ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଗୁଣୁପୁର ବନ୍ଦ ଡାକରା
ଗୁଣୁପୁର,-(ସୁରେନ୍ଦ୍ର ମହାନ୍ତି )ଜିଲ୍ଲା ଭିତ୍ତିକ ନିଯୁକ୍ତି ଦାବିରେ ଆଜି ଅବିଭକ୍ତ କୋରାପୁଟ ଜିଲ୍ଲାରେ ବନ୍ଦ ଡାକରା ଦିଆଯାଇଛି । ରାୟଗଡା ଜିଲ୍ଲା ଗୁଣୁପୁର ଠାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଏସ ଟି ଏସ ସି ମିଳିତ ମଞ୍ଚ,ବିଭିନ୍ନ ଆଦିବାସୀ ସଂଗଠନ ପକ୍ଷରୁ ଏହାକୁ ସମର୍ଥନ କରାଯାଇଛି । ଫଳରେ ଗୁଣୁପୁର ସହରରେ ଦୋକାନ ବଜାର, ଯାନବାହନ ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନ କାରୀ ମାନେ ବିକ୍ରମପୁର ଛକ, ପୁରୁଣା ଗୁଣୁପୁର ଛକ, ବାଇପାସ ଛକ ନିକଟରେ ପିକେଟିଂ କରିଥିଲେ । ସେହିପରି ଜରୁରୀ କାଳୀନ ସେବା କୁ ଛାଡି ଅନ୍ୟ ସମସ୍ତ କାରବାର ବନ୍ଦ ରହିଛି । ବିଭିନ୍ନ ସରକାରୀ ବିଭାଗ ରେ ନିଯୁକ୍ତି ଜିଲ୍ଲା ଭିତ୍ତିକ କରାଯିବା ନେଇ ଦାବି କରାଯାଇଛି । ଜିଲ୍ଲାରେ ଆଦିବାସୀ, ହରିଜନ, ଅନ୍ୟାନ୍ୟ ପଛୁଆ ବର୍ଗ ର ଶିକ୍ଷିତ ଯୁବକ ଯୁବତୀ ଥାଇ ମଧ୍ୟ ନିଯୁକ୍ତି ସୁଯୋଗ ରୁ ବଞ୍ଚିତ ହେଉଛନ୍ତି । ବାହାର ଜିଲ୍ଲାର ପ୍ରାର୍ଥୀ ଙ୍କୁ ଏଠାରେ ନିଯୁକ୍ତି ମିଳୁଥିବା ବେଳେ ସେମାନେ କିଛି ଦିନ କାର୍ଯ୍ୟ କରି ପୁନର୍ବାର ନିଜ ଅଞ୍ଚଳ କୁ ଚାଲି ଯାଉଛନ୍ତି । ବାହାରୁ ଆସି ଏଠାରେ ଚାକିରୀ କରୁଥିବା ରୁ ସେମାନେ ଦୁର୍ଗମ ଅଞ୍ଚଳର ଭାଷା ମଧ୍ୟ ଠିକ ରେ ବୁଝି ନ ପାରିବା ରୁ ଲୋକଙ୍କ ବିକାଶ ହେଇ ପାରୁ ନାହିଁ । ତେଣୁ ଯେକୌଣସି ସରକାରୀ ନିଯୁକ୍ତି କୁ ଜିଲ୍ଲା ଭିତ୍ତିକ କରାଯିବା କୁ ସଂଗଠନ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଛି । ସକାଳ ୬ ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି ।