । ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଜନ୍ମ ଦିନ ହେତୁ ଅନେକ ଭକ୍ତ ଜନ୍ମ ବେଦୀ ଉପରୁ ଦର୍ଶନ ଲାଭ କରିଥିଲେ । ସ୍ନାନ ପରେ ଠାକୁରମାନେ ଅଣସର ଘରେ ୧୫ ଦିନ ରହି ମାନବୀୟ ଲୀଳା ପାଳନ କରି ଜ୍ଵରରେ ପୀଡିତ ହେବେ ।ଜ୍ଵର ଉପଶମ ହେଲା ପରେ ଶ୍ରୀଗୁଣ୍ଡିଚା ଯାତ୍ରା ୯ ଦିନ ଧରି ଅନୁଷ୍ଠିତ ହେବ। କୋଟପାଡ଼ ସମେତ କୋରାପୁଟ ଜିଲ୍ଲାର ଶାବର ଶ୍ରୀକ୍ଷେତ୍ର, ବି.ସିଂହପୁର, ଜଗନ୍ନାଥପୁର, ଜୟପୁର, ବୈପାରିଗୁଡା, ସୁନାବେଡ଼ା , ପର୍ଲି, କୁମୁଲି ଇତ୍ୟାଦି ସ୍ଥାନରେ ଦେବସ୍ନାନ ପୂର୍ଣ୍ଣିମା ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି ।
କୋରାପୁଟ ଜିଲ୍ଲା କୋଟପାଡରୁ ହରିଶ କୁମାର ପଟ୍ଟନାୟକଙ୍କ ରିପୋର୍ଟ,ଉପାନ୍ତ ଓଡ଼ିଶା ।

You may have missed