March 12, 2026
ajiro khabar
Share

 

 

 

 

୧-ତିନି ବର୍ଷିଆ ଇଣ୍ଟିଗ୍ରେଟେଡ୍ ବିଏଡ୍ ନାମ ଲେଖା ପାଇଁ ବିଜ୍ଞପ୍ତି, ଆଜିଠୁ ଅନଲାଇନ୍ ଆବେଦନ ଆରମ୍ଭ,୨୨ରେ ପ୍ରଥମ ରାଉଣ୍ଡ ମେଧା ତାଲିକା ପ୍ରକାଶ ପାଇବ।

 

୨-ସ୍ୱତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର ଲିକ ଘଟଣାରେ ବୋର୍ଡ ଉପସଭାପତି ନିହାର ରଞ୍ଜନ ମହାନ୍ତି ଗିରଫ, ଶନିବାର ତାଙ୍କୁ ୩ ଘଣ୍ଟା ଧରି ଜେରା କରିଥଲା କ୍ରାଇମବ୍ରାଞ୍ଚ।

 

୩-ବାଲେଶ୍ଵର:ସୈ।ମାଶ୍ରୀ ଆତ୍ମାହୁତି ଘଟଣାରେ ଦୁଇ ଛାତ୍ର ଗିରଫ, ଜାମିନ ନାମଞ୍ଜୁର ପରେ ଜେଲ୍ ଗଲେ।

 

୪-ଶିକ୍ଷା ବ୍ୟବସ୍ଥାକୁ ଉନ୍ନତ କରିବା ପାଇଁ ରାଜ୍ୟ ସରକାରଙ୍କ ପଦକ୍ଷେପ, ନିଯୁକ୍ତି ହେବେ ୪୪,୪୩୩ ଜଣ ପ୍ରାଥମିକ ଶିକ୍ଷକ।

 

୫-ରାଜ୍ୟରେ ବର୍ଷା ଧୀରେ ଧୀରେ କମିଥିବାବେଳେ ଏବେ ଅଧିକାଂଶ ଜିଲାରେ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ଏବେ ହୀରାକୁଦ ଡ୍ୟାମ୍‌ର ସମସ୍ତ ଗେଟ୍‌ ବନ୍ଦ।

 

୬-ଭୁବନେଶ୍ୱର:ଅଦିନରେ ହାଡଫୁଟି ଚିନ୍ତା ବଢ଼ାଉଛି, ରାଜ୍ୟର ବିଭିନ୍ନ ଜିଲ୍ଲାରେ ସଂକ୍ରମିତ ଚିହ୍ନଟ।

 

୭-ପୁରୀ: ଆଜିଠୁ ଶ୍ରୀକ୍ଷେତ୍ରରେ ଝୁଲଣ ଯାତ୍ରା,ମଠ ମନ୍ଦିର ଝୁଲଣ କୁଞ୍ଜରେ ଝୁଲିବେ ଦେବାଦେବୀ।

 

୮-ରାଉରକେଲା:ରେଳ ଧାରଣା ଉଡ଼ାଇଲେ ମାଓବାଦୀ: ଜଣେ ରେଲଓ୍ବେ କର୍ମଚାରୀ ମୃତ, ୧୦ ଲକ୍ଷ ସହାୟତା ରାଶି ଘୋଷଣା

 

୯-କଟକ:ସ୍ବାମୀଙ୍କୁ ନିଶା ନିବାରଣ କେନ୍ଦ୍ରରେ ଭର୍ତ୍ତି କରିବାରୁ ସ୍ବାମୀ ନେଲା ପ୍ରତିଶୋଧ ଶ୍ବଶୁରଙ୍କୁ କଲା ଅପହରଣ।

 

୧୦-ଟାଇମ୍ସ ଅଫ୍ ଇଣ୍ଡିଆ ରଥଯାତ୍ରା ପ୍ରତିଯୋଗିତାର ରିଡର୍ସ ଚଏସ୍ ବିଭାଗରେ କିସ୍ ଶ୍ରୀବାଣୀକ୍ଷେତ୍ର ରଥଯାତ୍ରା ଶ୍ରେଷ୍ଠ ବିବେଚିତ।

 

୧୧-ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା MVI ଗୋଲାପ ଚନ୍ଦ୍ର ହାଁସଦା, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହୋଇଛି ରେଡ୍।

 

୧୨-ସୁନ୍ଦରଗଡ:ପ୍ରେମିକ ଦେଲା ଧୋକା, ଦେଖା କରିବାକୁ ଯାଇ ଫେରିଲାନି ପ୍ରେମିକା, ଜଙ୍ଗଲରୁ ମିଳିଲା ଝୁଲନ୍ତା ମୃତଦେହ।

 

୧୩-ନବରଙ୍ଗପୁର, କୋଷାଗୁମୁଡ଼ା ଅଞ୍ଚଳ: ଯୁବତୀଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ହତ୍ୟା କଲେ ଦୁର୍ବୃତ୍ତ।

 

୧୪-ବଳଙ୍ଗା ପୀଡ଼ିତାକୁ ନେଇ ଜୋର ଧରିଲା ରାଜନୀତି, ବିଜେପି ସରକାରକୁ ଘେରିଲେ ବିଜେଡି-କଂଗ୍ରେସ।

 

୧୫-ଜି ଉଦୟଗିରି: ମଝି ରାସ୍ତାରେ ବସକୁ ଅଟକାଇଲା ଦନ୍ତା,ଗାଁରେ ପଶି ଗାଈକୁ ମାରିଲା।

 

୧୬-ଆନ୍ଧ୍ରରେ ୬ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ : ୪ ଲକ୍ଷ ଲେଖାଏଁ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଶୋକ ବ୍ୟକ୍ତ କଲେ ବିଜେଡି ସୁପ୍ରିମୋ।

 

୧୭-ତାମିଲନାଡୁରେ ୬.୫ ଲକ୍ଷ ପ୍ରବାସୀ ଶ୍ରମିକଙ୍କୁ ଭୋଟର ଲିଷ୍ଟରେ ଯୋଡ଼ାଯାଇଛି, ଏହା ସମ୍ପୂର୍ଣ୍ଣ ବେଆଇନ: ପି.ଚିଦାମ୍ବରମ।

 

୧୮-ଲଣ୍ଡନ:ଶତକ ସହ ବଡ଼ ରେକର୍ଡ କଲେ ଜୋ ରୁଟ୍, ସାଙ୍ଗାକାରାଙ୍କୁ ପଛରେ ପକାଇଲେ।

 

୧୯-ଟ୍ରମ୍ପଙ୍କୁ ପୀୟୂଷ ଗୋୟଲଙ୍କ ତେରେଛା ବାଣ: IMF ଚାର୍ଟରେ ଆମେରିକା ୨.୦ ଓ ଭାରତର ୬.୪ ଅଭିବୃଦ୍ଧି ରହିଛି।

 

୨୦-ଭୂକମ୍ପ ଝଟକାରେ ପୁଣି ଥରିଲା ରୁଷ, ସୁନାମୀ ସତର୍କତା ଜାରି।ଭୂକମ୍ପ ଯୋଗୁ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ ।

 

 

 

🙏 *ସୁପ୍ରଭାତ* 🙏