April 27, 2026

ପଞ୍ଚାୟତରାଜ ଦିବସରେ ରୋଗୀଙ୍କୁ ଫଳ ବଣ୍ଟନ କଲେ ମୋହନା ବ୍ଲକ ଅଧକ୍ଷ

IMG-20230305-WA0020
Share

ଗଜପତି ଜିଲ୍ଲା ମୋହନା ମୁଖ୍ୟ ରାସ୍ତା ପାର୍ଶ୍ଵରେ ଥିବା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ରୋଗୀଙ୍କୁ ଫଳ ବଣ୍ଟନ କରିଛନ୍ତି ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର।ଆଜି ରାଜ୍ୟରେ ମହା ଆଡମ୍ବର ସହ ବିଜୁ ଜୟନ୍ତୀ ବା ପଞ୍ଚାୟତରାଜ ଦିବସ ପାଳନ ହେଉଥିବା ବେଳେ ବ୍ଲକ ଅଧକ୍ଷ ରୋଗୀକୁ ଫଳ ବଣ୍ଟନ କରିଛନ୍ତି।ଫଳ ବଣ୍ଟନ ସମୟରେ ସ୍ତାନୀୟ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରିଣୀ ଡାକ୍ତର ନମିତା ପଣ୍ଡା ଙ୍କ ସମେତ ମହିଳା ବିଜେଡି ବ୍ଲକ ସଭାପତି ଝୁମୁରି ବୀର, ପାଣିଗଣ୍ଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁନିତା ଦଳବେହେରା, ହାଡ଼ିଆ କନ୍ଧ, ବସନ୍ତ ଦତ୍ତ, ନରତମ ପାତ୍ର, ସରୋଜ ପଟ୍ଟନାୟକ, ପ୍ରଶାନ୍ତ ନାୟକ, ଦେବାନନ୍ଦ ନାୟକ, ବିଳାସ ନାୟକ, ଯୋଗେନ୍ଦ୍ର ସାହୁ, ଫିରୋଜ ପଟ୍ଟନାୟକ ଙ୍କ ସମେତ ବହୁ ଦଳୀୟ କର୍ମୀ, ୱାର୍ଡ ସଭ୍ୟ ,ଯୁବକ,ମହିଳା ପ୍ରମୁଖ ଉପସ୍ଥିତ ରହି ଚିକିଛିତ ହେଉଥିବା ରୋଗୀଙ୍କୁ ଆଜିର ଦିବସରେ ଫଳ ବଣ୍ଟନ କରି ରୋଗୀଙ୍କ ଆରୋଗ୍ୟ କାମନା କରିଛନ୍ତି ବ୍ଲକ ଅଧକ୍ଷ।