ଆଜିର ଖବର….
➡️୧-ନିର୍ବାଚନ ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ନିଯୁକ୍ତି ପାଇବେ ୧୦ ହଜାର କନିଷ୍ଠ ଶିକ୍ଷକ l ଦୀର୍ଘ ସମୟ ଧରି ଓଟିଇଟିରେ ପାସ୍ କରି ଚାକିରି ଅପେକ୍ଷାରେ ଥିବା ଆଶାୟୀଙ୍କ ପାଇଁ ଖୁସିର ଖବର l
➡️୨-ଶେଷ ହେଲା ଚଳିତବର୍ଷ ମାଟ୍ରିକ ପରୀକ୍ଷା, ଆସନ୍ତା15 ତାରିଖ ରୁ ଆରମ୍ଭ ହେବ ଖାତା ଦେଖା l ରାଜ୍ୟର ୩୦୪୭ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଲେ ୫ଲକ୍ଷ ୭୨ହଜାର ୪୭୯ଜଣ ପରୀକ୍ଷାର୍ଥୀ l
➡️୩-ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟ ଗୁଡିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଉର୍ଦ୍ଦୁ ସମ୍ବଳ ଶିକ୍ଷକମାନଙ୍କ ମାସିକ ପାରିଶ୍ରମିକକୁ ରାଜ୍ୟ ସରକାର ୭,୪୦୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ କଲେ ବୃଦ୍ଧି l
➡️୪-ଗତ ୧୬ ତାରିଖରୁ ଆରମ୍ଭ ହୋଇଥିବା +୨ ପରୀକ୍ଷା ଆଗାମୀ ୨୦ ପର୍ଯ୍ୟନ୍ତ ପରୀକ୍ଷା ଚାଲିବ । ପରୀକ୍ଷା ସରିବାର ଦୁଇଦିନ ପରେ ଅର୍ଥାତ୍ ୨୨ ତାରିଖରୁ ଖାତା ଦେଖା ହେବ ଆରମ୍ଭ l ଚଳିତ ବର୍ଷ ଖାତା ଦେଖାରେ ପ୍ରାୟ ୧୫ ହଜାର ଅଧ୍ୟାପକ ଓ ଅଧ୍ୟାପିକା ସାମିଲ ହେବେ ।
➡️୫-ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ ଭୁବନେଶ୍ୱରର ନୀଳାଦ୍ରି ବିହାରଠାରେ ରାଜ୍ୟ ଟିକା ଭଣ୍ଡାର କଲେ ଉଦ୍ଘାଟନ l
➡️୬-ଓଡ଼ିଶା ହାଇକୋର୍ଟରେ ୨୩ଟି ଅନୁବାଦକ ପଦରେ ନିଯୁକ୍ତି ପାଇଁ ଆରମ୍ଭ ହେଲା ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା l ଇଚ୍ଛୁକ ଯୋଗ୍ୟ ପ୍ରାର୍ଥୀ ୧୭ ତାରିଖ ରାତି ୧୧ଟା ୫୯ମିନିଟ୍ ପର୍ଯ୍ୟନ୍ତ ଅନ୍ଲାଇନ୍ରେ ଆବେଦନ କରିପାରିବେ l
➡️୭-ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦିନିକିଆ ଓଡିଶା ଗସ୍ତ, ଆଜି ବିଜୁ ଜୟନ୍ତୀ ଥିଲାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାଜପୁର ଚଣ୍ଡିଖୋଲରେ ଗୋଟିଏ ମଞ୍ଚରେ ରହିବେ।
➡️୮-ଛୋଟ ବୟସରେ ୮ ଜଣଙ୍କୁ ଅଙ୍ଗଦାନ କରି ଅମର ହୋଇ ଯାଇଥିବା ଭୁବନେଶ୍ୱରର ୮ ବର୍ଷୀୟ ବାଳକ ଶୁଭୋଜିତଙ୍କୁ ସତ୍ୟନଗର ଶ୍ମଶାନରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଗଲା ଗାର୍ଡ ଅଫ୍ ଅନର ।
➡️୯-ଏଣିକି ଭୋଟ ପାଇଁ ନୋଟ ଦେଲେ ବନ୍ଧା l ଭୋଟ୍ ବଦଳରେ ଲାଞ୍ଚ ନେବା ମାମଲାରେ ସାଂସଦ ଓ ବିଧାୟକମାନଙ୍କୁ ଦିଆଯାଇଥିବା ଆଇନଗତ ସୁରକ୍ଷା ଉପରେ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ।
➡️୧୦-ମାର୍ଚ୍ଚ ୧୫ରେ ସାରା ଓଡିଶାର ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଚଳଚ୍ଚିତ୍ର ଯାଯାବର ୨.୦ l
➡️୧୧-ରାଜ୍ୟପାଳ ରଘୁବର ଦାସଙ୍କ ଦେବଗଡ଼ ଗସ୍ତ, କୃଷକଙ୍କଠୁ ନେଇ ଡାକ୍ତର ସଭିଙ୍କ ସମସ୍ୟା ପଚାରି ବୁଝିଲେ l
➡️୧୨-ଦଶମ ବଜେଟ୍ ଉପସ୍ଥାପନ କଲେ ଦିଲ୍ଲୀ ଅର୍ଥମନ୍ତ୍ରୀ ଆତିଶୀ। ୧୮ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ପ୍ରତି ମାସରେ ମିଳିବ ୧୦୦୦ ଟଙ୍କା l
➡️୧୩-IIFL ଫାଇନାନ୍ସ ଉପରେ RBIର କାର୍ଯ୍ୟାନୁଷ୍ଠାନ, ଲାଗିଲା ସୁନା ଋଣ ଉପରେ ରୋକ୍ l ରିଜର୍ଭ ବ୍ୟାଙ୍କ୍ ଏହି ଆଦେଶ ତତ୍କାଳ ପ୍ରଭାବରେ ଲାଗୁ କରିଛନ୍ତି।
➡️୧୪-ହିମାଚଳରେ କଂଗ୍ରେସ ସରକାରର ବଡ଼ ଘୋଷଣା, ଏଣିକି ରାଜ୍ୟରେ ଥିବା ୧୮ ରୁ ୫୯ ବର୍ଷିୟା ମହିଳାଙ୍କୁ ମିଳିବ ମାସିକ ୧୫ଶହ ଟଙ୍କା ପେନସନ୍ l ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ କଲେ ଘୋଷଣା l
➡️୧୫-ପ୍ରଧାନମନ୍ତ୍ରୀ ହେଉଛନ୍ତି ବଡ଼ ଭାଇ, ରାଜ୍ୟର ବିକାଶ ପାଇଁ ଗୁଜରାଟ ମଡେଲ ଦରକାର କହିଲେ ତେଲଙ୍ଗାନା ସିଏମ୍ ରେଭନ୍ଥ ରେଡ୍ଡି l
➡️୧୬-ପୁଣି ଗର୍ଜିବେ ଚାଷୀ, ୬ରୁ ଆରମ୍ଭ ହେବ ଆନ୍ଦୋଳନ: ଦିଲ୍ଲୀକୁ ଆସିବେ ଶହ-ଶହ ଚାଷୀ, କରିବେ ବିକ୍ଷୋଭ l ଏନେଇ ଚାଷୀ ନେତା ସରୱନ ସିଂ ପଣ୍ଢେ ଦେଲେ ସୂଚନା l
➡️୧୭-କ୍ୟାରିବିଆନ୍ ଦେଶ ହାଇତିରେ ୩୭୦୦ କଏଦୀ ଜେଲରୁ ଖସି ଯିବା ପରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲେ ସରକାର l
➡️୧୮-ରଣଜୀ ଟ୍ରଫି: ରେକର୍ଡ ୪୮ ତମ ଫାଇନାଲରେ ପ୍ରବେଶ କଲା ମୁମ୍ବାଇ l
➡️୧୯-୧.୮୬କୋଟିରେ ପହଞ୍ଚିଲା ଭାରତ-ପାକ୍ ମ୍ୟାଚ୍ ଟିକେଟର ଦାମ୍ l ଚଳିତ ବର୍ଷ ଜୁନରେ ୱେଷ୍ଟଇଣ୍ଡିଜ୍ ଏବଂ ଆମେରିକା ଦ୍ୱାରା ଆୟୋଜିତ ହେବାକୁ ଥିବା ଟି -୨୦ ବିଶ୍ୱକପ୍ ଖେଳିବ ଭାରତ। ଜୁନ୍ ୯ରେ ପାକିସ୍ତାନ ସହ ମୁକାବିଲା ପାଇଁ ପଡ଼ିଆକୁ ଓହ୍ଲାଇବ ଭାରତ।
➡️୨୦-ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ମାର୍ଚ୍ଚ ୭ରେ ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ହିମାଚଳପ୍ରଦେଶର ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବ। ତେବେ ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ଜାରି କଲା ପୂର୍ବାନୁମାନ, ବର୍ଷା ଯୋଗୁ ମ୍ୟାଚ୍ ବାଧା ସୃଷ୍ଟି ହୋଇପାରେ l