June 26, 2024

ପିସିସି ସଭାପତିଙ୍କୁ ରାମନାଗୁଡା ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

Share

ପିସିସି ସଭାପତିଙ୍କୁ ରାମନାଗୁଡା ଠାରେ ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା

ରାମନାଗୁଡା, ରାୟଗଡ଼ା ଜିଲ୍ଲା ରାମନାଗୁଡା ବ୍ଲକ ମୁଖ୍ୟ ବଜାର ଠାରେ ପିସିସିସଭାପତି ଶରତ ପଟ୍ଟନାୟକଙ୍କୁ ରାମନାଗୁଡା ବ୍ଲକ କଂଗ୍ରେସ ପକ୍ଷରୁ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ବିଜୟ ଗମାଙ୍ଗ, ପୂର୍ବତନ ଜିଲ୍ଲା ସଭାପତି ଦୁର୍ଗାପ୍ରସାଦ ପଣ୍ଡା, ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର, ପିସିସି ସଦସ୍ୟ ରଘୁନାଥ ପାତ୍ର, ପିସିସି ସଦସ୍ୟ ତଥା ଜିଲ୍ଲା ପରିଷଦ ସଭ୍ୟ ତାଙ୍ଗୁଡୁ ଶ୍ରୀଧର,ଜିଲ୍ଲା ପିସିସି ସାଧାରଣ ସମ୍ପାଦକ ନବୀନ ନାୟକ ବେହେରା, ଜିଲ୍ଲା ଯୁବ କଂଗ୍ରେସ ଉପ ସଭାପତି ହୃଷିକେଶ ପାତ୍ର, ବ୍ଲକ ଅଧ୍ୟକ୍ଷ ରବି ଶଙ୍କର ଗମାଙ୍ଗ, ଗୁଣୁପୁର ନିର୍ବାଚନ ମଣ୍ଡଳୀ ଆଶାୟୀ କଂଗ୍ରେସ ପ୍ରାର୍ଥୀ ଭାସ୍କର ଜାଗାରଙ୍ଗା ପ୍ରମୁଖ ଉପସ୍ଥିତ ଥିଲେ। ସେ ଆସନ୍ତାକାଲି ମାଲକାନଗିରି ଠାରେ ହେବାକୁ ଥିବା ଆଦିବାସୀ ମୂଳ ଜନ ଜାଗରଣ ସମାବେଶ ଓ ବସଷ୍ଟାଣ୍ଡ ଠାରେ କଂଗ୍ରେସ ଭବନ ଉଦଘାଟନ ଅବସରରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ସେ ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବ୍ଲକ କଂଗ୍ରେସର ସମସ୍ତ କର୍ମୀ ମାନଙ୍କୁ ଗୁରୁମନ୍ତ୍ର ଦେଇଥିବା ସହ କିଛି ସମୟ ପାଇଁ ଦଳୀୟ କର୍ମୀଙ୍କ ସହ ଆଲୋଚନା କରିଥିଲେ।ଏଥିରେ ଅନ୍ୟମାନଙ୍କ ମଧ୍ୟରେ ସୁକୁ ମାଣ୍ଡାଙ୍ଗି, ସାନିଆ ଶବର, ଶ୍ୟାମ ହାରକା, ପ୍ରସାଦ ମାଣ୍ଡାଙ୍ଗି, ସୁଷମା ଗୁରୁମାଙ୍କ ସମେତ ସମସ୍ତ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ ।

ରିପୋର୍ଟ ରାକେଶ କୁମାର ବେହେରା