March 8, 2026

ଗୋଡଭଗା ଗୋଲକ ନଗରରେ ରକ୍ତଦାନ ଶିବିର 

IMG-20251104-WA0087
Share

 

 

ବରଗଡ,ସୁରେନ୍ଦ୍ର କଠାର ୪/୧୧

 

ମଙ୍ଗଳବାର ଦିନ ଅତାବିରା ବ୍ଲକ ଗୋଡ଼ଭଗା ଗୋଲକନଗର ଠାରେ ମାଁ ମାହେଶ୍ୱରୀ ସେନା ଓ ଶ୍ରୀରାମ ମଠ କମିଟି ତରଫରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l ମାଁ ମାହେଶ୍ୱରୀଙ୍କର ପୂଜାର୍ଚ୍ଚନା କରାଯାଇ ଡୁମାଲ ପରିଷଦ ପତ୍ରା ପାଲି କେନ୍ଦ୍ର ସଭାପତି ଶ୍ରୀଯୁକ୍ତ ଭୁବନେଶ୍ୱର ମହାକୁର, କଳାମାଟି ସରପଞ୍ଚ ଶ୍ରୀମତୀ ସୁଷମା ସାହୁ,ସ୍ପନ୍ଦନ କ୍ଲବର ସଭାପତି ଶ୍ରୀଯୁକ୍ତ ବାଲକୃଷ୍ଣ ସାହୁ, ମାଁ ମାହେଶ୍ୱରୀ ସେନାର ସଦସ୍ୟା ଶ୍ରୀମତୀ ସଂଯୁକ୍ତା ପ୍ରଧାନ ଓ କୋଶଲ ସଂଗ୍ରାମୀ ଶ୍ରୀଯୁକ୍ତ ସୁଧୀର ପଣ୍ଡାଙ୍କ ଦ୍ୱାରା ଫିଟାକାଟି ଶୁଭାରମ୍ଭ କରାଯାଇଥିଲା l ବୁର୍ଲ୍ଲl ରକ୍ତଭଣ୍ଡାରର ଟେକନିସିଏନ ଓ କର୍ମଚାରୀଙ୍କ ଦ୍ୱାରା ରକ୍ତ ସଂଗୃହିତ ହୋଇଥିଲା l ଏହି ଶିବିରରେ ୨୮ଜଣ ପୁରୁଷ ଓ ୦୩ଜଣ ମହିଳାଙ୍କ ସମେତ ସର୍ବମୋଟ ୩୧ୟୁନିଟ ରକ୍ତ ସଂଗୃହିତ ହୋଇଥିଲା l ଏହି ଶିବିରରେ ମାଁ ମାହେଶ୍ୱରୀ ସେନାର ସଦସ୍ୟ ଓ ଶ୍ରୀରାମ ମଠ କମିଟି ସଦସ୍ୟବୃନ୍ଦ, ଲା୍ୟନ୍ସ କ୍ଲବର ସଦସ୍ୟ ବୃନ୍ଦ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ l