November 22, 2024

କୁଜଙ୍ଗ ବ୍ଲକରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ…

Share

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ କୁଜଙ୍ଗ ବ୍ଲକ ର ସୂଚନା କେନ୍ଦ୍ର ପରିସର ରେ ପ୍ରଥମ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଉତ୍ସବ ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଜିତେନ୍ଦ୍ରିୟ ରାଉତଙ୍କ ସଂଯୋଜନାରେ ଆୟୋଜିତ ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି କୁଜଙ୍ଗ ବ୍ଲକ ଅଧ୍ୟକ୍ଷା ନିନାରାଣୀ ସାହୁ ,ସମ୍ମାନିତ ଅତିଥି ମଣ୍ଡଳ ଉନ୍ନୟନ ଅଧିକାରୀ ଦୀପକ କୁମାର ସ୍ବାଇଁ ,ଅନ୍ୟତମ ସମ୍ମାନିତ ଅତିଥି ଭାବେ କୁଜଙ୍ଗ ବ୍ଲକ ବିଜେଡି ସଭାପତି ନରେନ୍ଦ୍ର କୁମାର ପରିଡ଼ା ,ବ୍ଲକ ଉପାଧ୍ୟକ୍ଷ ଜ୍ଞାନଜିତ୍ ସ୍ବାଇଁ,ମୁଖ୍ୟ ବକ୍ତା ଭାବେ ପିତାମ୍ବର ତରାଇ ,ସମ୍ବର୍ଦ୍ଧିତ ଅତିଥି ଭାବେ କବି ତୁଳସୀ ଦାସ,ପଣ୍ଡିତ ଉପେନ୍ଦ୍ର ନାଥ ମିଶ୍ର ,ସାମ୍ବାଦିକ ଜିବନାନନ୍ଦ ଅଧିକାରୀ ଅନ୍ୟମାନଙ୍କ ମଧ୍ୟରେ ପ୍ରଶାନ୍ତ କୁମାର ଜେନା , ବନପ୍ରଭା ପରିଡ଼ା , ସଂଯୁକ୍ତା ତ୍ରିପାଠୀ , ପ୍ରତାପ କୁମାର ମହାପାତ୍ର ଓ କୁଜଙ୍ଗ ସରପଞ୍ଚ ବନ୍ଦିତା ଦାସ ପ୍ରମୁଖ ଯୋଗ ଦେଇ ଭାଷା ଅତୀତର ଅସ୍ତିତ୍ବ ଓ ଭାଷା ହିଁ ଭବିଷ୍ୟତ ଏଣୁ ଓଡ଼ିଆ ଭାଷାର ପ୍ରଚାର ପ୍ରସାର ଯେତେ ସୁଦୂର ପ୍ରସାର ହୋଇ ପାରିବ ସେତେ ବିଶ୍ଵ ଦରବାରରେ ଓଡ଼ିଆ ଭାଷାର ପରିଚୟ ବୃଦ୍ଧି ପାଇବ ବୋଲି ବକ୍ତବ୍ୟ ପ୍ରଦାନ କରିଥିଲେ l ଏହି ଅବସରରେ ବରିଷ୍ଠ ସାମ୍ୱାଦିକ ହରିଗୁରୁ ଦାସ , ଗିରିଜା ପ୍ରସାଦ ମହାନ୍ତି,ବିଚିତ୍ର ପ୍ରଧାନ ,ପ୍ରଳୟ କୁମାର ମହାପାତ୍ର ,ଗୌରହରି ସ୍ବାଇଁ,ଦିଲୀପ ପ୍ରସାଦ ଲେଙ୍କା ,ସନ୍ତୋଷ ମଲ୍ଲ ,ସୁଦର୍ଶନ ମଲ୍ଲ ,ସନ୍ତୋଷ ବେହେରା ,ସନ୍ତୋଷ ବିଶ୍ଵାଳ,ମାନସ ରଞ୍ଜନ ମହାନ୍ତି,ରାକେଶ ସୁତାର ,ଦେବାଶିଷ ପାଣି , ଦିଲ୍ଲୀପ କୁମାର ମାଲିକ,ପ୍ରସାଦ ସାହାଣୀ ପ୍ରମୁଖ ଙ୍କୁ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିଲା ସେହିପରି ୪୦ ରୁ ଉର୍ଦ୍ଧ କବି, କବୟିତ୍ରୀ ସାହିତ୍ୟିକ, ଓ ଲେଖକଙ୍କୁ ସମ୍ମାନିତ କରାଯାଇଥିଲା l ପାରାଦୀପ ରୁ ଦେବାଶିଷ ପାଣିଙ୍କ ରିପୋର୍ଟ ଉପାନ୍ତ ଖବର )