April 29, 2026

କୋଟପାଡ଼ ବ୍ଲକ ରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଯୋଗଦାନ ..

IMG-20250904-WA0011
Share

 

 

କୋରାପୁଟ ଜିଲ୍ଲା କୋଟପାଡ଼ ପଞ୍ଚାୟତ ସମିତି କାର୍ଯାଳୟ ରେ ବୁଧବାର ଅପରାହ୍ନ ରେ ନୂତନ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ସେଠି ଯୋଗଦାନ କରିଥିବାର ଜଣାଯାଇଛି। ଏଥି ପୂର୍ବରୁ ସେ ବୋରିଗୁମ୍ମା ବ୍ଲକ ସହକାରୀ ଯନ୍ତ୍ରୀ ଭାବରେ ଦାୟିତ୍ୱ ତୁଲାଇ ଥିଲେ। ତାଙ୍କ ସମୟ ରେ ବୋରିଗୁମ୍ମା ଜାତୀୟ ରାଜପଥ କଡ଼ ରେ ଥିବା ଜୁରାସିକ ପାର୍କ,ଇକୋ ଟୁରିଜିମ ଚମ୍ପାପଦର ଏବଂ ଇଣ୍ଡଷ୍ଟ୍ରିଆଲ ପାର୍କ ଜୁଝାରୀ ସମେତ ବିଭିନ୍ନ ଦୁଷ୍ଟାନ୍ତ ମୂଳକ ଉନ୍ନତି କାମ ହୋଇଥିବାର ନଜିର ରହିଛି। ସେ ପଦୋନ୍ନତି ପାଇ ଏଠାରେ ଯୋଗଦାନ କରିଥିବାରୁ କାର୍ଯାଳୟ ର ସମସ୍ତ ଯନ୍ତ୍ରୀ, ବିଡ଼ିଓ, ସହକାରୀ ଯନ୍ତ୍ରୀ ଏବଂ ଜନ ପ୍ରତିନିଧି ଓ

ଗଣମାଧ୍ୟମ ପ୍ରତିନିଧି ଶୁଭେଚ୍ଛା ଜଣେଇ ଥିବାର ଜଣାଯାଇଛି।କୋରାପୁଟ ଜିଲ୍ଲା ପ୍ରତିନିଧି ଶ୍ରୀ ହରିଶ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ ଉପାନ୍ତ ଖବର

You may have missed