ଉମରକୋଟ ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ରେ ଛାୟା ବିଧାନସଭା ଅନୁଷ୍ଠିତ……….
ଉମରକୋଟ:-(ଏମ୍.ଦୀନା°ଶୁ ଆଚାରୀ ) ଉମରକୋଟ ବ୍ଲକ ସ୍ଥିତ ପି ଏମ ଶ୍ରୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ପରିସର ରେ ଛାୟା ବିଧାନସଭା ଅନୁଷ୍ଠିତ ହୋଇଯାଇଛି। ଛାତ୍ର ଓ ଛାତ୍ରୀ ମାନଙ୍କ ମଧ୍ୟରୁ ଭବିଷ୍ୟତ ନେତାଙ୍କୁ ପ୍ରସ୍ତୁତ କରିବା ଲକ୍ଷ୍ୟ ରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସର୍ବ ପ୍ରଥମେ ରାଜ୍ୟ ପାଳ ଙ୍କ ଅବିଭାଷଣ, ଦ୍ୱତୀୟ ରେ ଦିବଂଗତ ବିଧାୟକ ଙ୍କ ନିମନ୍ତେ ଶୋକ ପ୍ରସ୍ତାବ ପାରିତ, ନୂତନ ବିଧାୟକ ଙ୍କ ଶପଥ ପାଠ ଓ ପରେ ପରେ ନୂତନ ଶିକ୍ଷା ନୀତି ୨୦୨୫ ସର୍ବ ସମ୍ମତି କ୍ରମେ ଛାୟା ବିଧାନସଭା ରେ ପାରିତ କରାଯାଇଥିଲା। ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ନରେଶ ଚନ୍ଦ୍ର ପଟ୍ଟନାୟକ ଙ୍କ ପ୍ରତେକ୍ଷ୍ୟ ତତ୍ୱାଭଧାନ ଓ ନିର୍ଦେଶନା ରେ ଏହି ଛାୟା ବିଧାନସଭା ଅନୁଷ୍ଠିତ ହୋଇଥିବା ବେଳେ ଅନୁଷ୍ଠାନ ର ଅନ୍ୟାନ ଶିକ୍ଷକ ଶ୍ରୀ ନରେନ୍ଦ୍ର ହରିଜନ, ଶ୍ରୀ ସଚିଦାନନ୍ଦ ମହାପାତ୍ର, ଶ୍ରୀ କରୁଣା କର ମାଝୀ, ଶ୍ରୀ ନିଖିଳ ଚନ୍ଦ୍ର ବିଶ୍ୱାସ, ଶ୍ରୀ ସୁଧାଂଶୁ ଶେଖର ସାହୁ, ଶ୍ରୀ ଶିବ ଶଙ୍କର ପତି, ଶ୍ରୀ ଉତ୍ତମ ଦାସ, ଶ୍ରୀ ଦେବ କୁମାର ଦେ, ଏମ ଡି ସରଫରାଜ, ଶ୍ରୀ ନୀଳମ୍ବର ଯାନୀ, ଶ୍ରୀ ପ୍ରଦୀପ ରାଉତ, ଶ୍ରୀ ଜନ୍ମେଜୟ ପ୍ରସାଦ ସାହୁ, ଶ୍ରୀ ଦୈମନ ଭତ୍ରା, ଶ୍ରୀ ସଂଜିତ କୁମାର ସ୍ୱାଇଁ,ଶ୍ରୀ କୋଲିନ ଦାସ,ଶ୍ରୀମତୀ ସାଗରୀକା ବୈଦ୍ୟ, କୁମାରୀ ଅପର୍ଣ୍ଣା ଗୁରୁ ସମ୍ପୂର୍ଣ ସହଯୋଗ କରିଥିଲେ।ପୁରସ୍କାର ବିତରଣୀ ଉତ୍ସବ ରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଶ୍ରୀ ଘାସିଆ ପୂଜାରୀ ଓ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ଶ୍ରୀ ବୈଷ୍ଣବ ଚରଣ ସେଠି ଓ କମିଟି ର ସଦସ୍ୟ ଓ ସଦସ୍ୟା ମାନେ ଯୋଗ ଦେଇ ଭବିଷ୍ୟତ ର ନେତା ଓ ନେତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରିଥିଲେ। ଅନୁଷ୍ଠାନ ର ଏହି ଭଳି କାର୍ଯ୍ୟ କୁ ଗ୍ରାମବାସୀ ଭୁୟସୀ ପ୍ରଶଂସା କରିବା ସହ ଆଗକୁ ଏହିପରି କାର୍ଯ୍ୟକ୍ରମ କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ପ୍ରଧାନ ଶିକ୍ଷକ ଛାତ୍ର ଓ ଛାତ୍ରୀ ମାନଙ୍କୁ ସମ୍ଭିଧାନ ରେ ଥିବା ଵିଧି ବ୍ୟବସ୍ଥା ତଥା ଏହାର ଅଙ୍ଗ ବ୍ୟବସ୍ଥାପିକା, କାର୍ଯ୍ୟପାଳିକା ଓ ନ୍ୟାୟପାଳିକା ସମ୍ପର୍କ ରେ ଅବଗତ କରାଇଥିଲେ। ଭବିଷ୍ୟତ ର ନେତା, ନେତ୍ରୀ ଏବଂ ଛାତ୍ର ଓ ଛାତ୍ରୀ ଓ ଅଭିଭାବକ ମାନଙ୍କ ମଧ୍ୟରେ ଅନେକ ଉତ୍ସାହ ପାରିଲିଖିତ ହୋଇଥିଲା।
