April 27, 2026

ଖଇରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବନ ମହୋତ୍ସବ

IMG-20250704-WA0024
Share

 

 

ସୁରେନ୍ଦ୍ର କଠାର,ବରଗଡ

 

 

ଆଜି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଖଇରପାଲି ଠାରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପ୍ରଧାନ ଶିକ୍ଷକ ଶ୍ରୀ ପ୍ରମୋଦ କୁମାର ମେହେର ଙ୍କ ତତ୍ବାବଧାନରେ ଛାତ୍ର ଛାତ୍ରୀ ମାନେ ବ୍ୟାନର,ପ୍ଲାକାର୍ଡ ଧରି ସ୍ଲୋଗାନ ଦେଇ ଗ୍ରାମ ପରିକ୍ରମା କରି ଜନସାଧାରଣଙ୍କୁ ସଚେତନତା ବାର୍ତ୍ତା ଦେଇଥିଲେ ା ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ଯ ରେ କୁଇଜ୍, ଡ୍ରଇଂ, ବକ୍ରୁତା ଆଦି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ସମସ୍ତ କାର୍ଯ୍ୟକ୍ରମ କୁ ମନୋଜ ଭୋଇ, ସୁଦାମ ଭୁଏ, ଧର୍ମେନ୍ଦ୍ର ବାରିକ, ପୂର୍ଣିମା ପଟ୍ଟନାୟକ, ପ୍ରଭାସିନୀ ଭୁଏ, ଅଂଜଲୀ ପ୍ରଧାନ ପ୍ରମୂଖ ପରିଚାଳନା କରିଥିଲେ।