ଶ୍ରମ ବିଭାଗର ବିଚିତ୍ର ନୀତି : ଶିଶୁ ଶ୍ରମିକ ଙ୍କ ପାଇଁ ନାହିଁ ବ୍ୟବସ୍ଥା
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି) ଓଡ଼ିଶାରେ ଦିନକୁ ଦିନ ବୃଦ୍ଧି ପାଉଛି ଶିଶୁ ଶ୍ରମିକଙ୍କ ସଂଖ୍ୟା । ଶିଶୁ ଶ୍ରମିକ ଙ୍କ ଆବଶ୍ୟକ ଥଇଥାନ ଓ ଏଭଳି ପ୍ରଥା ସମ୍ପୂର୍ଣ୍ଣ ଦୁରୀ କରଣ ନିମନ୍ତେ କୌଣସି ବ୍ୟବସ୍ଥା ନ ଥିବା ବେଳେ ଏହି ସଂଖ୍ୟା ବୃଦ୍ଧି ପାଉଛି । ପରିବାର ର ଆର୍ଥିକ ଅବସ୍ଥା, ସ୍ଥାନୀୟ ଅଞ୍ଚଳରେ ରୋଜଗାର ନ ପାଇବାରୁ ଶିଶୁମାନେ ଶ୍ରମିକ ସାଜୁଥିବା ଓ ପରିବାର କୁ ଚଳେଇ ଆସୁଥିବା ଅନେକ ନଜିର ରହିଛି । ବର୍ଷକୁ ଥରେ ଦୁଇଥର ଶ୍ରମ ବିଭାଗ ଧର୍ମକୁ ଆଖି ଠାର ଭଳି ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଶିଶୁ ଶ୍ରମିକ ଙ୍କୁ ଉଦ୍ଧାର କରି ପୁନର୍ବାର ତାଙ୍କ ପିତାମାତା ତଥା ପରିବାର ଙ୍କୁ ହସ୍ତାନ୍ତର କରାଯାଉଛି । ଦିନେ ଦୁଇଦିନ ପରେ ପିଲାଏ ପୁନର୍ବାର ସେହି କାର୍ଯ୍ୟ ରେ ନିୟୋଜିତ ରହୁଥିବା ଦେଖିବାକୁ ମିଳୁଛି । ଯେହେତୁ ଏଭଳି ଶିଶୁ ଶ୍ରମିକ ଙ୍କ ଥଇଥାନ ପାଇଁ ସରକାର ଙ୍କ କୌଣସି ଯୋଜନା ନାହିଁ ତେଣୁ ଏହା ସମ୍ପୂର୍ଣ୍ଣ ଫେଲ ମରିଛି । ଦ୍ୱିତୀୟତଃ ଚଢ଼ାଉ କରାଯାଉଥିବା ବା ଶିଶୁ ଶ୍ରମିକ ନିୟୋଜିତ କରିଥିବା ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହୋଟେଲ, ଦୋକାନ, ଗ୍ୟାରେଜ ପ୍ରଭୃତି ମାଲିକଙ୍କ ଉପରେ କୌଣସି ଆଖି ଦୃଶିଆ ପଦକ୍ଷେପ ନିଆଯାଉ ନାହିଁ । ସଲାସୁତରାରେ ଏଭଳି ଚଢ଼ାଉ କରାଯାଉଛି । ବିଭିନ୍ନ ବିଦ୍ୟାଳୟର ହଷ୍ଟେଲ ରେ ପାଠପଢୁଥିବା ପିଲାମାନେ ପାଠ ପଢିବା ପ୍ରତି ଆଗ୍ରହ ନ ଦେଇ କାହାରିକୁ କିଛି ନ ଜଣେଇ ରୋଜଗାର ଲକ୍ଷ୍ୟ ରେ ବିଭିନ୍ନ ହୋଟେଲ, ଦୋକାନ, ଗ୍ୟାରେଜ ରେ କାର୍ଯ୍ୟ କରୁଛନ୍ତି । ତେଣୁ ପିଲାଙ୍କ ମାନସିକତା ମଧ୍ୟ ସମ୍ପ୍ରତି ପରିସ୍ଥିତି ରେ ଗୁରୁତ୍ୱପୂର୍ଣ୍ଣ ।
ଏସବୁ ପ୍ରତି ଦୃଷ୍ଟି ଦେଇ ସରକାର ଏଭଳି କୁ ପ୍ରଥାର ସମ୍ପୂର୍ଣ୍ଣ ଦୂରୀକରଣ ପାଇଁ ଏକ ସୁଦୃଢ ବ୍ୟବସ୍ଥା ଗ୍ରହଣ କରିବା ଉଚିତ ।