ମାଆ ରାମଚଣ୍ଡୀ ପୂଜା କମିଟିକୁ ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁର ତରଫରୁ ମନ୍ତ୍ରୀ ଗୋକୁଳାନନ୍ଦ ମଲିକ ଓ ମାନ୍ୟବର ବିଧାୟକ ଙ୍କ ଦ୍ୱାରା ସମ୍ବର୍ଦ୍ଧିତ
ଛତ୍ରପୁର. ତା ୪/୯/୨୫(ଅରୁଣ କୁମାର ପଣ୍ଡା )୨୦୨୪-୨୦୨୫ ମସିହାରେ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁରସ୍ଥିତ ମାଁ ରାମଚଣ୍ଡୀ ଟ୍ରଷ୍ଟ, ପୂଜା କମିଟି ଓ ଭୁବନେଶ୍ୱରସ୍ଥିତ ସେବା ପ୍ରତିନିଧି ସଙ୍ଗଠନର ମିଳିତ ଉଦ୍ୟମରେ ବିଭିନ୍ନ ସାମାଜିକ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କରାଯାଇଥିଲା। ସେହି ଉଦେଶ୍ୟରେ ଅଗଷ୍ଟ ୩୧ ତାରିଖ ରବିବାର ଦିନ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ଅବସରରେ ବିଜ୍ଞାପିତ ଅଞ୍ଚଳ ପରିଷଦ, ଛତ୍ରପୁର ତରଫରୁ ଗଞ୍ଜାମ ଜିଲ୍ଲା ସଦରମହକୁମା ଛତ୍ରପୁରରେ ଅନୁଷ୍ଠିତ ହୋଇଥିବା ବର୍ଣ୍ଣାଢ୍ୟ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ଓ ମାନ୍ୟବର ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକଙ୍କ ଉପସ୍ଥିତିରେ ମାଁ ରାମଚଣ୍ଡୀ ମନ୍ଦିର ଟ୍ରଷ୍ଟ ଓ ପୂଜା କମିଟିକୁ ସମ୍ବର୍ଦ୍ଧିତ କରାଯାଇଥିଲା lଏହି ଅବସରରେ ମାଁ ରାମଚଣ୍ଡୀ ଟ୍ରଷ୍ଟର ଟ୍ରଷ୍ଟି ଶ୍ରୀ ଲକ୍ଷ୍ମୀ ନୃସିଂହ ପଣ୍ଡା, ବରିଷ୍ଟ ଉପଦେଷ୍ଟା ତ୍ରିପତି ବାଲାଜୀ ମିଶ୍ର,ସଂଯୋକକ କମଳ ପଣ୍ଡା ଓ ପୂଜା କମିଟିର ଉପଦେଷ୍ଟା ବଂଶୀଧର ନାୟକ, ସହ ସମ୍ପାଦକ ଦଣ୍ଡପାଣି ମହାରଣା,କୋଷାଧକ୍ଷ କୁଞ୍ଜ ନାୟକ,ମନୋଜ ମିଶ୍ର,ସୁଧୀର ମହାରଣା,ଶଙ୍କର ନାୟକ, ଶଙ୍କର ଚର୍ତ୍ତୀ,ବୃନ୍ଦାବନ ନାୟକ, ବରୁଣ ଚୌଧୁରୀ, ଭୁବନେଶ୍ୱର ସେବା ପ୍ରତିନିଧି ଅନୁଷ୍ଠାନ ର ମୁଖ୍ୟ ଶ୍ରୀ ନୀଳମଣି ମିଶ୍ର, ରାଜେଶ ମିଶ୍ର (PP) ଉପସ୍ଥିତ ଥିଲେ l ଏହି ସମ୍ବର୍ଦ୍ଧନା ପାଇଁ ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ଅଧକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଉପାଧ୍ୟକ୍ଷ ଶ୍ରୀ ଜୀ. ପାପା ରାଓ ଓ କାର୍ଯ୍ୟନିର୍ବାହୀ ଅଧିକରୀ ଶ୍ରୀ ପ୍ରସନ୍ନ କୁମାର ଦାଶଙ୍କୁ ଟ୍ରଷ୍ଟ ଓ କମିଟି ତରଫରୁ ଧନ୍ୟବାଦ ଦିଆଯିବା ସହ ଆଗକୁ ମଧ୍ୟ ଏହିପରି କାର୍ଯ୍ୟକ୍ରମ ଜାରି ରହିବ ବୋଲି ସୂଚନା ଦିଆଯାଇଛିl
