March 11, 2026

ନୂତନ ମାତୃତ୍ୱ ଓ ଶିଶୁର ଯତ୍ନ କୁ ନେଇ କର୍ମଶାଳା ଅନୁଷ୍ଠିତ ..

IMG-20250804-WA0027
Share

ଆଜି ପୁରୀ ଅଠରନଳା ସ୍ଥିତ ନୀଳଚକ୍ର ନଗର ସ୍ଥିତ ଅଙ୍ଗନବାଡି କେନ୍ଦ୍ରରେ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀ ପକ୍ଷରୁ

ନୂତନ ମାତୃତ୍ୱ ଏବଂ ଶିଶୁର ଯତ୍ନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ କୁ ରୋଟାରୀ କ୍ଳବ ଶ୍ରୀଜଗନ୍ନାଥ ଧାମ ପୁରୀର ନୂତନ ସଭାପତି ରୋଟାରୀଆନ ସୁବାସ କୁମାର ପଣ୍ଡାଙ୍କ ଅଧକ୍ଷତାରେ ସମ୍ପାଦିକା ରୋଟାରୀଆନ ଝରଣା ନାୟକଙ୍କ ସହିତ ସମସ୍ତ ସଭ୍ୟ ଓ ସଭ୍ୟାମାନେ ମିଶି କିଭଳି ନୂତନକରି ମାତୃତ୍ୱ ନେଉଥିବା ମହିଳାମାନେ ନିଜ ସ୍ୱାସ୍ଥ୍ୟର ଯତ୍ନ କିଭଳି ନେବା ସହିତ ନୂଆକରି ଦୁନିଆ ଦେଖୁଥିବା ଶିଶୁର ଯତ୍ନ ଉପରେ ବିସ୍ତୃତ ଆଲୋଚନା କରିବା ସହିତ କିଭଳି ସୁଷମ ମା ଖାଦ୍ୟ ଖାଇଲେ ଶିଶୁଟି ମାଠାରୁ ସ୍ତନ୍ୟପାନ କରି ହୃଷ୍ଟପୃଷ୍ଟ ହେବ ଏଥିପ୍ରତି ଦୃଷ୍ଟିଦେବାକୁ ମା ମାନଙ୍କୁ ସୂଚାଇଥିଲେ ଏହି କାର୍ଯ୍ୟକ୍ରମ ରେ ପଚାଶ ରୁ ଉର୍ଦ୍ଧ ମହିଳା ସେମାନଙ୍କ କୋମଳ ଶିଶୁମାନଙ୍କ ସହିତ ଯୋଗଦେବା ସହିତ ଅଙ୍ଗନବାଡି କେନ୍ଦ୍ରର ସମସ୍ତ ଶିଶୁମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ କୁ ପୂର୍ବତନ ସଭାପତି ରୋଟାରୀଆନ ପ୍ରଦୀପ କୁମାର ନାୟକ, ରୋଟାରୀଆନ ଝିମିଲି ପଟ୍ଟନାୟକଙ୍କ ସହିତ ସମସ୍ତ ସଦସ୍ୟ ସଦସ୍ୟାମାନେ ମିଶି ସୁଚାରୁ ରୂପେ ପରିଚାଳନା କରିଥିଲେ l

ପୁରୀରୁ ରମେଶ ସାହୁଙ୍କ ରିପୋର୍ଟ l