March 7, 2026

ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ ….

uytui
Share

ବୁଗୁଡା : ବୁଗୁଡା ବ୍ଳକ ଅନ୍ତର୍ଗତ ପୋଚାଲୁଣ୍ଡି ପଞ୍ଚାୟତ ପକ୍ଷରୁ ଆମ ଓଡ଼ିଶା-ନବୀନ ଓଡ଼ିଶା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ପୋଚାଲୁଣ୍ଡି ସରପଞ୍ଚ ସୁଜାତା କୁମାରୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ,ବିଡିଓ ସନ୍ତୋଷ କୁମାର ଜେନା,ବୁଗୁଡ଼ା ବ୍ଲକ ଅଧ୍ୟକ୍ଷା କେ ପ୍ରିୟଦର୍ଶିନୀ ଆଚାରୀ ଓ ଉପାଧ୍ୟକ୍ଷ ମାନସ ରଞ୍ଜନ ପ୍ରଧାନ, ବୁଗୁଡ଼ାଏନଏସି ଅଧ୍ୟକ୍ଷ ଚିତ୍ରସେନପ୍ରଧାନ, ,ଜିଲ୍ଲା ପରିଷଦ ସଭ୍ଯ ଗଙ୍ଗାପାଣି ଜେନା ପ୍ରମୁଖ ଅତିଥି ରୂପେ ଯୋଗଦେଇ ରାଜ୍ଯ ସରକାରଙ୍କ ବିଭିନ୍ନ ଜନହିତକର ଯୋଜନାର ସଫଳତା ବିଷୟରେ ଲୋକମାନଙ୍କୁ ସଚେତନ କରାଇଥିଲେ। ଏଥିରେ ପଞ୍ଚାୟତର ଜନପ୍ରତିନିଧିଗଣ ,ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ସିଆରପି,ଏମବିକେ, ଏସଏଚଜି ମହିଳାଗଣ ଓ ପଞ୍ଚାୟତବାସୀ ଉପସ୍ଥିତ ରହିଥିଲେ।