June 26, 2024

ମହିଳାଙ୍କ କାର୍ଯ୍ୟକୁ ସ୍ୱୀକୃତ କରିବା ସମୟର ଆହ୍ୱାନ

Share

ମହିଳାଙ୍କ କାର୍ଯ୍ୟକୁ ସ୍ୱୀକୃତ କରିବା ସମୟର ଆହ୍ୱାନ ବୋଲି ମତ ପ୍ରକାଶ ପାଇଅଛି , ବ୍ରହ୍ମପୁର ବିଶ୍ବବିଦ୍ଯାଳୟର ମହିଳା ଅଧ୍ୟୟନ ବିଭାଗ ତରଫରୁ ଆୟୋଜିତ ସ୍ୱତନ୍ତ୍ର ବକ୍ତବ୍ୟମାଳାରେ । କେନ୍ଦ୍ର ସଂଯୋଜିକା ଡ. କବିତା ବରାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ବିଶ୍ବବିଦ୍ଯାଳୟର କୁଳପତି ପ୍ରଫେସର ଡ. ଗିତାଞ୍ଜଳି ଦାଶ ଯୋଗଦେଇଥିବା ସ୍ଥଳେ ସ୍ୱତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥିଲେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଡ. ସୁଶାନ୍ତ କୁମାର ବରାଳ । ମୁଖ୍ୟବକ୍ତା ଭାବେ ଏଥିରେ ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ବବିଦ୍ଯାଳୟ ପ୍ରଫେସର ଏମିରିଟସ୍ ଡ. ରେଖା ପାଣ୍ତେ ଯୋଗଦେଇ ମହିଳା ବିଷୟକ ସମସ୍ୟା ଏବଂ ତାହାର ଶୈକ୍ଷିକ ସମାଧାନ ମାନଙ୍କ ଉପରେ ଆଲୋଚନା କରିଥିଲେ । ପ୍ରଫେସର ପାଣ୍ତେ ଏହି ଅବସରରେ କହିଥିଲେ ଯେ, ଯଦିଓ ଆମେ ପ୍ରତିଯୋଗୀତା ମୂଳକ ପରୀକ୍ଷାରେ ମହିଳା ବିଷୟକ କର୍ତ୍ତବ୍ୟ ମାମଙ୍କୁ ଉତ୍ତମ ଭାବେ ଉପସ୍ଥାପନା କରିଦେଉ କିନ୍ତୁ ସେଗୁଡି଼କୁ ସାମାଜିକ ଜୀବନରେ ବ୍ୟବହାର କରିପାରୁନା । ଛୁଆଙ୍କୁ ଶୈଶବରୁ ଖେଳନା ପ୍ରଦାନ କାଳରେ ମାନସରେ ପରିବର୍ତ୍ତନ, ଧାର୍ମିକ କର୍ତ୍ତବ୍ୟରେ ମହିଳାଙ୍କୁ ଉପଯୁକ୍ତ ଅଧିକାର, ସୁନ୍ଦର ଦେଖାଯିବାର ମାନସିକତାରେ ପରିବର୍ତ୍ତନ ନିମନ୍ତେ ସମସ୍ତେ ଆଗେଇବା ଉଚିତ । ପାଞ୍ଚହଜାର ବର୍ଷରୁ ପୁରୁଣା ପ୍ରଥା ଏବଂ ପରମ୍ପରାରେ ପରିବର୍ତ୍ତନ ନିମନ୍ତେ ସମୟ ଦରକାର କିନ୍ତୁ ଛୋଟିଆ ଛୋଟିଆ ପରିବର୍ତ୍ତନରେ ଆଖିଦୃଶିଆ ପ୍ରଗତି ହାସଲ କରାଯାଇପାରିବ ବୋଲି କୁଳପତି ମହୋଦୟା ଆହ୍ୱାନ ଜଣାଇଥିଲେ ତଥା ଏହି ବର୍ଷ ବିଶ୍ବବିଦ୍ଯାଳୟର ଶୈକ୍ଷିକ ପରିସଂଖ୍ୟାନରେ ମହିଳା ଅନୁପାତ ପୁରୁଷଙ୍କ ଠାରୁ ଅଧିକ ହେଇଥିବାର ସୂଚନା ଦେଇଥିଲେ । ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ବରାଳ ଏହି ଅବସରରେ ମାତୃଶକ୍ତିର ବନ୍ଦନା, ଭାରତରେ ଜନସଂଖ୍ୟାର ପ୍ରବଲ୍ୟ ମହିଳା ଶସକ୍ତିକରଣ ପଥରେ କିଭଳି ଅନ୍ତରାୟ ସୃଷ୍ଟି କରୁଅଛି ତଥା ଲୈଙ୍ଗୀକ ସମାନତା ପରିପ୍ରେକ୍ଷୀରେ ପରିବାର ର ଭୂମିକା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ପୁନଃ ସାମାଜିକୀକରଣ ରେ ସମାଜରେ ନ୍ୟାୟ ପ୍ରତିଷ୍ଠା ହେଇପାରିବ ବୋଲି ଅତିଥିଗଣ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଭାଗ ତରଫରୁ ପ୍ରଫେସର ପାଣ୍ତେଙ୍କୁ ସମ୍ବର୍ଦ୍ଦନା କରାଯାଇଥିଲା । ଶେଷରେ ପ୍ରତିଭାଗୀଙ୍କ ଜିଜ୍ଞାସା ମାନଙ୍କୁ ମୁଖ୍ୟବକ୍ତା ଆଲୋଚନା କରିଥିଲେ । ଡ. ବାଗ୍ମୀ ପ୍ରିୟଦର୍ଶିିନୀ ସଂଯୋଜନା କରିଥିବା ସ୍ଥଳେ ସୁଶ୍ରୀ ରଶ୍ମୀରେଖା ଜେନା ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ ସ୍ରୋତର ଅଧ୍ୟାପନା ମଣ୍ତଳୀ, ବିଦ୍ୟାର୍ଥି ତଥା ରିସର୍ଚ୍ଚ ସ୍କଲାର ମାନ ଏଥିରେ ଯୋଗଦେଇ କାର୍ଯ୍ୟକ୍ରମଟିକୁ ସଫଳ କରେଇଥିଲେ ।