March 8, 2026

ନାବାର୍ଡ ସହଯୋଗରେ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ ଉଦଘାଟିତ …

ujgi
Share


ଆଜି ଅପରାହ୍ନ ଦୁଇ ଘଟିକା ସମୟରେ ପୁରୀ ରେଳ ଷ୍ଟେସନ ପରିସରରେ ଭାରତ ସରକାର ଏବଂ ରେଳ ବିଭାଗ ଦ୍ୱାରା ପ୍ରଚଳିତ ୱାନ ଷ୍ଟେସନ ୱାନ ପ୍ରଡକ୍ଟ ଷ୍ଟଲ କୁ ନାବାର୍ଡର ଜେନେରାଲ ମ୍ୟାନେଜର ଡକ୍ଟର ବି ଜି ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି l ସ୍ଵେଛାସେବୀ ସଂଗଠନ ନିଗମ ସଂଯୋଜନା ରେ ବ୍ରାହ୍ମଗିରିର ଅଲାରନାଥ କୃଷକ ଉତ୍ପାଦକ ସଂଗଠନ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ କରି ଏହି ଷ୍ଟଲରେ ବିକ୍ରି କରିବା ଆରମ୍ଭ କରିଛନ୍ତି l ନିଗମ ର ସଂଯୋଜକ ଘନଶ୍ୟାମ ପ୍ରଧାନଙ୍କ ସଂଯୋଜନା ରେ ପୁରୀଜିଲ୍ଲା ନାବାର୍ଡ ଡି ଜି ଏସ ଡକ୍ଟର ବିଶ୍ୱଭୂଷଣ ମହାନ୍ତି ଯୋଗଦେଇ କ୍ଷୁଦ୍ର ଉଦ୍ୟୋଗୀ ମାନଙ୍କୁ ଉର୍ସାହିତ କରିବାପାଇଁ ସହଯୋଗ ର ହାତ ବଢ଼ାଇ ଦିଆଯିବ ବୋଲି ସୂଚନା ରଖିଥିଲେ l ଏହି କାର୍ଯ୍ୟକ୍ରମ ରେ ଓଡିଶା ସମବାୟ ବ୍ୟାଙ୍କ ନିର୍ଦେଶକ ସୌମ୍ୟରଂଜନ ଲେଙ୍କା ଯୋଗଦେଇ ସମସ୍ତ କର୍ମକର୍ତ୍ତା ଙ୍କୁ ଉର୍ସାହିତ କରିଥିଲେ l
(ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ)