ଆଜିର ଖବର..
୧-କୋରାପୁଟ ଏବେ ସବୁଠୁ ଥଣ୍ଡା,ସର୍ବନିମ୍ନ ତାପମାତ୍ରା ଏଠି ରହିଛି ୧୬ ଡିଗ୍ରୀ ସେଲସିୟସ୍।
୨-ପୁରୀ:ଭକ୍ତଙ୍କୁ ମିଳୁନି ଅବାଧ ଦର୍ଶନ,VIPଙ୍କ ପାଇଁ ଭାଙ୍ଗୁଛି ଶୃଙ୍ଖଳା,ନାଟ ମଣ୍ଡପରେ ପୁଣି ଧସ୍ତାଧସ୍ତି।
୩-ନୂଆପଡ଼ା :ସ୍ନେହାଙ୍ଗିନିଙ୍କ ପାଇଁ ଭୋଟ୍ ମାଗିଲେ ନବୀନ,’ଭୋଟ ଚୋରି କରି ସରକାର ଗଢିଥିଲେ,ଏବେ ପ୍ରାର୍ଥୀ ଚୋରି କରିଛନ୍ତି’।
୪-ଆଠଗଡ:ବାବା ଧବଳେଶ୍ଵରଙ୍କ ପୀଠରେ ଆଜି ପାଳିତ ହେଉଛି ବଡ଼ଓଷା, ଦର୍ଶନ ପାଇଁ ଅସମ୍ଭାଳ ଭିଡ଼।ମନ୍ଦିର ପୀଠ ମଧ୍ୟରେ ଓ ବାହାରେ ଜଗି ରହିଛି ୩୨ଟି ସିସି କ୍ୟାମେରା।
୫-ମାଣିଆବନ୍ଧ: ମାମୁଁ ଘରକୁ ବୁଲିବାକୁ ଆସି ପାଇଖାନା ଟାଙ୍କିରେ ପଡି ତିନି ଶିଶୁ ମୃତ।
୬-ବିଜେପିରେ ମିଶିଲେ ପୂର୍ବତନ ବିଜେଡି ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ।
୭-ଶ୍ରୀମନ୍ଦିର ଭିତରେ ଡାଲଡା ଘିଅ ଜବତ, ସେବକଙ୍କୁ କୈଫିୟତ ମାଗିଲେ ଶ୍ରୀମନ୍ଦିର।
୮-ଭୁବନେଶ୍ବର:ବାଘ ଛାଲ ବିକ୍ରି ରାକେଟରେ ବିଟେକ ଛାତ୍ର, ୩୦ ଲକ୍ଷର ଡିଲ ବେଳେ ଧରିଲା ସ୍ପେଶାଲ କ୍ରାଇମ୍ ୟୁନିଟ।
୯-ଦିନରେ ମୂଲ ଲାଗୁଥଲେ, ରାତିରେ ପାଠ ପଢ଼ୁଥିଲେ: ଏବେ MBBS ପଢ଼ିବେ,କେନ୍ଦୁଝର ହାଟଡିହି ଢେଙ୍କା ପଞ୍ଚାୟତର ଆଦିବାସୀ ଝିଅ ରାଣୀ ହେମ୍ବ୍ରମ।
୧୦-ବେଲରପା:ନିଜ ଗାଁ ଓ ସ୍କୁଲ ପାଇଁ ସୁନାମ ଆଣିଲେ ପ୍ରଭାତୀ ରାଉତ ଓ ଭାଗ୍ଯଶ୍ରୀ ମିଶ୍ର।ଜିଲାସ୍ତରୀୟ ଖେଳ ପ୍ରତିଯୋଗିତାରେ ପ୍ରଥମ ହେଲେ ଜାଗୁଳାଇ ବିଦ୍ଯାନିକେତନ,ବେଲରପାର ଏହି ଦୁଇ ଛାତ୍ରୀ ।
୧୧-ବ୍ରହ୍ମପୁର: ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡା ହତ୍ୟା ମାମଲାର ୨ ଅଭିଯୁକ୍ତ ତଥା ଶାର୍ପ ସୁଟର କୁରୁପତି ଭୂୟାଁ ଏବଂ ଉମା ବିଶୋୟୀ ଗିରଫ।
୧୨-ବିଶ୍ଵ ଚାମ୍ପିଅନ ଟିମ୍ ଇଣ୍ଡିଆକୁ ଭେଟିବେ ପିଏମ ମୋଦୀ, ଖେଳାଳିଙ୍କ ସହ କରିବେ ବ୍ରେକଫାଷ୍ଟ।
୧୩-ବୁଲା କୁକୁର ମାମଲା: ନଭେମ୍ବର ୭ରେ ମାମଲାର ରାୟ ଶୁଣାଇବେ ସୁପ୍ରିମକୋର୍ଟ, କୁକୁରଙ୍କ ପାଇଁ ଆସିବ ନୂଆ ନୀତି।
୧୪-ବରଗଡ:ଲାଞ୍ଚ ନେଇ ଧରାପଡ଼ିଲେ ବରପାଲି ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ରର ୨ କର୍ମଚାରୀ।
୧୫-ନବରଙ୍ଗପୁର:ଥମୁନି ଜନନୀ ଯନ୍ତ୍ରଣା, ଦୁଇ କିଲୋମିଟର ଖଟିଆରେ ବୁହାହେଲେ ଗର୍ଭବତୀ।
୧୬-ବ୍ରହ୍ମପୁର:ପୋଲିସ SI ନିଯୁକ୍ତି ଘୋଟାଲା; କୋର୍ଟରେ ହଜାର ହେଲେ ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି।
୧୭-ତେଲେଙ୍ଗାନାର ରଙ୍ଗାରେଡ୍ଡିରେ ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୨୪ ଜଣଙ୍କର ମୃତ୍ୟୁ, ୨୫ ଜଣ ଆହତ ହୋଇଥିବା ସୂଚନା।
୧୮-ମୁମ୍ବାଇ:ଅନିଲ ଅମ୍ବାନୀଙ୍କ ୩୦୦୦ କୋଟିର ସମ୍ପତ୍ତି ଜବତ,୮ ସହରରେ ଇଡିର ଚଢାଉ।
୧୯-ନୂଆଦିଲ୍ଲୀ: BCCI ପକ୍ଷରୁ ବିଶ୍ବ ଚମ୍ପିୟାନ ମହିଳା କ୍ରିକେଟ ଦଳକୁ ମିଳିବ ୫୧ କୋଟି ପୁରସ୍କାର।
୨୦-ସୁଦାନରେ ପରିସ୍ଥିତି ଅଣାୟତ୍ତ, ଅଲ-ଫାସିରରେ ନରସଂହାର ଆଶଙ୍କା, ୭୦ ହଜାର କଲେଣି ପଳାୟନ।
