September 21, 2024

କଂଗ୍ରେସ ଛାଡିଲେ ପି, ସି,ସି ଉପ ସଭାପତି ବିଶ୍ବଭୂଷଣ ଦାସ ….

Share

ଅସ୍ତରଙ୍ଗ,,ପ୍ରଦେଶ କଂଗ୍ରେସ ର ଜଣେ ଟାଣୁଆ ନେତେ,ତଥା କାକଟପୁର ମାଟିର ପୁଅ ଶ୍ରୀ ବିଶ୍ୱଭୂଷଣ ଦାସ ଆଜି କଂଗ୍ରେସ ଦଳ ସହ , ପ୍ରଦେଶ କଂଗ୍ରେସ ଉପ ସଭାପତି ପଦରୁ ଇସ୍ତଫା ପ୍ରଦାନ କରି ଛନ୍ତି । ଏହି ସମ୍ପର୍କୀତ ଏକ ଲିଖିତ ନାମା ଓଡ଼ିଶା ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିକଟକୁ ପଠାଇଛନ୍ତି । ଶ୍ରୀ ଦାସ ଦୀର୍ଘ ପନ୍ଦର ବର୍ଷ ରୁ ଉର୍ଦ୍ଧ ଧରି କାକଟପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସ ସଂଗଠନ କୁ ସକ୍ରିୟ କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ଓ ସେ ସାଧାରଣ ନିର୍ବାଚନର ପ୍ରତି ଦୋନ୍ଦିତା କରି କଂଗ୍ରେସ ଦଳ ତରଫରୁ 50,ହଜାର ପାଖାପାଖି ଭୋଟ ସଂଗ୍ରହ କରିବାରେ ସକ୍ଷମ ହୋଇଥିଲେ । ସେ, ବି ଜେ ପି, ଦଳରେ ସାମିଲ ହେବେ ବୋଲି ଶୁଣିବାକୁ ମିଳିଅଛି ।
( ଦୁଃଶାସନ ନାୟକ,ଅସ୍ତରଙ୍ଗ)