September 21, 2024

ଅଞ୍ଚଳ ମହାବିଦ୍ୟାଳୟ ରେ ଶିକ୍ଷା ବିଭାଗର ସ୍ବାଗତ ସମ୍ବର୍ଦ୍ଧନା

Share

 

 

ପଦ୍ମପୁର: ୦୩.୦୯(ଜୟନ୍ତ କୁମାର ସେଠ) ପଦ୍ମପୁର ସ୍ଥାନୀୟ ଅଞ୍ଚଳ ମହାବିଦ୍ୟାଳୟ ର ପୁରୁଣା ସମ୍ମିଳନୀ କକ୍ଷ ରେ ଶିକ୍ଷା ବିଭାଗ ର ସ୍ବାଗତ ସମ୍ବର୍ଦ୍ଧନା ଭାରପ୍ରାପ୍ତ ଅଧ୍ୟକ୍ଷ ଶ୍ରୀ ତାରା ପ୍ରସାଦ ଶତପଥୀ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ଶତପଥୀ ସମସ୍ତ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ ଜଣାଇ ଛାତ୍ରଛାତ୍ରୀ ମାନଙ୍କୁ ମୂଲ୍ୟବୋଧ ଶିକ୍ଷା, ନୈତିକତା ଶିକ୍ଷା ଏବଂ ଶୃଙ୍ଖଳା ବିଷୟରେ ଅବଗତ କରାଇ ତାଙ୍କୁ ପାଠ ପଢା ରେ ତଥା ସହ ପାଠ୍ୟକ୍ରମ କାର୍ଯ୍ୟାବଳୀ ଗୁଡିକରେ ସକ୍ରିୟ ଅଂଶ ଗ୍ରହଣ କରିବାକୁ ଉତ୍ସାହିତ କରିଥିଲେ। ବିଭାଗୀୟ ମୁଖ୍ୟ ଡଃ ତୁଷାର କାନ୍ତ ସାହୁ ସମସ୍ତଙ୍କୁ ସ୍ବାଗତ ଜଣାଇ ଯୁକ୍ତ ତିନି ର ପାଠ୍ୟକ୍ରମ ଉଭୟ ଥିଓରୀ ଏବଂ ପ୍ରାକ୍ଟିକଲ୍ ବିଷୟରେ ସଂକ୍ଷିପ୍ତ ଟିପ୍ପଣୀ ପ୍ରଦାନ କରି ରାଷ୍ଟ୍ର ଗଠନରେ ଶିକ୍ଷାର୍ଥୀ ମାନଙ୍କ ଭୂମିକା ଉପରେ ଗୁରୁତ୍ୱାରୋପ କରି ସମସ୍ତଙ୍କୁ ଶିକ୍ଷା ମାଧ୍ୟମରେ ନିଜ ପ୍ରତିଭାକୁ ଚିହ୍ନିବା ନିମନ୍ତେ ଉତ୍ସାହିତ କରିଥିଲେ। ବିଭାଗୀୟ ଅଧ୍ୟାପକ ଡଃ ଭେଙ୍କଟେଶ୍ଵର ମେହେର ସାମନ୍ତଙ୍କୁ ସ୍ବାଗତ ଜଣାଇ ଜାତୀୟ ଶିକ୍ଷା ନୀତି-୨୦୨୦ ର ମୁଖ୍ୟ ନିୟମ ଗୁଡ଼ିକ ଉପରେ ସଂକ୍ଷିପ୍ତ ବିବରଣୀ ପ୍ରଦାନ କରି ଛାତ୍ରଛାତ୍ରୀ ମାନଙ୍କୁ ନିଜର ସୃଜନୀ ଶକ୍ତିର ସାହାଯ୍ୟରେ ଜ୍ଞାନ ର ସୃଷ୍ଟିକର୍ତ୍ତା ହେବା ପାଇଁ ଚେଷ୍ଟା କରିବାକୁ ପରାମର୍ଶ ଦେଇଥିଲେ। ବିଭାଗୀୟ ଅଧ୍ୟାପିକା ସୁଶ୍ରୀ ସସ୍ମିତା ମେହେର ସମସ୍ତଙ୍କୁ ସ୍ବାଗତ ଜଣାଇ ନିଜ ଅଭିଭାଷଣରେ ଛାତ୍ରଛାତ୍ରୀ ମାନଙ୍କୁ ଏକ ଶୃଙ୍ଖଳିତ ଜୀବନ ଯାପନ କରି ସମାଜର ବିକାଶ ଦିଗରେ କାର୍ଯ କରିବାକୁ ଉତ୍ସାହିତ କରିଥିଲେ। ବିଭାଗୀୟ ସହକାରୀ ଗବେଷକ ଶ୍ରୀ କ୍ଷେତ୍ରମଣି ବରିହା ଛାତ୍ରଛାତ୍ରୀମାନଙ୍କ ସାମଗ୍ରିକ ବିକାଶ ଦିଗରେ ଶିକ୍ଷା ର ଭୂମିକା ଉପରେ ଆଲୋକପାତ କରିଥିଲେ। ଏହି କାର୍ଯକ୍ରମ କୁ ମଞ୍ଜୁ ବାଲମ୍ ପରିଚାଳନା କରିଥିଲେ ଏବଂ ଧନ୍ୟବାଦ ଅର୍ପଣ କରିଥିଲେ। ବୃନ୍ଦାବନ ରଣା, ଅକ୍ଷୟ କୁମ୍ଭାର, ରୋଷନ୍, ପ୍ରମୋଦ, ରୀନା ସାହୁ, ରେଣୁକା, ରୀତୁ, ଆଶୁରାଣୀ, ଧରିତ୍ରୀ, ପ୍ରେମଶିଳା, ପ୍ରୀତିରାଣୀ ଏବଂ ଶିକ୍ଷା ବିଭାଗର ସମସ୍ତ ଛାତ୍ରଛାତ୍ରୀ ବିଶିଷ୍ଟ ଭାବରେ ସାହାଯ୍ୟ କରିଥିଲେ। ଏହି କାର୍ଯକ୍ରମ ପରେ ସମସ୍ତ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ପାଇଁ ସୁଯୋଗ ଦିଆଯାଇଥିଲା ଏବଂ ସାଂସ୍କୃତିକ କାର୍ଯକ୍ରମ ହୋଇଥିଲା।