April 29, 2026

ଉମରକୋଟ ନିକଟସ୍ଥ ଦର୍ଗାଗୁଡ଼ା ଠାରେ ଟାୟାର ଜାଳି ରାସ୍ତା ଅବରୋଧ……

IMG-20251104-WA0009
Share

 

ଉମରକୋଟ;-(ଏମ୍.ଦୀନା°ଶୁ ଆଚାରୀ) ଉମରକୋଟ ଠାରୁ ରାଇଘର କୁ ସଂଯୋଗ କରୁଥିବା ୪୦ନମ୍ବର ରାଜ୍ୟ ରାଜପଥ କୁ ଦର୍ଗାଗୁଡ଼ା ନିକଟରେ ଟାୟାର ଜାଳି ଅବରୋଧ। ଗତକାଲି ଏକ ଟ୍ରାକ୍ଟର ଦୁର୍ଘଟଣା ରେ ଜଣେ ନାବାଳକ ଙ୍କ ମୃତ ହୋଇ ଥିଲା। ମୃତକ ଙ୍କ ପରିବାର କୁ କ୍ଷତିପୂରଣ ଦାବୀ ରଖିଛନ୍ତି।ପ୍ରାପ୍ତ ସୂଚନା ଅନୁଯାୟୀ ଉମରକୋଟ ଥାନା ଅଧୀନ ମୃତ ନାବାଳକ ଜଣକ ହେଲେ ଉମରକୋଟ ପୈାର ପରିଷଦ ର ଦର୍ଗା ଗୁଡା ଗ୍ରାମର ଡମ୍ବରୁ ପୂଜାରୀ (୧୭)। ଡମ୍ବରୁ ସାଙ୍ଗ ମାନଙ୍କ ସହିତ ଟ୍ରାକ୍ଟର ସାହାଯ୍ୟରେ ବେହେଡା ପଞ୍ଚାୟତ ର ଲିମା ଗୁଡ଼ା ଗ୍ରାମ କୁ ଯାଇଥିଲେ। ଫେରୁଥିବା ସମୟରେ ଲିମା ଗୁଡ଼ା ନିକଟରେ ଟ୍ରାକ୍ଟର ଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ବିଲ ମଧ୍ୟରେ ଓଲଟି ପଡ଼ିଥିଲା। ଗୁରୁତର ଅବସ୍ଥାରେ ସାଙ୍ଗ ମାନେ ଡମ୍ବରୁ କୁ ଉଦ୍ଧାର କରି ଗାଡି ଯୋଗେ ଉମରକୋଟ ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ। କିନ୍ତୁ ଡାକ୍ତରଖାନାରେ ଡାକ୍ତର ଡମ୍ବରୁ କୁ ମୃତ ଘୋଷଣା କରିଥିଲେ।ଦର୍ଗାଗୁଡ଼ା ଗ୍ରାମବାସୀ ମୃତକ ଙ୍କ ପରିବାର କୁ କ୍ଷତିପୂରଣ, ନାବାଳକ ଙ୍କୁ ଟ୍ରାକ୍ଟର ରେ ଶ୍ରମିକ ଭାବେ ନିୟୋଜିତ ନକରିବା ସହ ଟ୍ରାକ୍ଟର ରେ ସ୍ୱୀକୃତି ପ୍ରାପ୍ତ ଲାଇସେନ୍ସ ଥିବା ଗାଡି ଚଳାଇ ବାକୁ ଦେବା ର ଲିଖିତ ପ୍ରତିଶୃତି ଗାଡି ମାଲିକ ଦେବା ପରେ ଗ୍ରାମବାସୀ ଘଟଣା ସ୍ଥଳ ରୁ ଉଠିଥିଲେ।

You may have missed