ଖବର ଆଜିର
ତାରିଖ ୦୫/୦୬/୨୦୨୩ ସୋମବାର ।
କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ବଡ ଘୋଷଣା କଲେ ଗୌତମ ଆଦାନୀ, ବାପାମାଆ ହରାଇଥିବା ପିଲାଙ୍କ ପାଠପଢା ଦାୟିତ୍ୱ ନେବ ଆଦାନୀ ଗ୍ରୁପ୍ ।
ମୃତକଙ୍କ ପରିବାରକୁ ଦିଆଯିବ ୫ ଲକ୍ଷ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ।
ବାହନଗା ଟ୍ରାଜେଡିକୁ ନେଇ ଆନ୍ଧ୍ର ସରକାରଙ୍କ ସହାୟତା ଘୋଷଣା । ମୃତକଙ୍କ ପରିବାରକୁ ୧୦ ଲକ୍ଷ ଲେଖାଏଁ ସହୟତା ରାଶି ଘୋଷଣା କରାଯାଇଛି । ଗୁରୁତରଙ୍କ ୫ ଲକ୍ଷ, ଆହତଙ୍କୁ ୧ ଲକ୍ଷ ଲେଖାଏଁସହାୟତା ନିର୍ଦ୍ଦେଶ ଦିଆଯାଇଛି ।
ବାଲେଶ୍ୱର ରେଳ ଦୁର୍ଘଟଣାକୁ ନେଇ ରେଲୱେ ବୋର୍ଡର ସାମ୍ବାଦିକ ସମ୍ମିଳନୀ, ସିବିଆଇ ତଦନ୍ତ ପାଇଁ ରେଳବୋର୍ଡର ସୁପାରିଶ ।
୨୭୫ରୁ ୧୦୮ ଜଣଙ୍କର ମୃତଦେହ ଚିହ୍ନଟ କରାଯାଇ ସାରିଛି: ମୁଖ୍ୟ ଶାସନ ସଚିବ।
ମଣିପୁର ହିଂସା: ଏନଏଚରୁ ଅବରୋଧକ ହଟାଇବାକୁ ଅମିତ ଶାହଙ୍କ ଅପିଲ୍ ।
ସ୍ନାନ ବେଦୀରେ ଚତୁର୍ଦ୍ଧା ମୂରତି: ଭକ୍ତଙ୍କୁ ଗଜାନନ ବେଶରେ ଦର୍ଶନ ଦେଲେ ମହାପ୍ରଭୁ ।
ବାହାନଗା ଟ୍ରେନ ଟ୍ରାଜେଡ଼ି: ଅପ୍ ଲାଇନ୍ ଟ୍ରାକ ଲିଙ୍କ୍ କାମ ସଂପୂର୍ଣ୍ଣ, ଶୀଘ୍ର ଗୋଟିଏ ରୁଟ୍ରେ ଚାଲିପାରେ ଟ୍ରେନ ।
ଦୁର୍ଘଟଣାର ୫୧ ଘଣ୍ଟା ପରେ ଟ୍ରାକରେ ଗଡ଼ିଲା ଟ୍ରେନ, ଈଶ୍ଵରଙ୍କୁ ପ୍ରଣାମ କଲେ ରେଳମନ୍ତ୍ରୀ,
ବାଲେଶ୍ୱର ଟ୍ରେନ ଟ୍ରାଜେଡ଼ି: ଦୁଇଦିନ ପରେ ଦୁର୍ଘଟଣାସ୍ଥଳରୁ ମିଳିଲେ ଅଚେତ ହୋଇ ପଡ଼ିଥିବା ଯୁବକ ।
ରେଳ ଦୁର୍ଘଟଣାରେ ମୃତାହତ ଓ ଅଟକି ରହିଥିବା ଯାତ୍ରୀଙ୍କ ପରିବାର-ସମ୍ପର୍କୀୟଙ୍କ ସୁବିଧା ପାଇଁ ୧୩୯ ହେଲ୍ପଲାଇନ ନମ୍ବର ଜାରି କଲା ଭାରତୀୟ ରେଳବାଇ ।
ବିଦେଶୀ ମୁଦ୍ରା ନିୟମରେ ହେବ ବଡ଼ ପରିବର୍ତ୍ତନ, ଆଇନରେ ବଦଳି ଏଜେଣ୍ଡା ଅର୍ଥ ମନ୍ତ୍ରାଳୟକୁ ପଠାଇଲା RBI।
ଜ୍ଞାନବାପି ଶୃଙ୍ଗାର ଗୌରୀ ମାମଲା : ସମସ୍ତ ମାମଲାରୁ ଓହରିବା ନେଇ ମୁଖ୍ୟ ପକ୍ଷବାଦୀଙ୍କ ଘୋଷଣା ।
ସ୍ନାନ ପୁର୍ଣ୍ଣିମାରେ ଅଘଟଣ: ଶ୍ରୀକ୍ଷେତ୍ରରେ ୨ ପର୍ଯ୍ୟଟକଙ୍କ ମୃତ୍ୟୁ, ଶ୍ରୀମନ୍ଦିରରେ ଅଣହିନ୍ଦୁଙ୍କ ପ୍ରବେଶ ।
କୋଲକାତକୁ ମାଗଣା ବସ୍ ସେବା ଘୋଷଣା କଲେ ମୁଖ୍ୟମନ୍ତ୍ରୀ; ଭୁବନେଶ୍ୱର, ପୁରୀ, କଟକରୁ ଗଡ଼ିବ ୫୦ ବସ୍ ।
ରୁଷ୍ ତେଲ କିଣାରେ ରେକର୍ଡ: ମେ’ରେ ୪୨% ତେଲ କିଣିଲା ଭାରତ ।
ଆର୍ଥିଫିସିଆଲ ଇଣ୍ଟେଲିଜେନ୍ସ: ଏଆଇ ପାଇଁ ଆମେରିକାରେ ୪,୦୦୦ ଛଟେଇ ।
ବିଜେପି ବିରୋଧରେ ଏକାଠି ହୋଇଥାନ୍ତେ ବିରୋଧୀ। ଜୁନ ୧୨ ତାରିଖରେ ବିହାର ପାଟନାରେ ହୋଇଥାନ୍ତା ବୈଠକ। ହେଲେ ବୈଠକକୁ ଜୁନ ୨୩ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବୈଠକ କାହିଁକି ଘୁଞ୍ଚାଇ ଦିଆଯାଇଛି ସେ ନେଇ କୌଣସି ସୂଚନା ମିଳି ନାହିଁ।
ଦୁର୍ଘଟଣା ସ୍ଥଳ ପରିଦର୍ଶନ କଲେ ଗୃହ ମନ୍ତ୍ରଣାଳୟର ଟିମ୍; କେନ୍ଦ୍ର ସରକାରଙ୍କୁ ଦେବେ ରିଭିଉ ରିପୋର୍ଟ ।
ଦୁର୍ଘଟଣାରେ ଅନାଥ ହୋଇଥିବା ପିଲାଙ୍କୁ ମାଗଣାରେ ପାଠ ପଢାଇଛନ୍ତି କ୍ରିକେଟ ଖେଳାଳୀ ବୀରେନ୍ଦ୍ର ସେହୱାଗ ।
ପରଲୋକରେ ବଲିଉଡର ଭେଟେରାନ ଅଭିନେତ୍ରୀ ସୁଲୋଚନା ।
ସୁପ୍ରଭାତ ,ଶୁଭ ସକାଳ