March 8, 2026

ପଞ୍ଚାୟତ ସ୍ତରରେ ବ୍ୟାଙ୍କିଙ୍ଗ୍ ସେବାକୁ ନେଇ ଠିକା ସଂସ୍ଥା ର ମନ ମାନି 

IMG-20251104-WA0086
Share

ଭୁବନେଶ୍ୱର-୪/୧୧-ରାଜ୍ୟରେ ମୋଟ ଛଅ ହଜାର ସାତ ଶହ ଅଠାନାବେ ପଞ୍ଚାୟତ ଥିବା ବେଳେ ସେଥିମଧ୍ୟରୁ ଚାରିହଜାର ତିନିଶହ ତେସ୍ତରି ଗୋଟି ପଞ୍ଚାୟତରେ ବ୍ୟାଙ୍କ ସୁବିଧା ନଥିବାକୁ ନଜରରେ ରଖି ପୂର୍ବତନ ସରକାର ବ୍ୟାଙ୍କ ସେବା ପହଞ୍ଚି ପାରୁନଥିବା ପଞ୍ଚାୟତ ମାନଙ୍କରେ CSP OUTLET ଅଥବା ” ଆମ ବ୍ୟାଙ୍କ” ଖୋଲିବାକୁ ନିଷ୍ପତି ନେଇଥିଲେ । 2023 ଅଗଷ୍ଟ ମାସ 11ତାରିଖରୁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ତଥା ବର୍ତମାନର ବିରୋଧୀ ଦଳର ନେତା ମାନ୍ୟବର ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ 4ହଜାର 3ସହ ତେସ୍ତରି ପଂଚାୟତ ରେ csp plus ବ୍ୟାଙ୍କିଙ୍ଗ out let ଖୋଲିବାକୁ ନିଷ୍ପତି ନେଇଥିଲେ

ସେଥିମଧ୍ୟରୁ State bank of India, Punjab national Bank, Bank of Baroda,Bank of India, Union Bank, Uco Bank, ଭଳି ରାଷ୍ଟ୍ରାୟତ ବ୍ୟାଙ୍କ ସହ ରାଜିନାମା ସ୍ଵାକ୍ଷର କରିଥିଲେ ଏହି ଯୋଜନା ଆରମ୍ଭ ହେବାପରେ ଦୁଇ ହଜାର ସାତଶହ ଷଡ଼ଚଳିଶଟି “ଆମ ବ୍ୟାଙ୍କ” ଶାଖା ଖୋଲା ଯାଇଥିବା ରାଜ୍ୟ ଅର୍ଥ ବିଭାଗ ତରଫରୁ ସୂଚନା ଦିଆଯାଇଥିଲା I କିନ୍ତୁ ବର୍ତ୍ତମାନ “ଆମ ବ୍ୟାଙ୍କ” ଶାଖା ଗୁଡିକର କାର୍ଯ୍ୟକାରିତାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଲାଣି ?

ନିଜ ପଂଚାୟତରେ ବ୍ୟାଙ୍କ ସେବା ନଥିବାରୁ ଅନେକ ବୟସ୍କ ବ୍ୟକ୍ତି, ଗର୍ଭବତୀ ମହିଳା, ଦିବ୍ୟାଙ୍ଗ, ଠାରୁ ଆରମ୍ଭ କରି ସ୍କୁଲ, କଲେଜ ପିଲା ପର୍ଯ୍ୟନ୍ତ ସମସ୍ତେ ବ୍ୟାଙ୍କ୍ ସେବା ପାଇଁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ପୂର୍ବତନ ସରକାରଙ୍କ ନିଷ୍ପତି ଅନୁସାରେ ଖୋଲା ଯାଇଥିବା ଶାଖା ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ଠିକ ଭାବେ ପାରିଶ୍ରମିକ ମିଳୁନାହିଁ ଏବଂ ଠିକା ସଂସ୍ଥା ର ଉପରସ୍ତ ଅଧିକାରୀ ଙ୍କ ଠାରୁ ପ୍ରତିଦିନ କିଛି ନା କିଛି ଧମକ ପୂର୍ଣ୍ଣ ବାର୍ତ୍ତା ଦିଆ ଯିବା ସହ ଆଇଡି ବ୍ଲକ କରିଦିଆଯାଉଛି । ପୂର୍ବତନ ସରକାରଙ୍କ ନିଷ୍ପତି ଅନୁସାରେ ଚୁକ୍ତିନାମା ଗୋଟିଏ ପ୍ରକାର ଥିବାବେଳେ କାର୍ଯ୍ୟକାରୀ ଆଉ ଏକ ପ୍ରକାର ହେବାକୁ ଲାଗିଛି l କାରଣ ଏହି ବ୍ୟାଙ୍କ ସେବା ଗୁଡିକୁ ବୁଝୁଥିବା ଠିକାଦାର ସଂସ୍ଥାର ମନ ମାନି କହିଲେ ନ ସରେ । ମାସ ଶେଷରେ କର୍ମଚାରୀଙ୍କୁ ଦିଆଯାଉଥିବା କମିଶନ ମଧ୍ୟ ଠିକ୍ ଭାବେରେ ମିଳୁନାହିଁ l

ବ୍ୟାଙ୍କ ଶାଖାର କୌଣସି ଅସୁବିଧା ହେଲେ ଠିକାଦାର ସଂସ୍ଥାର ଉପରିସ୍ଥ ଅଧିକାରୀଙ୍କୁ ଯୋଗାଯୋଗ କଲେ ଫଳ ସ୍ୱରୂପ କୌଣସି ଉତ୍ତର ମିଳୁନି | ପାରିଶ୍ରମିକ କଥା ଉଠିଲେ କିମ୍ବା ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ରେ ଏ ବିଷୟରେ ଜଣାଇଲେ ନୂତନ କର୍ମଚାରୀ ଚୟନ କରାଯିବା ଭଳି ଧମକ୍ ଦେବା ସହ ଏକ ପ୍ରକାର ମାନସିକ ନିର୍ଯାତନା ଠିକା ସଂସ୍ଥା ପକ୍ଷରୁ ଦିଆଯାଉଛି । ଆମ ବ୍ୟାଙ୍କ ଖୋଲିବା ଫଳରେ ବୟସ୍କ, ଅବହେଳିତ ମାନଙ୍କୁ ପ୍ରଦାନ କରାଯାଉଥିବା ଭତ୍ତା ନିମନ୍ତେ ଦୂର ଦୂରାନ୍ତ ପର୍ଯ୍ୟନ୍ତ ଦୌଡ଼ିବାକୁ ଆଉ ପଡୁନଥିଲା | ଗ୍ରାମାଞ୍ଚଳ ଏବଂ ଅପହଞ୍ଚ ଅଂଚଳରେ ଲୋକଙ୍କ ହାତ ପାହାନ୍ତରେ ବ୍ୟାଙ୍କ ସେବା ପହଂଚିବା ଦ୍ୱାରା ଲୋକମାନେ ଉପକୃତ ହେଉଥିଲେ ଏବଂ ଏଥିରେ କାମ କରୁଥିବା ସଦସ୍ୟ ସଦସ୍ୟା ରୋଜଗାରକ୍ଷମ ହୋଇପାରୁଥିଲେ ବର୍ତ୍ତମାନର ସରକାର ମଧ୍ୟ ଏଇ ସେବାକୁ ନେଇ କୌଣସି ମନ୍ତବ୍ୟ ଆଗ୍ରହ୍ୟ କରୁନାହାଁନ୍ତି ।

ଏଠି ବିଶେଷ ସୂତ୍ରରୁ ଖବର ମିଳେ ଆମ ବ୍ୟାଙ୍କ ଶାଖା ଗୁଡିକରେ କାର୍ଯ୍ୟରତ କର୍ମଚାରୀମାନଙ୍କ ଠାରୁ ଠିକା ସଂସ୍ଥାର ଉପରିସ୍ଥ ଅଧିକାରୀ ମାନେ ନିମ୍ନରେ ଉକ୍ତ ବିଷୟ ଗୁଡିକୁ ସୁଧାରିବା ଏବଂ ଠିକ ସମୟରେ ପାରିଶ୍ରମିକ କରାଇବା ନିମନ୍ତେ ବ୍ୟାଙ୍କର ଉପରିସ୍ଥ ସର୍କଲ,ଜୋନାଲ, ଏ. ଜି.ଏମ ଭଳି ବଡ଼ ବଡ଼ ବ୍ୟାଙ୍କ ଅଧିକାରୀଙ୍କ ନାଁ କହି ଡରେଇ ଧମକାଇ ପଂଚାୟତ ସ୍ତରରେ ଖୋଲି ଥିବା “ଆମବ୍ୟାଙ୍କ” କାର୍ଯ୍ୟରତ କର୍ମଚାରୀମାନଙ୍କ ଠାରୁ ମୋଟା ଅଙ୍କର ଲାଞ୍ଚ ଆଦାୟ କରୁଛନ୍ତି ।ଲାଞ୍ଚ ନଦେଲେ ବିଭିନ୍ନ ପ୍ରକାର ଆଳ ଦେଖାଇ କାର୍ଯ୍ୟରତ କର୍ମଚାରୀଙ୍କ ko code କାଟି ଦେଉଛନ୍ତି। ଏହିଭଳି ଘୃଣ୍ୟ ପଦକ୍ଷେପ ଆପଣେଇ ବ୍ୟାଙ୍କ ସେବା ଗୁଡିକୁ ଠିକା ସଂସ୍ଥା ଦ୍ୱାରା କାର୍ଯ୍ୟରତ କର୍ମଚାରୀଙ୍କୁ ମାନସିକ ନିର୍ଯାତନା ଦିଆଯାଇ କେତେକ ଜାଗାରେ ସମ୍ପୂର୍ଣ୍ଣ ଭାବେ ବନ୍ଦ କରିଦିଆଗଲାଣି। ଏଥି ପ୍ରତି ବ୍ୟାଙ୍କ କତୃପକ୍ଷ କିଛି ପଦକ୍ଷେପ ନେବା ଦରକାର ନଚେତ ଅଯଥାରେ ଆଗାମୀ ଦିନରେ ବ୍ୟାଙ୍କ ବଦନାମ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇପାରେ ।

ତେବେ ଏଠି ପ୍ରଶ୍ନ ଉଠୁଛି ପୂର୍ବତନ ସରକାରଙ୍କ ନିଷ୍ପତି ଅନୁସାରେ ଚୁକ୍ତିନାମା ଗୋଟିଏ ପ୍ରକାର ଥିବାବେଳେ କାର୍ଯ୍ୟକାରୀ ଆଉ ଏକ ପ୍ରକାର ହେବାକୁ ଲାଗିଛି ! “କଣ” ପାଇଁ କାହା ଆଦେଶ ରେ ଠିକା କର୍ମଚାରୀଙ୍କ ko code କାଟି ଦିଆଯିବା ସହିତ ଧମକ ପୂର୍ଣ୍ଣ ବାର୍ତ୍ତା ଦେବା ସହ ବେଆଇନ ଭାବେ ଲାଞ୍ଚ ମଗାଯାଉଛି ।ସରକାରଙ୍କ ପ୍ରୋଜେକ୍ଟରେ ଠିକା ସଂସ୍ଥା ର ମନ ମାନି କ’ଣ ପାଇଁ ଠିକା ସଂସ୍ଥା ବ୍ୟାଙ୍କ କତୃପକ୍ଷ ଓ ରାଜ୍ୟ ସରକାର ଙ୍କ ଉପରେ ନାଁ ରାଜ୍ୟ ସରକାର ବ୍ୟାଙ୍କ କତୃପକ୍ଷ ସବୁ ଜାଣି ଚୁପ ହୋଇ ବସିଛନ୍ତି ଯାହା ଦୃଷ୍ଟିଗୋଚ଼ର ହେବା ନିହାତି ଆବଶ୍ୟକ ଏବଂ ଠିକା ସଂସ୍ଥା ର ଉପରିସ୍ତ ଅଧିକାରୀ ଙ୍କ ଉପରେ ବ୍ୟାଙ୍କ କତୃପକ୍ଷ ଦୃଢ କାର୍ଯ୍ୟାନୁଷ୍ଠାନ ନେବା ନିହାତି ଆବଶ୍ୟକ। ଯଦି ସରକାର ଉକ୍ତ ବିଷୟ ଗୁଡିକୁ ଦୃଷ୍ଟିକୁ ନ ନିଅନ୍ତି ତାହାଲେ ଆଗାମୀ ଦିନରେ ଏହାକୁ ଦୃଢ଼ ଭାବେ ନିନ୍ଦା କରାଯିବ ବୋଲି ସାଧାରଣ ରେ ଚର୍ଚ୍ଚା ଜୋର ଧରିଲାଣି। -ନୃସିଂହ ଚରଣ ବାରିକଙ୍କ ରିପୋର୍ଟ