October 5, 2024

ଅମ୍ବାଦଳା ରେ ନବରାତ୍ରି ଉପଲକ୍ଷେ ବିରାଟ କଳସ ଯାତ୍ରା 

Share

ରାୟଗଡା : ନବରାତ୍ରି ଶାରଦୀୟ ଦୁର୍ଗା ପୂଜା ଉପଲକ୍ଷେ ଗୁରୁବାର ଦିନ ଆମ୍ବଦଳା ଠାରେ ହଜାର ହଜାର ଭକ୍ତ ଙ୍କ ଗହଳ ରେ କଳସ ଯାତ୍ରା ଅନୁଷ୍ଠିତ ହୋଇଯାଇଛି l କଳସ ଯାତ୍ରା ର ଅବ୍ୟାହିତ ପୂର୍ବରୁ ପ୍ରଥମେ ଆମ୍ବଦଳା ସହର ର ସାଇନଗର ରୁ କଳସ ଧାରୀ ମାନେ ଏକ ଶୋଭାଯାତ୍ରା ରେ ବାହାରି ଭୈରବ ମନ୍ଦିର ନିକଟସ୍ଥ ନାଳ ରେ ପୂଜକ ଙ୍କ ମନ୍ତ୍ର ପୂଜା ପାଠ ପରେ ନାଳ ରୁ ଗଙ୍ଗା ଆବାହନ କରାଯାଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ପୁରୋହିତ ବିପିନ କର ବିଜୟ ମିଶ୍ର ଶିବାଶିଷ ପାଣିଗ୍ରାହୀ ଓ ଅକ୍ଷୟ ରଥ ପୂଜାର୍ଚନା କରିଥିଲେ l କେ ପ୍ରବୀଣ କୁମାର କର୍ତ୍ତା ରୂପେ ଦାୟିତ୍ୱ ତୁଲାଇଥିଲେ l ଘଣ୍ଟା ମାରଦନ, ମାଦଳ, ଘୁମୁରା, କୀର୍ତ୍ତନ ଘୁମୁରା ନୃତ୍ୟ, କାଡପା ନାଚ ମଧ୍ୟରେ ମହିଳା ଯୁବତୀ ଛୋଟ ଛୋଟ ଝିଅ ପିଲାମାନେ ପବିତ୍ର କଳସ ଜଳକୁ ମୁଣ୍ଡରେ ଧରୀ ସହର ର ମୁଖ୍ୟ ରାସ୍ତା ଦେଇ ସ୍ଥାନୀୟ ହାଟପୋଡଦା ରେ ଅନୁଷ୍ଠିତ ହେବାକୁ ଥିବା ଦୁର୍ଗା ପୂଜା ପେଣ୍ଡାଲ ରେ ପହଞ୍ଚିଥିଲା l 7 ହଜାର ରୁ ଉର୍ଧ୍ଵ କଳସ ଧାରୀ ଏହି ଯାତ୍ରା ରେ ଭାଗ ନେଇଥିଲେ l ଏହି କଳସ ଯାତ୍ରା ରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ଜାତି ଜନଜାତି ତଥା ପଛୁଆ ବର୍ଗ ଉନୟନ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିଲେ l ମନ୍ତ୍ରୀଙ୍କ ସହିତ ଜ୍ୟୋତି ସାହୁ, ଦେବି ପଟ୍ଟନାୟକ ଆଦର୍ଶ କୌଶଲ୍ୟା ମଧ୍ୟ୍ୟ ଯୋଗଦେଇଥିଲେ l ଏହି କଳସ ଯାତ୍ରା ସହର ରେ ୟୁବ ନେତା ଧୀରେନ୍ଦ୍ର ପାଣିଗ୍ରାହୀ ( ଧିରୁ ଭାଈ ) ଙ୍କ ତତ୍ୱାବଧାନ ରେ ଆୟୋଜିତ ଏହି କର୍ମରେ ପୂଜା ସଭାପତି, ସମ୍ପାଦକ ଓ କୋଷାଧକ୍ଷ ଙ୍କ ସୁରେଶ ଙ୍କ ସହିତ ଜଗନ୍ନାଥ ଅଚାରୀ, ସୁବାସ ସେନାପତି, ଦେବୀପ୍ରସାଦ ମୁଖାର୍ଜୀ, ବେଣୁଧର ଖୋସଲା, ସନ୍ତୋଷ ସୁନା ଉପାଧଦକ୍ଷ, ରବି ଦଳାଇ ଙ୍କ ବହୁ ୟୁବ ଗୋଷ୍ଠୀ ପରିଚାଳନା କରିଥିଲେ l ଏହି ନବ ଦିନ ବ୍ୟାପି ଆକର୍ଷଣ ସଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ ବୋଲି ପୂଜା କମିଟି ସମ୍ପାଦକ ଶ୍ରୀଧର ସାହୁ କହିଛନ୍ତି l ଆମ ଆଦିବାସୀ ଅଧିଷ୍ୟୁତ ଅମ୍ବାଦଳା ରେ ନବରାତ୍ରି ଓ ଦୁର୍ଗା ପୂଜା ଦେଖିବା ନିମନ୍ତେ ପ୍ରତ୍ୟେକ ସନ୍ଧ୍ୟା ରେ ହଜାର ହାଜର ଙ୍କ ଜନସମାଗମ ହୋଇଥାଏ ସେଥିପାଇଁ ସ୍ଥାନୀୟ ପୋଲିସ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ରକ୍ଷା କରିଥାନ୍ତି ବିଲି ଧିରୁ ପାଣିଗ୍ରାହୀ କହିଛନ୍ତି l

ରାୟଗଡା ରୁ ଅମୁଲ୍ୟ ନିଶଙ୍କ ଙ୍କ ରିପୋର୍ଟ