October 5, 2024

ଏଥର ଜମିବ ଦଶହରା  ପୌରାଣିକ କଳାକୁଞ୍ଜ ସହ ଜଗନ୍ନାଥ ସଂସ୍କୃତି ର ଝଲକ ଦେଖିବେ ଦର୍ଶକ

Share

ଗୁଣପୁର -(ସୁରେନ୍ଦ୍ର ମହାନ୍ତି )ଆଉ କିଛି ଦିନ ପରେ ଧରା ପୃଷ୍ଠକୁ ଆସିବେ ଦୁର୍ଗତି ନାସିନୀ ମା ଦୁର୍ଗା । ଅସତ୍ୟ ଉପରେ ସତ୍ୟ, ଅଧର୍ମ ଉପରେ ଧର୍ମର ଧ୍ବଜା ଉଡାଇ ଭକ୍ତଙ୍କ ଉପରେ ବର୍ଷିଦେବେ ଅଜସ୍ର ଆଶୀର୍ବାଦ । ମା ଙ୍କ ଶୁଭ ଆଗମନ ପାଇଁ ଚାଲିଛି ବ୍ୟାପକ ପ୍ରସ୍ତୁତି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଚଳିତ ବର୍ଷ ଦଶହରା ଖୁବ ଜମିବ ବୋଲି ଅନୁମାନ କରାଯାଉଛି । କାରଣ ସବୁବେଳେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିବା ବାଉରୀ ସାହିରେ ଏଥର ହେଉଛି ଦଶହରା ପର୍ବ । ଦୀର୍ଘ ୭ ବର୍ଷ ପରେ ଏଠାରେ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି । ଦୀର୍ଘ ୫୦ ବର୍ଷରୁ ଏଠାରେ ଦୁର୍ଗା ପୂଜା ଅନୁଷ୍ଠିତ ହୋଇ ଆସୁଥିଲା । ସ୍ଥାନୀୟ କାରିଗର,ଚିତ୍ରକାର, ମୂର୍ତ୍ତି ଶିଳ୍ପୀ ରେ ଭରପୁର ଏହି ସ୍ଥାନ । ନିଜେ ନିଜେ ମା ଙ୍କ ମୃଣ୍ମୟୀ ମୂର୍ତ୍ତି ଠାରୁ ଆରମ୍ଭ କରି ପାର୍ଶ୍ୱ ଦେବଦେବୀ, ବିଭିନ୍ନ କଳା କୁଞ୍ଜ ଏହି କାରିଗର ମାନଙ୍କ ବିଶେଷ ସ୍ୱତନ୍ତ୍ରତା ରହିଛି । ତେଣୁ ଏମାନେ ପର୍ବ ପର୍ବାଣୀ ରେ ବାହାର କାରିଗର ଙ୍କ ଉପରେ ନିର୍ଭର କରନ୍ତି ନାହିଁ । ଦୀର୍ଘ ୭ ବର୍ଷ ପରେ ପୁଣି ପୁଜା କାର୍ଯ୍ୟ ଅନୁଷ୍ଠିତ ହେଉଥିବା ରୁ ସଭିଏଁ ବେଶ ଉତ୍ସାହିତ ଓ ଉଲ୍ଲସିତ । ବିଭିନ୍ନ କାରୁକାର୍ଯ୍ୟ, କଳା କୁଞ୍ଜ ରେ ଶେଷ ସ୍ପର୍ଶ ଦେବାରେ ଲାଗିଛନ୍ତି ଉଦିୟମାନ କାରିଗର ।

ଚଳିତ ବର୍ଷ ସୁସଜ୍ଜିତ ତୋରଣ, ଆକର୍ଷଣୀୟ ମଣ୍ଡପ, ଶ୍ରୀମନ୍ଦିର, ଜଗନ୍ନାଥ ସଂସ୍କୃତି ସହ ଅନ୍ୟାନ୍ୟ ପୌରାଣିକ କିମ୍ବଦନ୍ତୀ କୁ ନେଇ କଳା କୁଞ୍ଜ ଗୁଡ଼ିକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏବେ ଅପେକ୍ଷା ମା ଜଗତଜନନୀଙ୍କ ଆଗମନକୁ । ବାଉରୀ ସାହି ବ୍ୟତୀତ ବିଦ୍ୟୁତ କାର୍ଯ୍ୟାଳୟ ଓ ଗାନ୍ଧୀ ନଗର ସାହିରେ ମଧ୍ୟ ମା ଙ୍କ ପୂଜା ଅନୁଷ୍ଠିତ ହେଉଛି ।