ଗଞ୍ଜାମ ଜିଲ୍ଲା ରେ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ପିଲାଙ୍କୁ ଖଡି ଛୁଆଁଇଲେ ଜିଲ୍ଲାପାଳ

ଛତ୍ରପୁର ତା ୪/୪/୨୬(ଅରୁଣ କୁମାର ପଣ୍ଡା )ଛତ୍ରପୁର ବ୍ଲକ ଅନ୍ତର୍ଗତ ନୋଳିଆନୂଆଗାଁ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗଞ୍ଜାମ ଜିଲସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ମୁଖ୍ୟ ଅତିଥି ରୂପେ ଗଞ୍ଜାମ ଜିଲ୍ଲାପାଳ ଭି.କୀର୍ତ୍ତିଭାସନ୍ ଯୋଗ ଦେଇ ଶୁଭାରମ୍ଭ କରିବା ସହ ସିଲଟ ଓ ଖଡ଼ିରେ ଶିଶୁଙ୍କୁ ଖଡ଼ି ଛୁଆଁଇଲେ l ଜିଲ୍ଲାପାଳ ହାତଧରି ଲେଖାଇଲେ ଏବଂ କହିଲେ ଯେପରି ଶିଶୁର ମନରେ ଶିକ୍ଷାପ୍ରତି ଭୟ ନୁହଁ, ଆଗ୍ରହ ଓ ଶ୍ରଦ୍ଧା ସୃଷ୍ଟି ହେବ, ଆମେ ସେଥିପାଇଁ ସମସ୍ତ ପଦକ୍ଷେପ ନେଉଛୁ।କୌଣସି ବି ଶିଶୁ ଶିକ୍ଷାରୁ ବଞ୍ଚିତ ହେବେ ନାହିଁ l ଏହାଦ୍ୱାରା ପିଲାଙ୍କ ନାମଲେଖା ପାଇଁ ବାପା ମା’ ମାନେ ଉତ୍ସାହିତ ହେଉଛନ୍ତି। ଏହି ଅବସରରେ ଜିଲ୍ଲାପାଳ ପିଲାମାନଙ୍କୁ ଶିକ୍ଷା ସହାୟତା ସାମଗ୍ରୀ କିଟ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଆମର ଲକ୍ଷ୍ୟ ହେଉଛି ଶତ ପ୍ରତିଶତ ନାମଲେଖାଇବେ ବୋଲି ସେ କହିଥିଲେ l ଏହି ଅବସରରେ ଜିଲ୍ଲାପାଳ ପତାକା ଦେଖାଇ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଜିଲ୍ଲାପାଳ ଶିବାଶିଷ ବରାଳ, ଜିଲ୍ଲା ଶିକ୍ଷଧିକାରୀ ଅଜୟ କୁମାର ପାତ୍ର, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସମ୍ବିତ ସଂଗ୍ରାମଜିତ ସାହୁ, ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଏସ୍.ଧନଞ୍ଜୟ,ଅଗସ୍ତିନୂଆଗାଁ ସରପଞ୍ଚ ଉର୍ମିଳା ଦାସ, ବ୍ଲକ୍ ଗୋଷ୍ଠି ଶିକ୍ଷାଧିକାରୀ ସୁଜିତ କୁମାର ପାଢ଼ୀ , ସ୍କୁଲ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ , ସ୍କୁଲ ପରିଚାଳନା କମିଟି,ଗ୍ରାମ୍ୟ କମିଟି ପ୍ରମୁଖ ଉପସ୍ଥିତ ଥିଲେ।
