March 10, 2026

ଝରିଗାଁ ବ୍ଲକ ଅନ୍ତର୍ଗତ ଏକାଂବା ପଞ୍ଚାୟତ ରେ ଦୁଇ ଝିଅ ସହ ବଞ୍ଚିବାକୁ ସଂଘର୍ଷ କରୁଛି ବିଧବା ଧନମତି……

IMG-20251104-WA0005
Share

 

 

ଝରିଗାଁ:-(ଏମ୍.ଦୀନା°ଶୁ ଆଚାରୀ)

ସ୍ଵାମୀ ଆର ପାରି କୁ ଚାଲିଗଲା ପରେ ଉଜୁଡ଼ି ଯାଇଛି ଧନମତି ର ଘର ସଂସାର। ଦୁଇ ଝିଅକୁ ନେଇ ଦୈନଦିନ ଜୀବନ ବଞ୍ଚାଇବାକୁ ସଂଘର୍ଷ କରୁଛନ୍ତି ଧନମତି ଭତରା (୪୮) ପିତା ସ୍ବର୍ଗତ ତ୍ରିନାଥ ଭତରା ଗ୍ରାମ ଝରିଗାଁ ବ୍ଲକ ଅନ୍ତର୍ଗତ ଏକାଂବା ପଞ୍ଚାୟତ ସଦର ରେ ଘର। ବିବାହ ବୟସ ଉପନୀତ ପରେ ଉମରକୋଟ ବ୍ଲକ ଅଞ୍ଚଳା ଗ୍ରାମର ନବୀନ ଭତରାଙ୍କୁ ବିବାହ କରି ଘରସଂଶାର ଆରମ୍ଭ କରିଥିଲେ ଧାନମତି। ହସଖୁସିରେ ପରିବାର ବଞ୍ଚି ଆସୁଥିବା ବେଳେ ଅଜଣା ରୋଗରେ ପୀଡିତ ହୋଇ ପର ପାରିକୁ ଚାଲିଗଲେ ସ୍ଵାମୀ। ସ୍ୱାମୀକୁ ହରାଇ ୧୨ ବର୍ଷରୁ ଉର୍ଦ୍ଧ ହେବ ଶଶୁର ଘର ଆର୍ଥିକ ସ୍ଵଚ୍ଛଳତା ଦୁର୍ବଳ ବୋଲି ବାପା ଘରକୁ ଦୁଇ ଝିଅକୁ ଧରି ଆସି କୁଲି ମଜୁରୀ କରି ଗୁଜୁରାଣ ମେଣ୍ଟାଇ ରହୁଛନ୍ତି। ଅନ୍ୟ ପକ୍ଷରେ ବାପା ଘର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ନିଜସ୍ଵ ଖର୍ଚ୍ଚରେ ଓ ଧାର କରଜ କରି ଝାଟିମାଟି ର କୁଡିଆ ଖଣ୍ଡେ ତିଆରି କରି ରହୁଛନ୍ତି ଧନମତୀ। ବିଧବା ଜୀବନର ସଂଘର୍ଷ ମଧ୍ୟରେ ବଞ୍ଚୁ ବଂଚୁ ବଡ଼ ଝିଅ ବବିତା (୧୯) ପରିବାର ର ପରିସ୍ଥିତି କୁ ଦେଖି ଭଉଣୀ ସବିତା ଓ ମାଁ କୁ ଛାଡି ଦାଦନ ଶ୍ରମିକ ଭାବେ ବାହାର ରାଜ୍ୟ ତ୍ରିପୁରା ରେ କାମ କରି ଦୁଇ ପଇସା ବିଧବା ମାଁ କୁ ପଠାଉ ଥିବା ବେଳେ ସେତିକିରେ ଚଳିବା ସମ୍ଭବ ହେଉନାହିଁ। ତେଣୁ ଧନମତି ପର ଘରେ ମୂଲ ଲାଗି ଛୋଟ ଝିଅ ସବିତା (୧୧) କୁ ନେଇ ବଞ୍ଚିବାକୁ ସଂଘର୍ଷ କରୁଛନ୍ତି। ସଞ୍ଚୟ ବୋଲି କିଛି ଅର୍ଥ ସଞ୍ଚିତ କରିବା କଷ୍ଟକର ହୋଇପଡିଛି। ଦୁଇ ଝିଅ ଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଢିବାର ସପ୍ନ ସପନ ହୋଇ ରହି ଯାଇଛି। ଝିଅ ସବିତା ଗାଁ ସ୍କୁଲ ରେ ପଞ୍ଚମ ଶ୍ରେଣୀ ପଡୁଛି। ଆଜିର ମାହାଙ୍ଗା ଦୁନିଆରେ ଦୈନଦିନ ଜୀବନର ଆବଶ୍ୟକତା ଯୋଗାଡ଼ିବାରେ କୁଲି ମଜୁରୀ କରିବା ବ୍ୟତୀତ ଅନ୍ୟପାୟ ନାହିଁ। ପାରିବାରିକ ପରିସ୍ଥିତି ବାଧ୍ୟ କରିଛି ଯୁବା ଝିଅ ବବିତା କୁ ଘରୁ ପାଦ କାଢିବା କୁ। କିଶୋରୀ ଅବସ୍ଥାରେ ମା ଓ ଭଉଣୀର ବୋଝ ବୋହିବା ନିଷ୍ପତି ନେଇ ବାଧ୍ୟ ହୋଇ ବାହାର ରାଜ୍ୟକୁ ଯିବାକୁ ପଡ଼ିଛି ଝିଅ ବାବିତାକୁ। ଏହି ବିଧବା ପରିବାର କୁ ସରକାରୀ ସହାୟତା ରେ ମିଳୁଛି ମାତ୍ର ୧୫ କିଲୋ ଚାଉଳ। ବିଧବା ଭତ୍ତା ଏଯାଏଁ ମିଳିନାହିଁ ଧନମତିଙ୍କୁ। ମାଟି କୁଡ଼ିଆରେ ଖରା ବର୍ଷା ଶୀତ କାଳ ଦୁର୍ଦ୍ଦିନରେ କଟୁଛି। ଦୀର୍ଘ ବର୍ଷ ବ୍ୟବଧାନ ପରେ ମଧ୍ୟ ନା ପାଇ ପାରିଛନ୍ତି ବିଧବା ଭତ୍ତା ନା ମିଳିଛି ଆବାସ ଯୋଜନାରେ ପକ୍କା ଘର ଖଣ୍ଡେ। ଅଶିକ୍ଷିତ ଧନମତୀ ଜାଣି ନାହାନ୍ତି ସରକାରୀ ସୁବିଧା ପାଇବାର ଡିଜିଟାଲ ପ୍ରକ୍ରିୟା। ପ୍ରଶାସନ ପଦକ୍ଷେପ ଗ୍ରହଣ କରି ସରକାରଙ୍କ ପକ୍ଷରୁ ଭତ୍ତା ଓ ଆବାସ ଗୃହ ଯୋଗାଇ ଦେବାକୁ ସ୍ଥାନୀୟ ଲୋକ ଦାବି ପ୍ରକାଶ କରିଛନ୍ତି। ଏହି ପ୍ରସଙ୍ଗରେ ବ୍ଲକ ସାମାଜିକ ମଙ୍ଗଳ ଅଧିକାରୀ (ବି ଏସ ଏସ ଓ) ବେହେରାଙ୍କୁ ପଚାରିବାରୁ ଧନମତି ଙ୍କୁ ଭତ୍ତା ପ୍ରଦାନ ବ୍ୟବସ୍ଥା ଶୀଘ୍ର କରାଯିବ ବୋଲି ପ୍ରକାଶ କରିଛନ୍ତି।