June 26, 2024

କୁକୁଡ଼ାଖଣ୍ତି ବ୍ଲକର ମୋ ସେବା କେନ୍ଦ୍ର ତରଫରୁ ସାତ ଦଫା ଦାବିପତ୍ର

Share

କୁକୁଡ଼ାଖଣ୍ତି ବ୍ଲକର ମୋ ସେବା କେନ୍ଦ୍ର ତରଫରୁ ସାତ ଦଫା ଦାବିପତ୍ର

କୁକୁଡ଼ାଖଣ୍ତି,୪/୧୦(ପି.କୃଷ୍ଣମୂର୍ତ୍ତି ରିପୋର୍ଟ)କୁକୁଡ଼ାଖଣ୍ତି ବ୍ଲକ ଅଧିନରେ ଥିବା ସମସ୍ତ ଗ୍ରାମ ପଞ୍ଚାୟତ ସ୍ତରରେ ଥିବା ମୋ ସେବା କେନ୍ଦ୍ର କୁ ସରକାର ସମସ୍ତ ଯୋଜନାରେ ସାମିଲ କରିବା ଏବଂ ସରକାରଙ୍କ ଦ୍ବାରା ନୂତନ ଭାବେ ଦିଆ ଯାଉଥିବା ସିଏସପି+ କୁ ମୋ ସେବା କେନ୍ଦ୍ର କୁ ପ୍ରଦାନ କରିବା ସମ୍ବନ୍ଧିୟ ୭ ଦଫା ଦାବି । ସରକାର ଗ୍ରାମାଞ୍ଚଳ ଶିକ୍ଷିତ ଯୁବକ ମାନଙ୍କୁ ରୋଜଗାର କ୍ଷମ କରିବା ଲକ୍ଷରେ ମୋ ସେବା କେନ୍ଦ୍ର ପ୍ରତି ପଞ୍ଚାୟତ ଖୋଲାଯାଇଥିଲା ଏବଂ ଆମେ ବିଗତ ୩ ବର୍ଷ ରୁ ଉର୍ଦ୍ଧ୍ୱ ସମୟ ହେଲା ନିଯୁକ୍ତ ହୋଇ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକର କାର୍ଯ୍ୟକୁ ବିନା କୌଣସି ସରକାର ଆର୍ଥିକ ସହାୟତାରେ କରିଆସୁଛନ୍ତି । ଆରମ୍ଭ ବେଳେ ଦିଆଯାଇଥିବା ପ୍ରତିଶୃତି ଏପର୍ଯ୍ୟନ୍ତ ପୁରଣ ହୋଇନାହିଁ । ଗୋଟିଏ ପଞ୍ଚାୟତରେ କେବଳ ଗୋଟିଏ ମୋ ସେବା କେନ୍ଦ୍ର ରଖିବା , ସମସ୍ତ ଆସବାବ ପତ୍ର ସହ ପଞ୍ଚାୟତରେ ଗୃହ କିମ୍ବା ପଞ୍ଚାୟତର ଯେକୌଣସି ସ୍ଥାନରେ ଏକ ସ୍ଥାୟୀ ଅଫିସ୍ ଗୃହ ।(ଯଥା- ଟେବୁଲ , ଚେୟାର, ବିଦ୍ୟୁତ, ଇନ୍ଟରନେଟ, ଇତ୍ୟାଦି ) ଏବଂ ରାଜ୍ୟ ସରକାର ନୂତନ ଭାବେ ସି.ଏସ୍.ପି + ଖୋଲିବାକୁ ଯାଉଛନ୍ତି, ତାହା ମୋ ସେବା କେନ୍ଦ୍ରକୁ ଦିଆଯାଉ। ନୂତନ ସି.ଏସ୍.ପି + ଦେବା ଦ୍ବାରା ବର୍ଷ ବର୍ଷ ଧରି ଖୋଲା ଯାଇଥିବା ମୋ ସେବା କେନ୍ଦ୍ର ପରିଚାଳକ ମାନଙ୍କ ଜିବୀକା ଉପରେ ଘୋର ଆଘାତ ସୃଷ୍ଟି ହେବ । ପବ୍ଲିକ ପୋର୍ଟାଲ କରିବା ଦ୍ୱାରା ବିଭିନ୍ନ ସମୟରେ ସାଧାରଣ ଲୋକମାନେ ଦଲାଲ ମାନଙ୍କ ଦ୍ୱାରା ଆର୍ଥିକ ଶୋଷଣର ଶିକାର ହେଉଛନ୍ତି ।ଏଣୁ ସମସ୍ତ ସରକାରୀ ସର୍ଭିସ୍ ପବ୍ଲିଳ ପୋର୍ଟାଲ କୁ ନଦେଇ ମୋ ସେବା କେନ୍ଦ୍ର ମାଧ୍ୟମରେ ପ୍ରଦାନ କରାଯାଉ। ମୋ ସେବା କେନ୍ଦ୍ର ରେ ଦିଆଯାଉଥ‌ିବା ସର୍ଭିସେସ୍ ମୋ ସେବା କେନ୍ଦ୍ରର ନାମ ରହୁ । ଏହା 5T ଅନ୍ତର୍ଭୁକ୍ତ ଏକ ଯୋଜନା ହୋଇଥିବାରୁ ପ୍ରାଧାନ୍ୟ ଦିଆଯିବା କଥା କୁହାଯାଇଛି । ଏହି ଦାବିପତ୍ର କୁକୁଡ଼ାଖଣ୍ତି ମୋ ସେବା କେନ୍ଦ୍ର ସଂଘର ସଭାପତି ସନ୍ତୋଷ କୁମାର ସାହୁଙ୍କ ନେତୃତ୍ଵରେ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରିଣୀ ଡ଼ଃ ପଲ୍ଲବୀ ସ୍ୱାଇଁ ଏବଂ ତହସିଲଦାର ଦାୟିତ୍ଵରେ ଥିବା ଅତିରିକ୍ତ ତହସିଲଦାର ଶୁଭସ୍ମିତା ଦାସଙ୍କ ଏକ ସାତ ଦଫା ଦାବିପତ୍ର ପ୍ରଦାନ କରିଥିଲେ। ଏଥିରେ ଉପ ସଭାପତି – ଅଜିତ କୁମାର ସାହୁ,ସମ୍ପାଦକ- ଅନିଲ କୁମାର ଗୌଡ଼, ଅନ୍ଯ ମାନଙ୍କ ମଧ୍ଯରେ ରମେଶ ଚନ୍ଦ୍ର ଜେନା, ସାଗର ପଣ୍ଡା, ଶଙ୍କର ସାହୁ ,ବାବୁଲା ସାହୁ , ସୁଦର୍ଶନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।