ଗଜପତି:- ପ୍ଲାଷ୍ଟିକ ମୁକ୍ତ ଦୋଳବନ୍ଧ ଡାକରା ଦେଲେ ସ୍ବେଚ୍ଛାସେବୀ ଓ ପ୍ରଶାସନିକ ଅଧିକାରୀ
କେନ୍ଦ୍ର ତଥା ରାଜ୍ୟ ସରକାର ସ୍ୱଚ୍ଛ ପରିବେଶ ଉପରେ ବିଶେଷ ଦୃଷ୍ଟି ଦେବାକୁ ନେଇ ଜନସାଧାରଣଙ୍କୁ ଆହ୍ୱାନ କରୁଥିବା ବେଳେ ଏହି କଥାକୁ ଚିନ୍ତା କରି ପ୍ରକୃତି ପ୍ରେମୀ ମନୋଜ ଦାଶଙ୍କ ଡ଼ାକରାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଜନସାଧାରଣ ଏକତ୍ରିତ ହୋଇ ଅପରାହ୍ନରେ ଐତିହାସିକ ଦୋଳ ବନ୍ଧ ସଫେଇ କାର୍ଯ୍ୟ କରିଥିଲେ। ଏଥିରେ ସହଯୋଗର ହାତ ବଢାଇଥିଲେ ପାରଳାଖେମୁଣ୍ଡି ଏସଡିପିଓ ମାଧବାନନ୍ଦ ନାୟକଙ୍କ ନେତୃତ୍ୱାଧୀନ ପୋଲିସ ବିଭାଗ ତଥା ଜିଲ୍ଲା ନ୍ୟାୟାଳୟରେ କାର୍ଯ୍ୟରତ ଭାରପ୍ରାପ୍ତ କ୍ୟାଡର ପବ୍ଲିକ ପ୍ରସିକ୍ୟୁଟର ରାଜେଶ୍ କୁମାର ମିଶ୍ର ।
ସେହିପରି ଅନ୍ୟମାନଙ୍କ ମଧ୍ୟରେ ଏହି ସ୍ୱଚ୍ଛତା ଓ ସଫେଇ କାର୍ଯ୍ୟକ୍ରମରେ ସନ୍ତୋଷ ଗନ୍ତାୟତ, ପ୍ରତାପ ମିଶାଲ, ରାଜେଶ୍ ନାହାକ, ଲୋକନାଥ ମିଶ୍ର, ନୃସିଂହ ବାବା, ଜୁନେଶ ଜେନା, ୱାଇ. ମୂରଲୀଧର, ରାୟ ଗୋବିନ୍ଦ ରାଜୁ ପ୍ରମୁଖ ଯୋଗ ଦେଇଥିଲେ।
ଏହି ସଫେଇ କାର୍ଯ୍ୟର ପ୍ରାରମ୍ଭରେ ସମସ୍ତେ ଦୋଳବନ୍ଧ ଚତୁର୍ପାର୍ଶ୍ଵରେ ଉଠିଥିବା ଅନାବନା ଗଛ ଲତା ଆଦି ସଫା କରିଥିଲେ ଓ ପରେ ପାଣି ମଧ୍ୟରୁ ଯଥା ସମ୍ଭବ ପ୍ଲାଷ୍ଟିକ ଆବର୍ଜନା ବାହାର କରିବା ସହ ଜନସାଧାରଣଙ୍କୁ ପୋଖରୀ ମଧ୍ୟକୁ ପ୍ଲାଷ୍ଟିକ ନ ପକାଇବା ନେଇ ଯଥାସମ୍ଭବ ସଚେତନ କରିଥିଲେ।
——————————————
ଗଣେଶ କୁମାର ରାଜୁ
ପାରଳାଖେମୁଣ୍ଡି(ଗଜପତି)
——————————————
