November 14, 2024

ଡ଼ଲଫିନ ଦେଖିବା ପାଇଁ ସିପକୁଦା ଜେଟି ରେ ଦେଖିବାକୁ ମିଳୁଛି ପର୍ଯ୍ୟଟକଙ୍କ ଭିଡ଼ l

Share

ପୁରୀଜିଲ୍ଲା କୃଷ୍ଣପ୍ରସାଦ ବ୍ଲକ ସାତପଡ଼ା ଠାରେ ଡ଼ଲଫିନ ଦେଖିବାକୁ ସୁବିଧା ଥିବାବେଳେ ସ୍ଥାନୀୟ ଅଞ୍ଚଳ ରେ ବିଭିନ୍ନ ଜାଗାରେ ଡ଼ଲଫିନ ସେଣ୍ଟର ଖୋଲାଯାଇଛି l ସେହିଭଳି ସିପକୁଦା ଡ଼ଲଫିନ ସେଣ୍ଟର ରେ ପର୍ଯ୍ୟଟକଙ୍କ ଭିଡ଼ ଦେଖିବାକୁ ମିଳୁଛି l ଏହି ସେଣ୍ଟର ଟି ମୁହାଣ ନିକଟବର୍ତ୍ତୀ ହୋଇଥିବାରୁ ପର୍ଯ୍ୟଟକମାନେ ନଗଦ ମାଛ ଚିଙ୍ଗୁଡ଼ି କଙ୍କଡା ଭୋଜି କରି ଖାଇବାର ମଜା ଉଠାଇବା ସହିତ ଡ଼ଲଫିନ, ନାଲି କଙ୍କଡା, ସୀମାଉଥ, ନଳବଣ ପକ୍ଷୀ, ରାଜହଂସ ଭଳି ବିଭିନ୍ନ ସ୍ଥାନ ଦେଖିପାରୁଛନ୍ତି l ଏଥି ସହିତ ସିପକୁଦା ଡ଼ଙ୍ଗାଚାଳକ ମାନଙ୍କ ଉତ୍ତମ ବ୍ୟବହାର ପର୍ଯ୍ୟଟକ ମାନଙ୍କୁ ଖୁସିର ଖୋରାକ ଦେଉଛି l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ