April 29, 2026

ବିଜେବି ଉଚ୍ଚ ବିଦ୍ୟାଳୟ ୧୯୭୨ ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ 

IMG-20260205-WA0004
Share

 

ଖୋର୍ଦ୍ଧା-( ପ୍ରିୟଙ୍କା ମହାପାତ୍ର)- ୧୯୭୨ ମସିହା ବିଜେବି ଉଚ୍ଚ ବିଦ୍ୟାଳୟ ମାଟ୍ରିକ ବ୍ୟାଚ ର ଏକ ବନ୍ଧୁ ମିଳନ ରୁଦ୍ର ନାରାୟଣ କଲ୍ୟାଣ ମଣ୍ଡପ ଖୋର୍ଦ୍ଧା ଠାରେ ଅନୁଷ୍ଠିତ ହୋଇଯାଇଛି l ଡାକ୍ତର ଦିଲ୍ଲୀପ କୁମାର ଅଗ୍ରୱାଲ, ସାରଦା ପଟ୍ଟନାୟକ, ଓଁ ପ୍ରକାଶ ମହାନ୍ତି ଓ କେଦାର ସିଂହ ଙ୍କ ପ୍ରତେକ୍ଷତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ସମସ୍ତ ପୁରାତନ ଛାତ୍ର ବିଗତ ଦିନ ର ଅନେକ ଅଭୁଲା ସ୍ମୃତି କୁ ମନେ ପକାଇ ଭାବବିହ୍ବଳ ହୋଇପଡ଼ିଥିଲେ l କାର୍ଯକ୍ରମ ଶେଷ ରେ ମୃତ୍ୟୁ ବରଣ କରିଥିବା ସହପାଠୀ ମାନଙ୍କ ଉଦ୍ଦେଶ୍ୟ ରେ ଦୁଇ ମିନିଟ ନିରବ ପ୍ରାର୍ଥନା କରିବା ପରେ ଡାକ୍ତର ଦିଲ୍ଲୀପ ଅଗ୍ରୱାଲ ସବୁ ବନ୍ଧୁ ମାନଙ୍କୁ ଧନ୍ୟବାଦ ଦେବା ସହିତ ସମସ୍ତ ଙ୍କ ଉତ୍ତମ ସ୍ବାସ୍ଥ୍ୟ ନିମନ୍ତେ ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରିଥଲେ l