ଆଜିର ଖବର..
ଆଜି ସକାଳ ପ୍ରଦୂଷଣ ସ୍ତର ଭୁବନେଶ୍ୱର ୨୫୭, ଦିଲ୍ଲୀ ୧୮୪, ମୁମ୍ବାଇ ୨୦୨, ହାଇଦ୍ରାବାଦ ୨୧୮
ରାଜ୍ୟରେ ଘନକୁହୁଡ଼ି ଆହୁରି ୨ ଦିନ ପର୍ଯ୍ୟନ୍ତ ଲାଗି ରହିବ। ଯାଜପୁର, ନୟାଗଡ଼, ଖୋର୍ଦ୍ଧା, କଟକ, ଗଞ୍ଜାମ, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରେ ଅଧିକ ହେବ।
ଦେଶର ପ୍ରଦୂଷିତ ସହର ତାଲିକା ଶୀର୍ଷରେ ତାଳଚେର। ନିର୍ମାଣ କାର୍ଯ୍ୟ ବନ୍ଦ ହେଲା।
ପୁରୀ ଶ୍ରୀମନ୍ଦିରରେ ପୁଲିସ୍ ସହ ସେବାୟତ ଓ କମାଣ୍ଡର ଗଣ୍ଡଗୋଳ ପାଇଁ, ଘଣ୍ଟାଏ ନୀତି ଦର୍ଶନ ବନ୍ଦ ହେଲା।
ଡାକ୍ତର ମାନଙ୍କ ୧୦ ଦଫା ଦାବି ପୂରଣ ପାଇଁ ଓମସାର ଆନ୍ଦୋଳନ, ଆଜିଠାରୁ ୨ ଘଣ୍ଟା ପାଇଁ ଓପିଡି ସେବା ବନ୍ଦ ରହିବ।
ଭୁବନେଶ୍ୱରରେ ଜାତୀୟ ରାଜପଥରୁ ଏମ୍ସ ଯାଏ ରାସ୍ତା ହେବ ୩ ଲେନ୍, ହଟିବ ଜବରଦଖଲ, ଆମ୍ବୁଲାନ୍ସ କରିଡର୍ ହେବ।
ପରିବହନ ବିଭାଗର ନିଦ ଭାଙ୍ଗିଲା। ଏଥର ସ୍କ୍ରିନିଂ ଟେଷ୍ଟ ପାସ୍ କଲା ପରେ “ଆମ ବସ୍” ପାଇଁ ଡ୍ରାଇଭର ଚାକିରୀ ମିଳିବ।
“ଆମ ବସ୍” ଧକ୍କାରେ ମୃତ ଅଟୋ ଚାଳକ ପରବାରକୁ ୪ ଲକ୍ଷ ଟଙ୍କାର କ୍ଷତିପୂରଣ ଦେବେ ମୁଖ୍ୟମନ୍ତ୍ରୀ।
ମୋ ବସ ଗୁଡିକରେ ପୂର୍ବ ବିଜେଡି ସରକାର ଖରାପ ଡ୍ରାଇଭର ରଖିଥିଲେ ବୋଲି କହିଲେ ବିଜେପି ବିଧାୟକ ବାବୁ ସିଂ।
ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଜବାହର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ ବ୍ୟାପୁଛି, ୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅସୁସ୍ଥ।
ବ୍ରହ୍ମପୁର ପୀତବାସ ପଣ୍ଡା ହତ୍ୟା ମାମଲାରେ ୩୦ ହଜାର ପୃଷ୍ଠାର ଚାର୍ଜସିଟ୍ ଦାଖଲ କଲା ପୋଲିସ।
କଟକ ସିଆରଆରଆଇ ଥାନା ଅଧିକାରୀ ଭୁବନେଶ୍ୱର ରାଜମହଲ ଛକରେ ଭିଜିଲାନ୍ସ ଦ୍ୱାରା ଗିରଫ।
ସମ୍ବଲପୁର ନକ୍ସାପାଲିରେ ହାଇୱାକୁ ଧକ୍କା ଦେଲା କାର୍, ଜଣେ ମୃତ, ଦୁଇ ଗୁରୁତର।
ପାରଳାଖେମୁଣ୍ଡି ପୋଲିସ ଦ୍ବାରା ୨ ଚୋର ଗିରଫ, ୯ କେଜି ରୁପା ଓ ସୁନା ଅଳଙ୍କାର ଜବତ।
ଅନୁଗୁଳ ବଉଳିଗଡ଼ ନିକଟରେ ଅଜଣା ଗାଡି ଧକ୍କାରେ ଦୁଇ ସାଙ୍ଗ ମୃତ। ମୃତକ ଶାନ୍ତନୁ ବେହେରା ଓ ଅନୀଲ ପ୍ରଧାନ।
ନବରଙ୍ଗପୁର ଜିଲ୍ଲା ଉମରକୋଟ ଡିଏନକେର ବିଶିଷ୍ଟ ବ୍ୟବସାୟୀଙ୍କ ସାନ ବୋହୂଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର।
ନବରଙ୍ଗପୁର ଜିଲ୍ଲା ଝରିଗାଁ ଅଞ୍ଚଳରେ ନିଆଁ ଲାଗି ୯ ଏକର ଜମିରୁ ଅମଳ ଧାନ ଜଳି ନଷ୍ଟ ହୋଇଗଲା।
ସୁବର୍ଣ୍ଣପୁର ଡୁଙ୍ଗୁରିପାଲି ଅଙ୍ଗନଦୀ ପୋଲରେ ଦୁର୍ଘଟଣାରେ କକା ପୁତୁରା ମୃତ।
ବରଗଡ଼ ଧନୁଯାତ୍ରାର କଂସ ପୁରୀରେ ପହଁଚିଲେ, ସମୁଦ୍ରରେ ବୁଡ଼ ପକାଇ, ମହାପ୍ରଭୁଙ୍କୁ ଦର୍ଶନ କରି କ୍ଷମା ମାଗିଲେ।
ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳର ବନ୍ଧସାହି ଗ୍ରାମରେ ମଦ ପିଇ ପିଇ ଚାଲିଗଲେଣି ପୁରୁଷ। ୫୦ ପ୍ରତିଶତ ମହିଳା ବିଧବା। ୮ରୁ ଅଧିକ ଚୋରା ଚୋରା ମଦଭାଟି।
ଆନ୍ଧ୍ରର ବାରୁଆ ନିକଟରେ ବାଲେଶ୍ଵରର କାର ଦୁର୍ଘଟଣା ଗ୍ରସ୍ତ। ଜଣେ ମୃତ ଓ ୪ ଜଣ ଗୁରୁତର।
ମହାନଦୀର କଲମା ବ୍ୟାରେଜ୍ ତଳେ ଉଛୁଳା ପାଣିକୁ ଟାଣିନେବାକୁ ଛତିଶଗଡ଼ ସରକାର ବାଲିବନ୍ଧ କାମ ସମାପ୍ତ କଲେ। ଓଡିଶା ସରକାର ନିଦରେ।
କଟକରେ ଜାନୁଆରୀ ୧୧ରେ ଚଳଚିତ୍ର ଜଗତର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପଦ୍ମିନୀ କୋହ୍ଲାପୁରୀ।
ବିଜୟ ହଜାରେ କ୍ରିକେଟ ଟ୍ରଫି ମ୍ୟାଚରେ ଓଡିଶାକୁ ହରାଇଲା ହରିୟାଣା।
ଜଳ ପଥରେ ହମଲା କରିବାକୁ ପାକିସ୍ତାନରେ ତାଲିମ ନେଉଛନ୍ତି ଆତଙ୍କବାଦୀ, ରିପୋର୍ଟରୁ ଖୁଲାସା।
ନ୍ୟୁଜିଲ୍ୟାଣ୍ଡ୍ ବିରୋଧରେ ମ୍ୟାଚ ପାଇଁ ଦିନିକିଆ ଭାରତୀୟ କ୍ରିକେଟ ଦଳ ଘୋଷିତ।
ଇରାନରେ ପଢୁଥିବା ତିନିହଜାର ଭାରତୀୟ ଡାକ୍ତରୀ ଛାତ୍ରଛାତ୍ରୀ ନିଜର ସୁରକ୍ଷା ପାଇଁ ନିବେଦନ କଲେ।
ଗତବର୍ଷ ଏଇ ସମୟରେ
ଅଦିନିଆ ବର୍ଷା କୁ ପ୍ରାକୃତିକ ବିପର୍ଯ୍ୟୟ ବୋଲି ଘୋଷଣା କଲେ ସରକାର।
ପର୍ଯ୍ୟଟନ ସ୍ଥଳ ପାଇଁ କୋରାପୁଟ ପାତ୍ରମାଳି ପାହାଡ଼କୁ ଅନୁଧ୍ୟାନ କରିଥିଲେ ପର୍ଯ୍ୟଟନ ବିଭାଗ।
ଆଜି ଜନ୍ମଦିନ: ଶାହାଜାହାନ, ମମତା ବାନାର୍ଜୀ, ଦୀପିକା ପାଦୁକୋନ, ମୁରଲୀ ମନୋହର ଯୋଶୀ, କଲ୍ୟାଣ ସିଂହ, ପଦ୍ମିନୀ ରାଉତ (ଚେସ, କଟକ)।
ଇତିହାସରେ ଆଜି: (୧୬୫୯) ଶାହା ସୁଜାଙ୍କୁ ପରାସ୍ତ କଲା ଆଉରଙ୍ଗଜେବ/ (୧୬୭୧) ମୋଗଲଙ୍କ ଠାରୁ ସହରାଞ୍ଚଳ ଛଡ଼ାଇନେଲେ ଶିବାଜୀ/ (୧୮୫୦) କାଲିଫର୍ଣ୍ଣିଆ ଷ୍ଟକ ଏକ୍ସଚେଞ୍ଜ ଆରମ୍ଭ/ (୧୯୭୧) ଅଷ୍ଟ୍ରେଲିଆ ଇଂଲଣ୍ଡ ମଧ୍ୟରେ ପ୍ରଥମ ଦିନିକିଆ କ୍ରିକେଟ ମ୍ୟାଚ ଅନୁଷ୍ଠିତ।
*🙏ବନ୍ଦେ ଉତ୍କଳ ଜନନୀ🙏*
➖➖➖➖➖➖➖➖➖➖➖
