November 25, 2024

ଏମ.କେ.ସି.ଜି ସ୍ଵତନ୍ତ୍ର ବିଦ୍ୟଳୟ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି

Share

ଏମ.କେ.ସି.ଜି ସ୍ଵତନ୍ତ୍ର ବିଦ୍ୟଳୟ ରେ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି
ମୋହନା ସ୍ଥିତ ଏମ.କେ.ସି.ଜି ସ୍ଵତନ୍ତ୍ର ବିଦ୍ୟଳୟ ରେ ତା୦୩.୧୨.୨୦୨୩ରିଖ ରବିବାର ଦିବା ୧୧ଘ ସମୟରେ “ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ” ମହାଆଡମ୍ବର ରେ ପାଳିତ ହୋଇଯାଇଛି ଉକ୍ତ ଉତ୍ସବ ରେ ବିଦ୍ୟାଳୟ ର ସମ୍ପାଦକ ଶ୍ରୀ ଦଣ୍ଡାସୀ ସାହୁ ସଭାପତିତ୍ଵ କରିଥିଲେ ।ମୋହନା ଗୋଷ୍ଟି ଶିକ୍ଷା ଅଧିକାରୀ ଶ୍ରୀ ନରେନ୍ଦ୍ର କୁମାର ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।ମୁଖ୍ୟ ବକ୍ତା ଭାବରେ ମୋହନା ବନାଞ୍ଚଳ ଅଧିକାରୀ (ରେଞ୍ଜର) ଯୋଗ ଦେଇଥିଲେ ।ସମ୍ମାନୀୟ ଅତିଥି ଭାବେ ମୋହନା ଓଆଇସି ପ୍ରଧାନ ସାର,ଓଆଇସି ମାଡାମ,ମୋହନା ଅଗ୍ନିସମ ବିଭାଗର ଶ୍ରୀ ପ୍ରୋମୋଦ କୁମାର ଭୂୟାଁ ,ମୋହନା ବନପାଳ ଶ୍ରୀ ଦେବାଶିଷ କୁମାର ଶତପଥି ,ଶିକ୍ଷାବିତ ମର୍ସାଲନାୟକ ,ଆଇନ ଜୀବି ଶ୍ରୀ ମଧୁସୂଦନ ପାଢୀ ,ଅନୁଷ୍ଠାନ ର ଉପଦେଷ୍ଟା ଶ୍ରୀ ଦୁର୍ଜ୍ୟାଧନ କରଡା,ଅନୁଷ୍ଠାନ ର ଶିକ୍ଷା କମିଟି ର ଅଧ୍ୟକ୍ଷ ଶ୍ରୀ ପ୍ରଶାନ୍ତ ବୀର,ଶ୍ରୀ ମଧୁସୂଦନ ନାୟକ,ବିଦ୍ୟାଳୟ କମିଟି ମେମ୍ବର ସତ୍ୟବାନ ପାଟଖଣ୍ଡଳ,ବାବୁ ସାହୁ,ଲିପିକା ଏନଜିଓ ,ଶ୍ରୀ ଅକ୍ଷୟ ଶତପତି,ମୋହନା ପ୍ରେସ କ୍ଲବ ର ସଭାପତି ଶ୍ରୀ ଲକ୍ଷ୍ମଣ ଚୌଧୁରୀ,ସମସ୍ତ ଅଭିଭାବକ ,ମିଡିଆ ଆଞ୍ଚଳିକ ବୁଦ୍ଧିଜୀବୀ ଇତ୍ୟାଦି ଯୋଗ ଦେଇଥିଲେ ।ପ୍ରଥମେ ମୁଖ୍ୟ ଅତିଥି ଦୀପ ପ୍ରଜ୍ଵଳନ କରି କାର୍ଯ୍ୟ କ୍ରମ ର ଶୁଭାରମ୍ଭ କରିଥିଲେ ।ଅନୁଷ୍ଠାନ ର ପରିଚାଳନା କମିଟି ର ସଭ୍ୟ ସ୍ଵର୍ଗତ ଶ୍ରୀ ଭଜହରି ସାହୁ ଙ୍କର ପ୍ରଥମେ ନୀରବ ପ୍ରାଥନ। କରଯାଇଥିଲା ।ସଭାପତି ଶ୍ରୀ ଦଣ୍ଡାସୀ ସାହୁ ଅନୁଷ୍ଠାନ ଉପରେ ଅତିଥି ଓ ଅଭିଭାବକ ଙ୍କୁ ବୁଝାଇଥିଲେ ।ମୁଖ୍ୟଅତିଥି ବିଇଓ ଭିନ୍ନକ୍ଷମ ଦିବସ ଉପରେ ଖୁବ ନିଖୁଣ ଭାବରେ ଛାତ୍ରଛାତ୍ରୀ ,ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ମାନଙ୍କୁ ବୁଝାଇଥିଲେ ।ମୁଖ୍ୟବକ୍ତା ବନାଞ୍ଚଳ ଅଧିକାରୀ ବିଦ୍ୟଳୟ ର ଅତ୍ୟାବଶ୍ୟକ ଗୁଡିକୁ ପୂରଣ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ ।ଉକ୍ତ ଉତ୍ସବ ରେ ଛାତ୍ର ଛାତ୍ରୀ ମାନଙ୍କ ଗୀତ ,ନୃତ୍ୟ ,ନାଟକ ଦେଖି ବିମୋହିତ ହେବ ସଙ୍ଗେ ସଙ୍ଗେ ,ମୁଖ୍ୟ ଅତିଥି ଓ ସମସ୍ତ ଅତିଥି କୃତି ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ ।ଉକ୍ତ ପବିତ୍ର ସଭାକୁ ଅଧ୍ୟକ୍ଷ ଶ୍ରୀ ଦାମୋଦର ଦାସ ଓ ଅଧ୍ୟକ୍ଷାଶ୍ରୀମତୀ ନିରୋଜା କୁମାରୀ ବେହେରା ପରିଚାଳନା କରିଥିବା ବେଳେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ,କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ପରିଶେଷ ରେ ଅଧ୍ୟକ୍ଷ ଶ୍ରୀ ଦାସ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିବା ସହିତ ସଭାପତି ଦଣ୍ଡାସୀ ସାହୁ ସଭା ସାଙ୍ଗ କରିଥିଲେ ।