March 7, 2026

ମୃତବ୍ୟକ୍ତିଙ୍କ ଅଙ୍ଗ ଦାନ ଯୋଗୁଁ ଓଡିଶା ସରକାର ଙ୍କ ପକ୍ଷରୁ ରାଷ୍ଟ୍ରିୟ ସମ୍ମାନରେ ସମ୍ମାନୀତ କରାଗଲା

IMG-20251204-WA0107
Share

ତିର୍ତ୍ତୋଲ ତା ୪/୧୨ ତିର୍ତ୍ତୋଲ ବ୍ଲକ୍ ଅଧିନ ଗୋପଳପୁର( ଶଂ) ପଞ୍ଚାୟତ ନିବାସୀ ବଡଜିଂଗଲ ଗ୍ରାମର ୰ମୁରଲୀଧର ଦାସ ଙ୍କ ପୁତ୍ର ସନ୍ତୋଷ କୁମାର ଦାସ କଟକରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ସମୟରେ , କଟକ ପାରାଦ୍ବୀପ ରାସ୍ତାର କଣ୍ଟୁଆର ଠାରେ ରାସ୍ତାର ଥିବା ଉଚ୍ଛ ହମ୍ପସ୍ ରେ ଭାରସାମ୍ୟ ହରାଇ ଦୁର୍ଘଟଣା ର ଶୀକାର ହୋଇଥିଲେ । ଭୁବନେଶ୍ୱର ସ୍ଥିତ ଉତ୍କଳହସ୍ପିଟାଲ ରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ପରିବାର ର ଲୋକ ମୃତ ସନ୍ତୋଷ ଅଙ୍ଗଦାନ କରିବାକୁ ମେଡିକାଲ କର୍ତ୍ତୃପକ୍ଷଙ୍କ ନିକଟରେ ନିବେଦନ କରିଥିଲେ । ସେହି ଅନୁଯାୟୀ ମେଡିକାଲ ପକ୍ଷରୁ ଚିକିତ୍ସାଧିନ ରୋଗୀ ଉଦ୍ଦେଶ୍ୟରେ ଚକ୍ଷୁ, କିଡନି, ଫୁସ୍‌ଫୁସ୍ ଇତ୍ୟାଦି ସଂଗ୍ରହ କରାଯାଇଥିଲା । ଏହି ମହନୀୟତା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ କିଷ୍ଣାନନ୍ଦପୁର ଆରକ୍ଷୀ ଅଧିକାରୀଙ୍କ ନେତୃତ୍ବରେ ଗ୍ରାମ୍ୟ ଶ୍ମଶାନ ରେ ଶେଷକୃତ୍ୟ ସମୟରେ ଗାର୍ଡ ଅଫ୍ ଅନର ସନ୍ମାନ ଦିଆଯାଇଥିଲା । ଉକ୍ତ ସ୍ଥାନରେ ଅନ୍ୟମାନଙ୍କ ମଧ୍ୟରେ8 ଜଗତ୍ସିଂହପୁରର ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ସହିତ ବିଜେପି ବରିଷ୍ଠ ନେତା ବିଜୟ କୁମାର ଦାଶ, ପ୍ରଶାନ୍ତ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଶେଷ ସନ୍ମାନ ଜଣାଇ ଥିଲେ ।ଜଗତ୍ସିଂହପୁର ରୁ ଶରତ କୁମାର ଦାଶ ଙ୍କ ରିପୋର୍ଟ୍ ନ୍ୟୁଜ ଉପାନ୍ତ ଖବର