March 7, 2026

ମାଣବସା ଗୁରୁବାର ପାଇଁ ଅନ୍ନଦାତ୍ରୀ ଲକ୍ଷ୍ମୀଙ୍କର ପୂଜା, ମଣ୍ଡପରେ ପୂଜା ପାଇଲେ ଅନ୍ନଦାତ୍ରୀ ମା’ଲକ୍ଷ୍ମୀ..

IMG-20251204-WA0084
Share

ବୋଲଗଡ଼,(ଉପାନ୍ତ ଖବର): ମାଣବସା ଗୁରୁବାର ଏକ କୃଷି ଭିତ୍ତିକ ପର୍ବ। ମାର୍ଗଶିର ମାସର ଗୁରୁବାର ଦିନ ମହା ଲକ୍ଷ୍ମୀଙ୍କୁ ଧନଧାନ୍ୟ,ବାତ୍ସଲ୍ୟ, ଦୟା, କ୍ଷମା ବୃଦ୍ଧି ନିମନ୍ତେ ପୂଜା କରାଯାଏ। ଓଡ଼ିଶାର ସବୁ ବର୍ଗର ଲୋକେ ପୂଜା କରିଥାନ୍ତି। ମାର୍ଗଶିର ମାସର ଶେଷ ଗୁରୁବାର ହୋଇଥିବାରୁ ପୁର ପଲ୍ଲୀ ଠାରୁ ସହର ପର୍ଯ୍ୟନ୍ତ ପ୍ରତ୍ୟେକ ଘରେ ଘରେ ଅନ୍ନଦାତ୍ରୀ ଲକ୍ଷ୍ମୀଙ୍କର ପୂଜା ବ୍ରତ ମହା ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ତେବେ ହିନ୍ଦୁଧର୍ମର ସଂସ୍କୃତି ପରମ୍ପରା ଅନୁସାରେ ଓଡ଼ିଆ ଘରର ମା ମାନେ ପାରିବାରର ମଙ୍ଗଳ କାମନା କରି ମାର୍ଗଶିର ମାସର ପ୍ରତ୍ୟେକ ଗୁରୁବାର ଦିନ ନିଷ୍ଠାପର ସହକାରେ ପାଳନ କରିଥାନ୍ତି। ଓ ଶେଷ ଗୁରୁବାର ଦିନ ରୀତି ନୀତି ଅନୁସାରେ ଗୋବରରେ ଲିପାପୋଛା କରି ଝୋଟି ଚିତା ପକାଇ ଘରେ ମାଣ ଉପରେ ଧାନ କେଣ୍ଡା ସଜାଇ ମା’ ଲକ୍ଷ୍ମୀ ଙ୍କୁ ଆବାହନ କରିଥାନ୍ତି। ଏହି ପରିପ୍ରେକ୍ଷୀରେ ବୋଲଗଡ଼ ଅଞ୍ଚଳରେ ପ୍ରତ୍ୟେକ ଘରେ ଘରେ ମହାଲକ୍ଷ୍ମୀ ଙ୍କର ପୂଜା ଅର୍ଚ୍ଚନା ପାଳନ କରାଯାଇଛି। ଏହି ଅବସରରେ ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ସାନ କୁମାରୀ ଗ୍ରାମର ମଙ୍ଗଳାଙ୍କ ପୀଠ ପରିସରରେ ପୂଜା ମଣ୍ଡପରେ ଅନ୍ନପୂର୍ଣା ମହାଲକ୍ଷ୍ମୀ ଙ୍କର ତ୍ରୟୋଦଶ ବାର୍ଷିକ ମହୋତ୍ସବ ଯଥାବିଧି ରେ ଅନୁଷ୍ଠିତ ହେଉଅଛି। ପୂଜା ଅର୍ଚ୍ଚନା ଧୁମ୍ ଧାମ୍ ରେ ପାଳନ କରାଯାଉଛି ଏହି ପୂଜା ଗୁରୁବାର ଠାରୁ ୩ଦିନ ଧରି ପାଳନ କରାଯିବ ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ହେବ ବୋଲି ପୂଜା କମିଟି ତରଫରୁ ସୂଚନା ମିଳିଛି।

 

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।