ଖୋର୍ଦ୍ଧାରଡ଼ ସିନିଅର ଡିପିଓ ହେଲେ ପ୍ରମୋଦ ବେହେରା , ସ୍ୱାଗତ ଜଣାଇଲା ଶ୍ରମିକ କଂଗ୍ରେସ
ଖୋର୍ଦ୍ଧା-(ପ୍ରିୟଙ୍କା ମହାପାତ୍ର)ସ୍ଥାନିୟ ଖୋର୍ଦ୍ଧାରୋଡ ରେଳ ମଣ୍ଡଳ ସିନିଅର ଡିପିଓ ଇନଚାର୍ଜ ଭାବେ ପ୍ରମୋଦ ବେହେରା ଗୁରୁବାର ଠାରୁ ଦାୟିତ୍ୱ ନେଇଛନ୍ତି l ପ୍ରକାଶ ଥାଉକି ପୂର୍ବତନ ବରିଷ୍ଠ କାର୍ମିକ ଅଧିକାରୀ ଆର ଏନ ଏ ପରିଡା ଗତକାଲି ମୁଖ୍ୟ ଭିଜିଲାନ୍ସ ଅଫିସର ଭାବେ ପାରାଦ୍ୱୀପ ପୋର୍ଟକୁ ବଦଳି ପରେ ବର୍ତମାନ ଅବସ୍ଥିତ କାର୍ମିକ ଅଧିକାରୀ ପ୍ରମୋଦ ବେହେରାଙ୍କୁ ବରିଷ୍ଠ କାର୍ମିକ ଅଧିକାରୀ ଇନଚାର୍ଜ ଭାବେ ଦାୟିତ୍ୱ ଦିଆଯାଇଛି l ଶ୍ରୀ ବେହେରା ଜଣେ ଦକ୍ଷ ଏବଂ ସଚ୍ଚୋଟ ଅଫିସର ଭାବେ ବେଶ ଜଣାଶୁଣା l “ନ୍ୟାୟ ବିଳମ୍ବ ଅର୍ଥ ନ୍ୟାୟ ପ୍ରତ୍ୟାଖ୍ୟାନ” ଉକ୍ତିରେ ବିଶ୍ୱାସ ରଖୁଥିବା ଏହି ଲୋକପ୍ରିୟ ଅଫିସରଙ୍କୁ ଦାୟିତ୍ୱ ମିଳିବା ପରେ ଶ୍ରମିକ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀ ମଣ୍ଡଳ ସଂଯୋଜକ ସୁନୀଲ ଭଞ୍ଜ , ପୂର୍ବତନ ମଣ୍ଡଳ ସଂଯୋଜକ ପ୍ରମୋଦ ସାହାଣୀ , ସହ ସଂଯୋଜକ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ପଦାଧିକାରୀ ଶ୍ରୀ ଏମ ଗୋପାଳ କ୍ରିଷ୍ଣା ରାଓ , ସୁବ୍ରତ ପଣ୍ଡା , ଅମିତ କୁମାର , ଏ ଶ୍ରୀନିବାସ , ନାରୀ ନେତ୍ରୀ ରୂନି ବେହେରା , ଅର୍ପିତା ମହାନ୍ତି , ଶାଖା ସମ୍ପାଦକ ଏଲ ଡି ମହାନ୍ତି , ତାଳଚେର ଶାଖା ସମ୍ପାଦକ ରାମା ରାଓ ପ୍ରମୁଖ ସାମିଲ ଥିଲେ।
